ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭୀଷଣ ବାତ୍ୟାରେ ସୀମିତ 'ଦାନା', ବାତ୍ୟାର ଆଖି ସୃଷ୍ଟି ହୋଇନି କି ହେବନି

Published By : Rasmita Pradhan | October 24, 2024 1:37 PM

ଭୁବନେଶ୍ଵର, ୨୪/୧୦ : ଓଡ଼ିଶା ଉପକୂଳ ମୁହାଁ ଭୀଷଣ ବାତ୍ୟା । ସୃଷ୍ଟି ହୋଇନି ବାତ୍ୟା 'ଦାନା'ର ଆଖି । ଏନେଇ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ବାତ୍ୟା 'ଦାନା'ର ଆଖି ସୃଷ୍ଟି ହୋଇନି କି ହେବନି । ବାତ୍ୟା ଭୀଷଣ ବାତ୍ୟାରେ ସୀମିତ ଥିବାରୁ ଆଖି ହୋଇନି। ବହୁତ ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ । ପୂର୍ବାନୁମାନ ଅନୁସାରେ ବାତ୍ୟାର ତୀବ୍ରତା ରହିବ, ଆଉ ବଢିବନି । 

ଆଇଏମଡି ଡିଜି କହିଛନ୍ତି ଯେ, ଲ୍ୟାଣ୍ଡଫଲ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ । ବାତ୍ୟା 'ଦାନା' ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶା ମୁହାଁଇବା ସମ୍ଭାବନା ରହିଛି । ବାତ୍ୟା ପାରାଦୀପ ଠାରୁ ୨୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ପାରାଦୀପରେ ପବନର ବେଗ ୯୫ରୁ ୧୦୫ କିମି ରହିଛି । ସେହିପରି ବାତ୍ୟା ଧାମରା ଠାରୁ ୨୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵରରେ ୧୦୦ ରୁ ୧୨୦ କିମି ବେଗରେ ପବନ ହେବ । ଲ୍ୟାଣ୍ଡଫଲ୍ ବେଳେ କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ଉପକୂଳରେ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିବ । ଲ୍ୟାଣ୍ଡଫଲ୍ ବେଳେ କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଉପକୂଳରେ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିବ । ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜରେ ୬୦ ରୁ ୮୦ କିମି ବେଗରେ ପବନ ବହିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.