ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟ୍ରେନରେ ତାମିଲନାଡୁ ଯାଉଥିଲେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ : ମୃତଦେହ ଗାଁରେ ପହଞ୍ଚାଇଲା ଜିଲ୍ଲା ଶ୍ରମ ବିଭାଗ

Published By : Suraj Kumar | October 28, 2024 8:50 PM

କେନ୍ଦୁଝର ସଦର,୨୮/୧୦(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡି ଗ୍ରାମର  ଦେବାନନ୍ଦ ଦଣ୍ଡସେନା (୩୦)ଙ୍କ ତାମିଲନାଡୁ କମ୍ପାଟ ରେଳ ଷ୍ଟେସନ ନିକଟରେ ଟ୍ରେନର କରେଣ୍ଟ ଦ୍ୱାରା ମୃତ୍ୟୁ ଘଟିଥିଲା। ଏ ନେଇ ପ୍ରମେୟରେ ଖବର ପ୍ରସାରଣ ପରେ ପ୍ରଶାସନର ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା।  ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ  ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ  ଆଜି  ଦେବାନନ୍ଦଙ୍କ ଶବକୁ ନିଜ  ଗାଁକୁ ଅଣାଯାଇ ଗାଁ ଶ୍ମଶାନରେ ସତ୍କାର କରାଯାଇଛି। 

ମୃତ ଦଣ୍ଡ ସେନା ଦୁର୍ଗା ପୂଜା ଛୁଟି ସରିବା ପରେ ଗତ ୨୪/୧୦/୨୪ ତାରିଖ ଗୁରୁବାର କାମ କରିବାକୁ ତାମିଲନାଡୁ ଯାଉଥିଲେ । ବାଟରେ ଟ୍ରେନ ଉପରେ ଥିବା ଟ୍ରେନ୍ ଚାଳିତ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ପରିବାର ଲୋକ ମୃତଦେହ ଆଣିବା ପାଇଁ କୌଣସି ଖର୍ଚ୍ଚ ବହନ କରିବେ ନାହିଁ ଏହା ଜିଲ୍ଲା ଶ୍ରମ ବିଭାଗ ହିଁ ବହନ କରିଛି ବୋଲି ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.