ଭୁବନେଶ୍ବର,୧୫/୧୧ : ଆସନ୍ତା ନଭେମ୍ବର ୧୮ତାରିଖ ସୋମବାର ଏବଂ ନଭେମ୍ବର ୨୫ ତାରିଖ ସୋମବାର  ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏହି ଦିନମାନଙ୍କରେ ୟୁନିଟ-୫, ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି l