PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଏହି ଯୁବତୀ ଜଣକ ଗେଲଙ୍କୁ କରିଥିଲେ ପ୍ରପୋଜ୍, ମାତ୍ର ସର୍ତ୍ତ ଶୁଣିବା ପରେ ହୋଇଗଲା….

ଖେଳାଳୀମାନଙ୍କ ଲାଇଫ୍ ଷ୍ଟାଇଲ୍ ବିଷୟରେ ଜାଣିବାକୁ କାହାକୁ ବା ଆଗ୍ରହ ନଥାଏ। ସେ ବିରାଟ କୋହଲି ହୁଅନ୍ତୁ କି ସୋଏବ କିମ୍ବା ମହେନ୍ଦ୍ର ସିଂହ ଧୋନି ହୁଅନ୍ତୁ। ସମସ୍ତଙ୍କ ଜୀବନ ଶୈଳୀ ବିଷୟରେ ଜାଣିବାକୁ ଦର୍ଶକମାନଙ୍କର ବେଶ୍ ଆଗ୍ରହ ରହିଥାଏ। ତେବେ ଆଜି ଆମେ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲଙ୍କ ସହିତ ଯୋଡି ହୋଇରହିଥିବା କିଛି ପ୍ରେମ ସମ୍ପର୍କରେ କହିବାକୁ ଯାଉଛୁ।

ଆଇପିଏଲ୍ ସିଜନ୍-୯ର ଘଟଣା। ଯେତେବେଳେ କ୍ରିସ୍ ଗେଲ୍ ଆରସିବିର ଟିମରେ ସାମିଲ ଥିଲେ ସେତେବେଳେ ଏତେଟା ଭଲ ପ୍ରଦର୍ଶନ କରିନଥିଲେ। ଆଉ ଗେଲ୍ ରନ୍ ତିଆରି କରିବା ପାଇଁ ନାନା କସରତ କରୁଥିଲେ। ସେହି ସମୟରେ ଦିଲ୍ଲୀର ଜଣେ ଯୁବତୀ କ୍ରିସ ଗେଲଙ୍କୁ ଟ୍ବିଟର ଜରିଆରେ ଡିନର ଡେଟ୍ ପାଇଁ ପ୍ରପୋଜ କରିଥିଲେ। ଯୁବତୀ ଜଣଙ୍କ ନାଁ ହେଉଛି ଆରୋହୀ।

ଟ୍ବିଟରେ ଆରୋହୀ ଲେଖିଥିଲେ ଯେ, ‘ମେରା ଦିଲ୍ ଆପ୍‌କେ ଲିୟ ଧଡ଼କ୍‌ତା ହେ… କ୍ୟା ହମ୍ ଡେଟ୍ କେ ଲିୟେ ଯା ସକତେ ହେ…’। ଏହି ପ୍ରଶ୍ନରେ ଗେଲଙ୍କ ହୃଦୟାଛୁଆଁ ଉତ୍ତର ଦେଖିଲେ ଆପଣଙ୍କ ମନ ବି ତରଳି ଯିବ।

ଗେଲ୍ ଉତ୍ତରରେ ଲେଖିଥିଲେ ଯେ, ମୁଁ ତୁମ ସହିତ ରାତ୍ରି ଭୋଜନରେ ଯିବା ପାଇଁ ପ୍ରସ୍ତୁତ ଅଛି। କିନ୍ତୁ ବିଲର ଟଙ୍କା ତୁମକୁ ହିଁ ଦେବାକୁ ପଡ଼ିବ ବୋଲି ଗେଲ୍ ଲେଖିଛନ୍ତି।

ଏହା ପରେ ଆରେହୀ ତାଙ୍କୁ ଟ୍ବିଟ୍ କରିଥିଲେ, ମୁଁ ଟଙ୍କା ଦେବାକୁ ପ୍ରସ୍ତୁତ ଅଛି। କିନ୍ତୁ ତୁମକୁ ଆଗାମୀ ମ୍ୟାଚରେ ଆରସିବି ପାଇଁ ୧୦୦ କରିବାକୁ ପଡ଼ିବ। ଏହି ସର୍ତ୍ତ ଶୁଣିବା ପରେ ଗେଲ୍ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।