ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପୋଷାକ ବଦଳେଇ ମମ୍ବାଇରେ ବୁଲୁଛି ସୈଫଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ, ସିସିଟିଭିରେ ହେଲା କଏଦ

Published By : Bijay Swain | January 17, 2025 10:34 PM

Image courtesy: indiatoday

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ଜଣକର ଏକ ସଦ୍ୟ ପ୍ରକାଶିତ ଫଟୋ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାନ୍ଦ୍ରାରେ ସୈଫଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିବାର ଗୋଟିଏ ଦିନ ପରର ଏହି ଫଟୋରେ ଅଭିଯୁକ୍ତ ଜଣକ ବାନ୍ଦ୍ରାରେ ହିଁ ଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଅଭିଯୁକ୍ତ ଜଣଙ୍କ ସୈଫଙ୍କ ଘରେ ପଶିଥିବା ବେଳର ସିସିଟିଭି ଫୁଟେଜରେ ଏକ କଳା ଟି-ସାର୍ଟ ପିନ୍ଧିଥିବା ବେଳେ ମିଳିଥିବା ନୂଆ ଫଟୋରେ ଏକ ନୀଳ ଶାର୍ଟ ପିନ୍ଧି ବାନ୍ଦ୍ରା ଷ୍ଟେସନ ଅଭିମୁଖେ ଯାଉଥିବା ରାସ୍ତାରେ ଚାଲିଚାଲି ରାସ୍ତାରେ ଜାଉଥିବାର ନଜରକୁ ଆସିଛି।

ସୈଫ ଅଲ୍ଲୀ ଖାନଙ୍କ ଘର ଓ ବନ୍ଦ୍ରାର ଏକ ହୋଟେଲରେ ଲାଗିଥିବା ସିସିଟିଭି ଫୁଟେଜରେ ଆକ୍ରମଣକାରୀ ଜଣଙ୍କ ଏକ ନୀଳ ସାର୍ଟ ପିନ୍ଧି, କାନ୍ଧରେ ଏକ ବ୍ୟାଗ ପକେଇ ରାସ୍ତାରେ ଚାଲିଚାଲି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଫୁଟେଜଟି ସୈଫଙ୍କୁ ଆକ୍ରମଣ କରିବା ପରଦିନ ସକାଳ ଅର୍ଥାତ ଶନିବାର ସକାଳର ବୋଲି ସୂଚନା ମିଳିଛି। ତେବେ ଅଭିଯୁକ୍ତ ଜଣଙ୍କ ପୋଲିସ ଆଖିରେ ଧୁଳି ଦେଇ ସକାଳ ୮ଟା ଯାଏ ବାନ୍ଦ୍ରାରେ ରହିଥିଲା ବୋଲି ସୂଚନା ମିଳିଛି।

ସୂଚନା ମୁତାବକ, ବଲିଉଡର ଏହି ୫୪ ବର୍ଷିୟ ଅଭିନେତାଙ୍କୁ ଗତ ବୁଧବାର ରାତିରେ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ୬ ଥର ଛୁରାମାଡ କରିଥିଲା। ଏହି ଆକ୍ରମଣରେ ସୈଫଙ୍କ ବେକ, ପିଠି ଓ ପାକସ୍ଥଳିରେ ଗୁରୁତର ଆଘାତ ଲାଗିଥିଲା। ତେବେ ସେ ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ବୋଲି ଡାକ୍ତରମାନେ ପ୍ରକାଶ କରିଛନ୍ତି। 

ଆକ୍ରମଣକାରୀକୁ ନେଇ ମିଳିଥିବା ପ୍ରଥମ ଭିଡିଓରେ ସେ ବାନ୍ଦ୍ରା ସ୍ଥିତ ସୈଫଙ୍କ ବାସଭବନକୁ ଧସେଇ ପଶୁଥିବାର ନଜରକୁ ଆସିଛନ୍ତି। ଶିଡି ଦେଇ ସୈଫଙ୍କ ଘରକୁ ପ୍ରବେଶ କରୁଥିବା ସମୟରେ ସେଠାରେ ଲାଗିଥିବା ସିସିଟିଭିକୁ କିଛି ସମୟ ପାଇଁ ଅନାଇ ଫୁଣି ଉପରକୁ ଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ନୂତନ ଭିଡିଓରେ ଆକ୍ରମଣକାରୀ ଜଣଙ୍କ ହାତରେ ହାତ ଛନ୍ଦି ଆରମରେ ରାସ୍ତାରେ ଯାଉତିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। 

ଏହି ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ମୁମ୍ବାଇ ପୋଲିସର ଏକ ୩୫ ଜଣିଆ ଦଳ ଘଟଣାର ଛାନଭିନ୍ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଥିବା ବେଳେ ଖବର ଲେଖାହେବାଯାଏ କାହାକୁ ଗିରଫ କରାଯାଇ ନଥିବା ସୂଚନା ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.