PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଗୃହକର୍ତ୍ତାଙ୍କ ମୃତଦେହ, ବାହାରୁ ତାଲା ପକେଇ ଦୁର୍ବୃତ୍ତ ଫେରାର

ଦେବଗଡ଼, ୨୫।୩: ବନ୍ଦ କୋଠରୀରୁ ଗୃହକର୍ତ୍ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରିବା ପରେ ବାହାରୁ ତାଲା ପକେଇ ଦୁର୍ବୃତ୍ତ ଫେରାର ମାରିଛନ୍ତି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମକୁ ଅପେକ୍ଷା କରିଛି ରିଆମାଳ ଥାନା ପୁଲିସ । ସୂଚନା ଅନୁସାରେ, ରିଆମାଳ ଥାନା ଓ ମଳେହିପଡ଼ା ପଞ୍ଚାୟତ ହରିହରପୁର ଗାଁର ୪୫ ବର୍ଷୀୟ ଯୋଗୀ ନାଗ ନିଜ ସ୍ତ୍ରୀ ଜଲି ନାଗଙ୍କ ମୃତ୍ୟୁପରେ ଗତ ୫ ବର୍ଷ ଧରି ଏକୁଟିଆ ରହୁଥିଲେ । ତାଙ୍କର ଏକମାତ୍ର ପୁଅ ନାରାୟଣ ନିଜ ପିଲାଛୁଆଖୁ ନେଇ ଝାରସୁଗୁଡ଼ା ଅଞ୍ଚଳରେ ଏକ କମ୍ପାନୀରେ କାମ କରିବା ସହ ସେଠାରେ ରହୁଥିଲେ ।

ପାଖ କଖାରୁମାଳ ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞରୁ ଯୋଗୀ ଗତକାଲି ରାତିରେ ଫେରିଥିଲେ । ତେବେ ଆଜି ସକାଳୁ ତାଙ୍କର ଜଣେ ପଡ଼ୋଶୀ ମହିଳା ନାମଯଜ୍ଞ ଭୋଗ ଖାଇବା ପାଇଁ ଝରକା ପାଖରେ ଡାକିବାକୁ ଯାଇଥିବା ବେଳେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିବା ଦେଖି ଗାଁ ଲୋକଙ୍କୁ ଡାକ ପକାଇଥିଲେ । ଘରେ ତାଲା ପଡ଼ିଥିବା ବେଳେ ଘର ଭିତରେ ଯୋଗୀଙ୍କୁ ମୃତ ଦେଖି ଥାନା ଆଇଆଇସି ଲଳିତା ପ୍ରଧାନ ଓ ତାଙ୍କ ପୁଅ ନାରାୟଣ ନାଗଙ୍କୁ ଖବର ଦେଇଥିଲେ । ଅନ୍ୟପଟେ ଯୋଗୀ ଗତବର୍ଷ ସେପ୍ଟେମ୍ବର ମାସରେ ହନୁମାନ ପଇସା କାରବାରକୁ ନେଇ ଗିରଫ ହେବା ସହ ଜେଲ୍ ଯାଇଥିବା ବେଳେ ଆଜିର ହତ୍ୟା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।