ଆଇପିଏଲ ୨୦୨୨ରୁ ବାହାର ହେବା ପରେ ଏହି ରେକର୍ଡ କଲା ଆରସିବି

pic - internet
ବେଙ୍ଗାଲୁରୁ,୦୫/୨୮: ପୁଣିଥରେ ନିରାଶ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ୨୦୦୮ ରୁ ଆଇପିଏଲ ଆରମ୍ଭ ହେବା ପରେ ଟାଇଟଲ ହାତେଇବା ଅପେକ୍ଷାରେ ରହିଛି ଏହି ଦଳ। କିଛି ସିଜିନ୍ରେ ଟିମ୍ ଟାଇଟଲର ପାଖାପାଖି ପହଞ୍ଚିଥିଲେ ମଧ୍ୟ ଶେଷ ସମୟରେ ନିରାଶ ହୋଇଛି। ଆଇପିଏଲ ୨୦୨୨ ରେ ନୂଆ କ୍ୟାପଟାନ, ଟିମ୍ରେ କିଛି ପରିବର୍ତ୍ତନ ସହ ଦଳ ନୂଆ ଜୋସ୍ରେ ଚଳିତଥର ପଡ଼ିଆକୁ ଓହ୍ଲାଇଥିଲା। ଏବଂ କ୍ଲାଲିଫାୟାର ୨ ଯାଏ ପହଞ୍ଚିଯାଇଥିଲା। ହେଲେ ପୁଣିଥରେ ପାଖାପାଖି ଆସି ବାଙ୍ଗାଲୋର ନିରାଶ ହୋଇଛି। ରାଜସ୍ଥାନ ପାଖରୁ ହାରିବା ପରେ ବାଙ୍ଗାଲୋର ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି।
ଅହମଦାବାଦରେ ଶୁକ୍ରବାର ମେ ୨୭ ରେ ହୋଥିବା ଦ୍ୱିତୀୟ କ୍ୱାଲିଫାୟାରରେ ବାଙ୍ଗାଲୋରକୁ ରାଜସ୍ତାନ ୭ ୱିକେଟରେ ପରାସ୍ତ କରିଥିଲା। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ରେ ମାତ୍ର ୧୫୭ ରନ୍ କରିବାକୁ ସକ୍ଷମ ହୋଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂରେ ଆକର୍ଷୀୟ ପ୍ରଦର୍ଶନ ସହ ରାଜସ୍ଥାନ ୧୮.୧ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲାଭ କରିଥିଲା । ବଟଲର ଛକା ମାରି ଦଳକୁ ବିଜୟୀ କରାଇଥିଲେ ।
ପ୍ଲେଅଫ୍ରେ ସର୍ବାଧିକ ଥର ହାରିବା
ଚଳିତ ଆଇପିଏଲରେ ମଧ୍ୟ ବାଙ୍ଗାଲୋକୁ ପ୍ଲେଅଫ୍ରେ ବାହାର ହେବାକୁ ପଡ଼ିଛି। ଏହାସହ ଟିମ୍ ଚେନ୍ନାଇ ସୁପରି କିଙ୍ଗ୍ସ ର ମଧ୍ୟ ରେକର୍ଡ ଭାଙ୍ଗିଛି। ତେବେ ବାଙ୍ଗାଲୋର ପ୍ରଥମ କିମ୍ୱା ଦ୍ୱିତୀୟ ଥର ପ୍ଲେଅଫରୁ ବାହାର ହୋଇନାହିଁ, ୮ ଥର ବାଙ୍ଗାଲୋର ଶେଷ ୪ ରେ ପହଞ୍ଚି ପ୍ଲେଅଫରୁ ବାହାର ହୋଇଛି। ପୂର୍ବରୁ ଏହି ରେକର୍ଡ ଏମଏସ୍ ଧୋନୀଙ୍କ ଅଧିନାୟକତ୍ୱ ଚେନ୍ନାଇ ସୁପିର କିଙ୍ଗ ନାଁ ରହିଥିଲା। ଦଳ ୭ ଥର ପ୍ଲେଅଫ୍ରୁ ବାହାର ହୋଇଥିଲା। ହେଲେ ଚେନ୍ନାଇ ୪ ଥର ଟାଇଟଲ ଜିତିବାରେ ସକ୍ଷମ ହୋଇଛି। ଯେତେବେଳେ କି ବାଙ୍ଗାଲୋର ଗୋଟିଏ ହେଲେ ବି ଟାଇଟଲ ଜିତିପାରିନାହିଁ ।