ହରଭଙ୍ଗା,୨୫/୧୧ : ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ କୁମ୍ଭକାର ସମାଜର କୁରାଳ ପଞ୍ଚମୀ ଏକ ମହାନ ପର୍ବ l ଲଷ୍ମୀ ନାରାୟଣ ପୂଜା ସହିତ କୁମ୍ଭକାର ସମାଜ କୁରାଳ ପଞ୍ଚମୀରେ ନିଜ କୁଳ ଦେବତା ବା ଇଷ୍ଟ ଦେବ ରୁଦ୍ରପାଳ ଦେବି ରତ୍ନେସ୍ୱରୀ ଓ ସୁଦର୍ଶନ ଚକ୍ର ବା କୁମ୍ଭ ଚକ ପୂଜାର୍ଚ୍ଚନା କରିଥାନ୍ତି l ଏହି କୁରାଳ ପଞ୍ଚମୀ ବୌଦ୍ଧ ଜିଲ୍ଲା କୁମ୍ଭକାର ସମ୍ପ୍ରଦାୟ ବିରାମଚନ୍ଦ୍ର ପୁର କେନ୍ଦ୍ର କୁମ୍ଭକାର ସମାଜ ପକ୍ଷରୁ ଘୋରଡ଼ା ଗ୍ରାମର ରୀତିନୀତି, ପରମ୍ପରା, ସଂସ୍କୃତିକୁ ଆଧାର କରି କୁରାଳ ପଞ୍ଚମୀ ମହା ଆଡ଼ମ୍ବରରେ ପାଳନ କରାଯାଇଛି l

ପ୍ରାତଃରୁ ସମାଜ ଓ ଗ୍ରାମବାସୀ ପକ୍ଷରୁ ସୁଦ୍ଧପୁତ ଚିତରେ ଗଙ୍ଗା ମାତାଙ୍କୁ ବରଣ କରି ଶୁଭ କଳସ ଶୋଭାଯାତ୍ରା ମହାନଦୀକୁ ନାମ ସଂକୀର୍ତ୍ତନ ସହ ପୂଜାମଣ୍ଡପରେ ଅବସ୍ଥାପନ କରାଯାଇଥିଲା । ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ଗୀତା ଯଜ୍ଞ, କୁରାଳ ପଞ୍ଚମୀ ପୂରଣ ପଠନ ସହିତ କୃଷ୍ଣ ଗୁରୁ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଲଷ୍ମୀ ନାରାୟଣ ପୂଜା ଓ ଭଗବାନ ପ୍ରଦାନ କରିଥିବା ସୁଦର୍ଶନ ଚକ୍ର ଯାହାକି ଆଜି କୁମ୍ଭାର ସମାଜ ଚକ ଉପରେ ମାଟି ରଖି ବିଭିନ୍ନ ପାତ୍ର ତିଆରି କରି ନିଜ ବୃତ୍ତିରେ ପେଟ ପୋଶିଥାଏ । ସହିତ ଇଷ୍ଟ ଦେବ ରୁଦ୍ରପାଳ ଓ ରତ୍ନେସ୍ୱରୀଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା l

ପୌରାଣିକ ମତ ଅନୁଯାୟୀ ସୃଷ୍ଟି କର୍ତ୍ତା ଭଗବାନ ବିଷ୍ଣୁ ଜଗତ ସୄଟି କଲା ପରେ ଖାଦ୍ୟର ପାତ୍ର ପାଇଁ ନିଜ ଅଙ୍ଗର ଝାଳରୁ କୁରାଳକୁ ଜନ୍ମ ଦେଲେ ଓ ସୁଦର୍ଶନ ଚକ୍ରକୁ କୁମ୍ଭାର ଚକ ରୂପେ ବ୍ୟବହାର ପାଇଁ ପ୍ରଧାନ କରିଥିଲେ l ଏହି ପର୍ବ ମାଟି ସହ ସମ୍ପର୍କ ଥିବା କୁମ୍ଭୀର, ମାଟିକଳାକାର -ପୌରାଣିକ, ସଂସ୍କୃତି ଓ ପରମ୍ପରାକୁ ନେଇ ପର୍ବ ଶେଷ ନ ହେବା ପର୍ଯ୍ୟନ୍ତ ମୂର୍ତ୍ତି, ହାଣ୍ଡି, ମାଠିଆ ଓ ମାଟି ସାମଗ୍ରୀ ତିଆରି କରନ୍ତି ନାହିଁ l ଏମିତି କି ବିଭିନ୍ନ ସ୍ଥାନରେ ଏହି କୁରାଳ ପଞ୍ଚମୀ ୫ରୁ ୭ଦିନ ପର୍ଯ୍ୟନ୍ତ ଚାଲୁ ରହିଥିବାବେଳେ ବୌଦ୍ଧ ଜିଲ୍ଲା ଘୋରଡ଼ା ଗ୍ରାମରେ ବିରାମଚନ୍ଦ୍ରପୁର ଜେନ୍ଦ୍ର କୁମ୍ଭାର ସମାଜ ପକ୍ଷରୁ ପାଳିତ ହେଉଥିବା କୁରାଳ ପଞ୍ଚମୀ ସଭାପତି ପ୍ରମୋଦ ରଣା, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କର୍ତ୍ତା ଭାବେ ପ୍ରତାପ ରଣା ଓ ଧର୍ମପତ୍ନୀ ଜୟନ୍ତୀ ରଣା କାର୍ଯ୍ୟଭାର ତୁଲାଇଥିବାବେଳେ ପୁରୋହିତ ଭାବେ ଦ୍ୱାରିକା ମିଶ୍ର ପୌରହିତ କାର୍ଯ୍ୟ କରିଥିଲେ l କୁରାଳ ପଞ୍ଚମୀ ପୁରାଣ ବ୍ୟାସ ଭାବେ ସ୍ଵପ୍ନେଶ୍ଵର ମିଶ୍ର ପଠନ କାଟିଥିଲେ l ଏହି ଉତ୍ସବରେ ଜିଲ୍ଲା କାର୍ଯ୍ୟ କର୍ତ୍ତା ଚନ୍ଦ୍ରକାନ୍ତ ରଣା, ପ୍ରହଲ୍ଲାଦ, ହିମାଂଶୁ, ଅଷ୍ଟମୀ, ଶୁକଦେବ ବନମାଳି, ଚିତ୍ତ ରଞ୍ଜନ, ପଞ୍ଚାନନ, ଅଜିତ, ରବି, ସଞ୍ଜୟ, ପଙ୍କଜ, ଅଧିକାରୀ ଓ ମୋହନ ରଣା ଙ୍କ ସମେତ ଘୋରଡ଼ା ଗ୍ରାମବାସୀ ସହଯୋଗ କରିଥିଲେ । ଆଜିର ଆଧୁନିକ ଯୁଗରେ ବି ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କଠାରେ ଏହି କୁମ୍ଭକାରଙ୍କ କୁଡୁଆ, ହାଣ୍ଡିରେ ମହାପ୍ରଭୁଙ୍କ ଦିବ୍ୟ ବ୍ୟଞ୍ଜନ ରନ୍ଧାଯାଇଛି l ତେଣୁ ଏହି କୁରାଳ ପଞ୍ଚମୀ କେବଳ ବୌଦ୍ଧ ଜିଲ୍ଲା ନୁହେଁ ସାରା ଓଡ଼ିଶାରେ ଏହି ପର୍ବ କୁମ୍ଭକାର ସମାଜ ପାଳନ କରୁଥିବା ଦେଖିବାକୁ ମିଳିଛି ।