PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଶହୀଦଙ୍କ ଭଉଣୀ ବାହାଘରରେ ୧୦୦ ଗରୁଡ କମାଣ୍ଡେ ପାଳନ କଲେ ଭାଇର କର୍ତ୍ତବ୍ୟ,ଭଉଣୀର ପାଦକୁ ରଖିବାକୁ ଦେଲେନି ମାଟିରେ

ନୂଆଦିଲ୍ଲୀ,୧୫।୬: ଯେତେବେଳେ କୌଣସି ଝିଅର ବିବାହ ହୋଇଥାଏ ତାହା ହେଉଛି ତା ଜୀବନର ସବୁଠାରୁ ସୁନ୍ଦର କ୍ଷଣ। ଏହି ବିବାହରେ ଯଦି ପୂରା ପରିବାର ରହିଥାଏ ତେବେ ଖୁସି ଦୁଇଗୁଣା ହୋଇଯାଇଥାଏ। ବିଶେଷ କରି ଜଣେ ଝିଅର ବିବାହରେ ତା’ର ଭାଇ ବଡ ଭୂମିକା ନିର୍ବାହ କରିଥାଏ। ବିବାହର ପ୍ରସ୍ତୁତି ଠାରୁ ନେଇ ଭଉଣୀକୁ ସବୁ ପ୍ରକାର ସର୍ପୋଟ ଦେଇଥାଏ ଭାଇ ଏହି ସମୟରେ। କିନ୍ତୁ ଶହୀଦ ଗରୁଡ କମାଣ୍ଡୋ ଶହୀଦ ଜ୍ୟୋତି ପ୍ରକାଶ ନିରାଲା  ନିଜ ଭଉଣୀର  ବାହାଘର ପାଇଁ ଦେଖିଥିବା ସ୍ବପ୍ନକୁ ପୂରଣ କରିପାରିନଥିଲେ। କାରଣ ୨ ବର୍ଷ ପୂର୍ବେ ଜ୍ୟୋତି ଶହୀଦ ହୋଇଯାଇଥିଲେ। ତାଙ୍କର ଅନୁପସ୍ଥିତିରେ ପରିବାରର ଆର୍ଥିକ ସ୍ଥିତି ଖୁବ୍ ଖରାପ ହୋଇଯାଇଥିଲା। ଏଭଳି ପରିସ୍ଥିତି​‌ରେ ଶହୀଦଙ୍କ ଭଉଣୀର ବିବାହର ଦାୟିତ୍ବ ନେଇଥିଲେ ୧୦୦ ଜଣ ଗରୁଡ କମାଣ୍ଡୋ। ସେମାନେ ଚାନ୍ଦା ଆଦାୟ କରି ଜ୍ୟୋତିଙ୍କ ଭଉଣୀ ଶଶିକଳାଙ୍କୁ ଖୁବ୍ ଧୂମଧାମରେ ବିବାହ କରାଇଥିଲେ।

୩ ଜୁନରେ ଶଶିକଳାଙ୍କର ବିବାହ ବିହାରର ପାଲି ରୋଡ ଡେହରିରେ ରହୁଥିବା ସୁଜିତ କୁମାରଙ୍କ ସହିତ ହୋଇଥିଲା। ତେବେ ଏହି ବିବାହ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ୧୦୦ ଜଣେ ଗରୁଡ କମାଣ୍ଡୋ ଏକାଠି ହୋଇ ଭାଇର ଭୂମିକା ଗ୍ରହଣ କରିଥିଲେ। ଏହି କମାଣ୍ଡୋମାନେ ଭଉଣୀର ବିବାୟୀ ସମୟରେ ତାଙ୍କ ପାଦକୁ ମାଟିରେ ରଖିବାକୁ ଦେଇନଥିଲେ। ଯେଉଁଠି ଶଶିକଳାଙ୍କ ପାଦ ପଡିବାକୁ ଯାଉଥିଲା ଶହୀଦଙ୍କ ସାଥୀ ଏହି ଯବାନମାନେ ନିଜର ହାତ ରଖିଦେଉଥିଲେ। ବାୟୁସେନାର ଗରୁଡ କମାଣ୍ଡୋଙ୍କ ହାତରେ ପାଦ ରଖି ଶହୀଦଙ୍କ ଭଉଣୀ ଶାଶୁଘରକୁ ଯାଇଥିଲେ। ଏସବୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଖୁସିରେ କାନ୍ଧି ପକାଇଥିଲେ। ଯବାନମାନେ  ବାହାଘରରେ ଶହୀଦଙ୍କ ଭଉଣୀଙ୍କୁ ତାଙ୍କ ଭାଇର ଅନୁପସ୍ଥିତି ଜଣାଇବାକୁ ଦେଇନଥିଲେ। ୧୦୦ ଜଣ ଯବାନ ଚାନ୍ଦା ଆଦାୟ କରି ପ୍ରାୟ ୫ ଲକ୍ଷ ଟଙ୍କା ଏକାଠି କରି ଖୁବ୍ ଧୁମଧାମରେ ଏହି ବାହାଘର କରିଥିଲେ। ଉଲ୍ଲେଖନୀୟ ଯେ,୧୮ ନଭେମ୍ବର ୨୦୧୭୮ରେ ଜମ୍ମୁ-କଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀଙ୍କ ସହ ସଂଘର୍ଷ ବେଳେ ଜ୍ୟୋତି ପ୍ରକାଶ ଶହୀଦ ହୋଇଯାଇଥିଲେ। ତେଣୁ ଜ୍ୟୋତିପ୍ରକାଶଙ୍କ ପରିବାର ଲୋକଙ୍କୁ ଏକୁଟିଆ ବୋଲି ଏହି କମାଣ୍ଡୋମାନେ ଜଣାଇବାକୁ ଦେଇନଥିଲେ।

ସମ୍ବନ୍ଧିତ ଖବର