ମାଲକାନଗିରି/ମାଥିଲି,୨୧/୧୧ : ପୁଣି ନୂଆ ଯୁଗ ଆସିବ ଆଜିଠାରୁ । ଆରମ୍ଭ ହେଲା ଛତିଶଗଡ଼ ଓଡ଼ିଶା ସୀମା ସୋଡିଗୁଡ଼ା ଗାଁରୁ ପରାବର୍ତ୍ତନର ପର୍ବ l କିଛି ବର୍ଷ ତଳେ କୋୟା ଜନଜାତଟିରୁ ଅଲଗା ହୋଇ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ସମାଜରେ ପରିବର୍ତ୍ତିତ ହୋଇଥିବା ୧୭ଟି ପରିବାରର ସମସ୍ତ ସଦସ୍ୟ ନିଜର ଭୁଲ ବୁଝି ପାରି ଆଜି ସର୍ବ ସହମତିରେ କମାରପାଲି ସରପଞ୍ଚ ଯୋଗୀ ମାଢି ଓ କୋୟା ସମାଜର ମାଥିଲି ବ୍ଲକ ସଭାପତି ବସନ୍ତ ମାଢିଙ୍କ ଉପସ୍ଥିତିରେ ନିଜ ଧର୍ମକୁ ଫେରି ଆସିଥିଲେ l
ଆଜିର ଉତ୍ସବରେ ସେମାନେ ନିଜ ଜାତିରେ ମିଶିବା ପାଇଁ ଅନେକ ଦିନରୁ ବ୍ୟାକୁଳ ଥିଲେ l କିନ୍ତୁ ତାଙ୍କ ପରିବାରର ସମ୍ପର୍କୀୟମାନେ ମଧ୍ୟ ଆଜିର ଏହି ଉତ୍ସବର ଦିନଟିକୁ ଜଗି ବସିଥିଲେ l ଆଜି ସେହି ପବିତ୍ର ସମୟ ଆସିଥିଲା ଏହି କାର୍ଯ୍ୟକ୍ରମରେ ନିକଟ ଗ୍ରାମରୁ ମଧ୍ୟ ଅନେକ ପୁରୁଷ ଓ ମହିଳାମାନେ ଏହି ପରାବର୍ତ୍ତନ କାର୍ଯ୍ୟକ୍ରମରେ ଭାଗ ନେବାସହ ସମସ୍ତଙ୍କୁ ଚନ୍ଦନ,ସିନ୍ଦୁର ମଥାରେ ଦେଇ ହୁଳହୁଳି ସହ ଫୁଲ, ହଳଦିଆ ଚାଉଳ ସମସ୍ତଙ୍କ ଉପରେ ପକାଇ ଦେଇ ନିଜ ଜାତି ଭାଇଭଉଣୀମାନଙ୍କୁ ସ୍ଵାଗତ କରିଥିଲେ l ଆଗାମୀ ଦିନରେ ଏହି ଘର ବାହୁଡ଼ା କାର୍ଯ୍ୟ ଆହୁରି ଜୋରସୋରରେ କରା ହେବ ବୋଲି କୋୟା ସମାଜର ଗୁରୁ ଇନ୍ଦ୍ରା ମାଡକାମୀ ଓ ଅନ୍ୟମାନେ କହିଛନ୍ତି l