ଆଠଗଡ଼, ୨/୧୧ କଟକ ଜିଲ୍ଲା ତିଗିରିଆ ଥାନା ଭିରୁଡ଼ା ପଣସପାଟଣା ଅଞ୍ଚଳର ଆଠଗଡ଼ ଏବଂ କଟକ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ । ତିଗିରିଆ ଥାନା ଭିରୁଡ଼ା ଓ ପଣସପାଟଣା ଗାଁରେ ଚଢ଼ଉ କରି ୬୬୫ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ୬୯୩୦ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ।
ଏହି ଚଢ଼ଉରେ ୭ରୁ ଅଧିକ ଅବକାରୀ ବିଭାଗର ଅଧିକାରୀ ସାମିଲ ଥିଲେ । ଏହି ସ୍ଥାନରେ ବେଆଇନ ଭାବେ ଚୋରା ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହରକୁ ଚାଲଣ କରାଯାଇଥାଏ ବୋଲି ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଥିଲେ । ଆଜିର ଏହି ଚଢ଼ଉରେ କୌଣସି ମଦ ମାଫିଆକୁ ଧରିବାରେ ସଫଳ ହୋଇନି ଅବକାରୀ ବିଭାଗ । ପୂର୍ବରୁ ଆଠଗଡ ଅବକାରୀ ବିଭାଗ ଚଢଉ କରୁଥିଲେ ମଧ୍ୟ ମଦ ମାଫିଆମାନଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ ।