PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଛି ୫ଟି ବଙ୍ଗଳା, ଜାଣନ୍ତୁ କେଉଁ ବଙ୍ଗଳାରେ କ’ଣ ହୋଇଥାଏ

ନରେନ୍ଦ୍ର ମୋଦି ଲଗାତାର ଭାବେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ। ଏମିତିରେ ୭ଜଣ ଲୋକ କଲ୍ୟାଣ ମାର୍ଗ ଅର୍ଥାତ୍ ପ୍ରଧାନମନ୍ତ୍ରୀ ଆବାସରେ ରହିବେ। ତେବେ ଏହି ଆବାସରେ ଗୋଟିଏ ନୁହେଁ ବରଂ ୫ଟି ବଙ୍ଗଳା ମଧ୍ୟ ରହିଛି। ଆପଣ କେବଳ ଗୋଟିଏ ବଙ୍ଗଳା ବିଷୟରେ ହିଁ ଜାଣିଥିବେ। କିନ୍ତୁ ଏଠାରେ ଥିବା ୫ଟି ବଙ୍ଗଳା ବିଷୟରେ ଜାଣିନଥିବେ।

ଦିଲ୍ଲୀରେ ଥିବା ପ୍ରଧାନମନ୍ତ୍ରୀ ଆବାସ ୧୨ ଏକର ଜମିରେ ତିଆରି ହୋଇଛି। ମୁଖ୍ୟ କଥା ହେଲା କି, ଏଠାରେ ଗୋଟିଏ ନୁହେଁ ବରଂ ୫ଟି ବଙ୍ଗଳା ରହିଛି। ଏହି ୫ଟି ବଙ୍ଗଳାର ସଂଖ୍ୟା ହେଉଛି ୧,୩, ୫, ୭ ଏବଂ ୯। ଏଥିମଧ୍ୟରୁ ନରେନ୍ଦ୍ର ମୋଦି ୭ନମ୍ବର ବଙ୍ଗଳାରେ ରହୁଛନ୍ତି।

୯ନମ୍ବର ବଙ୍ଗଳାରେ ଏସପିଜି ରୁହନ୍ତି। ଯିଏ କି ମୋଦିଙ୍କ ସୁରକ୍ଷା ଦାୟିତ୍ବ ସମ୍ଭାଳି ଥାନ୍ତି। ୩ ନମ୍ବର ବଙ୍ଗଳାଟି ମୋଦିଙ୍କ ଅତିଥିମାନଙ୍କ ପାଇଁ ହୋଇଛି। ଏହାକୁ ଗେଷ୍ଟ ହାଉସ୍ ବୋଲି କୁହାଯାଇଥାଏ। ୧ ନମ୍ବର ବଙ୍ଗଳାରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେଲିପ୍ୟାଡ୍ ତିଆରି ହୋଇଛି। ଏହି ବଙ୍ଗଳାଠାରୁ ୧-୨ କିମି ଲମ୍ବା ପର୍ଯ୍ୟନ୍ତ ଏକ ସୁରଙ୍ଗ ମଧ୍ୟ ହୋଇଛି।  ମୋଦିଙ୍କ ଏହି ଆବାସକୁ ୭ଲୋକ କଲ୍ୟାଣ ମାର୍ଗ ଆବାସ ବୋଲି କୁହାଯାଇଥାଏ।

ମୋଦିଙ୍କ ଆବାସର ନକ୍ସା ରୋବର୍ଟ ଟର୍ ରୁସେଲ ତିଆରି କରିଛନ୍ତି। ରସେଲ ୧୯୨୦ ଏବଂ ୧୯୩୦ ଦଶକରୁ ଦିଳ୍ଲୀର ନକ୍ସା ତିଆରି କରୁଥିଲେ। ତେବେ କେହି ଯଦି ମୋଦିଙ୍କ ଆବାସକୁ ଯାଏ ସର୍ବପ୍ରଥମେ ୯ ଲୋକ କଲ୍ୟାଣ ମାର୍ଗରୁ ପ୍ରବେଶ ଦିଆଯାଇଥାଏ। ଏହା ପରେ ପାର୍କିଂ କରିବା ପରେ ତାଙ୍କୁ ବେଲକମ୍ ଗୃହକୁ ନିଆଯାଇଥାଏ। ଏଠାରେ ସିକ୍ୟୁରିଟି ବ୍ୟବସ୍ଥାକୁ ପୁରା କଡ଼ାକଡ଼ି ଭାବେ ରଖାଯାଇଛି।

ସମ୍ବନ୍ଧିତ ଖବର