ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିନା ଅନୁମତିରେ ରାସ୍ତା ଖୋଳି ଦେଲା ଠିକା ସଂସ୍ଥା

Published By : Prameya | March 30, 2025 11:48 PM

ମହାବିରୋଡ଼,୩୦/୩ : କଙ୍କଡ଼ାହାଡ଼ ବ୍ଲକ୍‌ର ବିଭିନ୍ନ ଗ୍ରାମକୁ ଜଳ ଯୋଗାଣ ନିମନ୍ତେ ପାଇପ୍‌ ବିଛାଇବା କାର୍ଯ୍ୟ ଜାରି ରହିଛି । ମେଗା ପ୍ରକଳ୍ପରୁ ସମସ୍ତ ଗ୍ରାମକୁ ପାଣି ଯୋଗାଣ ନିମନ୍ତେ ଦୀର୍ଘଦିନ ହେଲା କାମ ଚାଲିଥିବା ବେଳେ ସରିବାର ନାଁ ନେଉନି । ଠିକାସଂସ୍ଥା ରାସ୍ତାକୁ ଖୋଳି ଦେଉଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ପୂର୍ତ୍ତ ରାସ୍ତା ଓ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ରାସ୍ତାକୁ ବିନା ଅନୁମତିରେ ଠିକାସଂସ୍ଥା ଖୋଳି ନଷ୍ଟ କରିଦେଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମହାବିରୋଡ଼-ଚାନ୍ଦପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଏବେ ପାଇପ୍‌ ବିଛାଇବା କାର୍ଯ୍ୟ ଚାଲିଛି । ଠିକାସଂସ୍ଥା କର୍ତ୍ତୃପକ୍ଷ ଏସ୍କାଭେଟର୍‌ ମେସିନ୍‌ ଲଗାଇ ରାସ୍ତା ପାଶ୍ୱ ର୍କୁ ଖୋଳି ଚାଲିଛନ୍ତି । ରାସ୍ତାର ପ୍ରାୟ ଅଧା ଅଂଶରେ ମାଟି ଗଦା ହୋଇ ରହିଛି । ରାସ୍ତା ଉପରେ ମାଟି ଗଦା ହୋଇ ରହୁଥିବା ବେଳେ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି । ରାସ୍ତାରେ ମାଟି ଓ ପାଇପ୍‌ ଗଦାଇ ରଖାଯାଉଥିବାରୁ ବିଶେଷ କରି ରାତିରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାରେ ଲାଗିଛି । ପାଇପ୍‌ ବିଛା ସରିବା ପରେ ମଧ୍ୟ ସଠିକ୍‌ ଭାବେ ରାସ୍ତାକୁ ମରାମତି କରାଯାଉନି । ମାଟିକୁ ପିଚୁ ଉପରୁ ସମ୍ପୂର୍ଣ୍ଣ ହଟାଯାଉନଥିବାରୁ ବର୍ଷା ସମୟରେ ତାହା କାଦୁଅ ସୃଷ୍ଟି କରୁଛି । ଲୋକେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । 

ସେହିପରି ପିଚୁ ରାସ୍ତା ମଧ୍ୟ ନଷ୍ଟ ହେଉଛି । ରାସ୍ତାଠାରୁ ଦୂରରେ ଖୋଳିବାକୁ ସ୍ଥାନ ରହିଥିବାବେଳେ ଠିକାସଂସ୍ଥା ନିଜ ସୁବିଧା ନିମନ୍ତେ ରାସ୍ତା ଉପରେ ଖୋଳି ପାଇପ୍‌ ବିଛାଉଛି । ପୂର୍ବରୁ ଝିଲ୍ଲୀଠାରୁ ଚାଉଳିଆଝରଣ ରାସ୍ତା, ବାମ, ପଥରଗଡ଼, ଭେଜିଆ, ଦଶୀପୁର-ଭାଲୁମୁଣ୍ଡା ରାସ୍ତା,  ଗଡ଼ପଳାଶୁଣି-କଙ୍କଡାହାଡ଼ ରାସ୍ତା, ମହାବିରାଡ଼-କୁଟୁରିଆ ରାସ୍ତା ଠିକାସଂସ୍ଥା ଖୋଳି ନଷ୍ଟ କରିଥିବା ନଜିର ମଧ୍ୟ ରହିଛି । ଗାଁର କଂକ୍ରିଟ୍‌ ରାସ୍ତାକୁ ମଧ୍ୟ ଖୋଳି ଦିଆଯାଉଛି । ପରବର୍ତ୍ତ ି ସମୟରେ ଆଉ କଂକ୍ରିଟ୍‌ ନକରି ମାଟି ଘୋଡ଼ାଇ କାମ ତୁଲାଇ ଦିଆଯାଉଛି । ମକୁଆକାଟେଣି ପଞ୍ଚାୟତ ଅନ୍ତର୍ଗତ ପଥରକଟା ଗାଁ ଭିତରେ ଥିବା କଙ୍କ୍ରିଟ ରାସ୍ତା ବିନା ଅନୁମତିରେ ଖୋଳାଯାଇଥିବାରୁ ସରପଞ୍ଚ ଦୀପା ମଞ୍ଜରୀ ସାହୁ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗଠାରୁ କୌଣସି ଅନୁମତି ନନେଇ ଠିକାସଂସ୍ଥା ରାସ୍ତା ଖୋଳୁଥିବା ଅଧିକାରୀମାନେ ଚୁପ୍‌ ବସିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାସ୍ତା ଖୋଳିବା ପରେ ସଠିକ୍‌ ଭାବେ ମରାମତି କରାଯାଉଛି କି ନାହିଁ ତାହା ଦେଖିବାକୁ ମଧ୍ୟ କେହି ନାହିଁ । ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି । ଏ ସମ୍ପର୍କରେ କାମାକ୍ଷାନଗର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ନାୟକଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିବା ବେଳେ ସମ୍ଭବ ହୋଇପାରିନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.