ମୁୁମ୍ବାଇ: ୧୯୩୭ ଡିସେମ୍ବର ୨୮ରେ ଜନ୍ମ । ୨୦୨୪ ଅକ୍ଟୋବର ୯, ୮୬ ବର୍ଷ ବୟସରେ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଗଲେ ବିଶିଷ୍ଟ ଶିଳ୍ପପତି, ଦୟାଳୁ ଆତ୍ମା ଏବଂ ମହାନ ନାୟକ ପଦ୍ମବିଭୂଷଣ ରତନ ଟାଟା । ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ପରଲୋକରେ ଦେଶର ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିବା ସହିତ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଲେଖିଛନ୍ତି, ଶ୍ରୀ ରତନ ଟାଟା ଜୀ ଜଣେ ଦୂରଦର୍ଶୀ ବିଜନେସ୍ ଲିଡର, ଦୟାଳୁ ଆତ୍ମା ଓ ଜଣେ ଅସାଧାରଣ ବ୍ୟକ୍ତି ଥିଲେ । ସେ ଭାରତର ସବୁଠୁ ପୁରାତନ ତଥା ସବୁଠୁ ପ୍ରତିଷ୍ଠିତ ବ୍ୟବସାୟିକ ପରିବାରରୁ ଆସି ଦେଶର ଉଦ୍ୟୋଗ ଜଗତରେ ସ୍ଥିର ନେତୃତ୍ୱ ପ୍ରଦାନ କରିଛନ୍ତି । ତାଙ୍କର ଯୋଗଦାନକୁ କେବେ ବି ଭୁଲି ହେବ ନାହିଁ । ନିଜର ବିନମ୍ରତା, ଦୟାଳୁ ଓ ସମାଜ ସେବାକୁ ଉନ୍ନତ କରିବା ପ୍ରତି ତାଙ୍କର ଅଦ୍ଭୁତ ପ୍ରତିବଦ୍ଧତା ରହିଥିଲା । ଏହି ସବୁ ଗୁଣ ତାଙ୍କୁ ପ୍ରିୟ କରିଛି ।
Shri Ratan Tata Ji was a visionary business leader, a compassionate soul and an extraordinary human being. He provided stable leadership to one of India’s oldest and most prestigious business houses. At the same time, his contribution went far beyond the boardroom. He endeared… pic.twitter.com/p5NPcpBbBD
— Narendra Modi (@narendramodi) October 9, 2024
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରତନ ଟାଟାଙ୍କ ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସେ ବ୍ୟବସାୟ ଓ ପରୋପକାରରେ ଏକ ଉଲ୍ଲେଖନୀୟ ଛାପ ଛାଡିଛନ୍ତି । ରତନ ଟାଟା କେବଳ ବ୍ୟବସାୟୀ ନ ଥିଲେ, ପରୋପକାରୀ ଓ ସମାଜସେବୀ ମଧ୍ୟ ଥିଲେ ।
Ratan Tata was a man with a vision. He has left a lasting mark on both business and philanthropy.
— Rahul Gandhi (@RahulGandhi) October 9, 2024
My condolences to his family and the Tata community.
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେଖିଛନ୍ତି, ଶ୍ରୀ ରନତ ଟାଟାଙ୍କ ନିଧନ ଖବର ଶୁଣି ମୁଁ ଦୁଃଖିତ । ସେ ଭାରତୀୟ ଉଦ୍ୟୋଗଜଗତର ମହାନ ନାୟକ ଥିଲେ । ସେ ଦେଶର ଅର୍ଥବ୍ୟବସ୍ଥା, କାରବାର ଓ ଉଦ୍ୟୋଗରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି ।