ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କଚ୍ଛପ ଗତିରେ ଚାଲିଛି ଦ୍ୱାରଶୁଣି ଘାଟି ରାସ୍ତା ମରାମତି, ତଦାରଖ କଲେ ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ

Published By : Rasmita Pradhan | November 24, 2024 2:42 PM

ବାଙ୍ଗିରିପୋଷି, ୨୪/୧୧ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଦ୍ୱାରଶୁଣି ଘାଟି ରାସ୍ତା ମରାମତି କାର୍ଯ୍ୟ ଏକ ସପ୍ତାହ ହେବ ଚାଲିଛି। କଚ୍ଛପ ଗତିରେ କାର୍ଯ୍ୟ ହେଉଥିବା ଯୋଗୁଁ ପଥଚାରୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଗତ ୪ ରୁ ୫ ଦିନ ଧରି ରାସ୍ତା ଜାମ ରହିବା ଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଗାଡି ଚାଳକମାନେ ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଖାସ କରି ଆମ୍ବୁଲାନ୍ସରେ ଆସୁଥିବା ରୋଗୀମାନେ ମଧ୍ୟ ଭିଡ଼ ଭିତରେ ଫସି ରହି ଛଟପଟ ହେଉଥିବାର ଦେଖିବାକୁ ମିଳୁଛି। ଏ ବିଷୟରେ ଜାଣି ରବିବାର ଓଡ଼ିଶା ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକ ସଂଞ୍ଜଳୀ ମୁର୍ମୁ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ ପ୍ରମୁଖ ଘାଟି ରାସ୍ତା ମରାମତି କାର୍ଯ୍ୟର ତଦାରଖ କରିଛନ୍ତି। 

ରାସ୍ତା ମରାମତି ପାଇଁ ଭାରିଯାନ ଗୁଡିକ ଘଣ୍ଟା ଘଣ୍ଟା ଧରି ଛିଡା ହେଉଥିବା ବେଳେ ସେହି ଅନୁସାରେ ମରାମତି କାର୍ଯ୍ୟ ହେଉ ନଥିବା ଦେଖି ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫୋନ ଯୋଗେ ଏନଏଚଏଆଇ ଅଧିକାରୀଙ୍କୁ ତାଗିଦ କରିବା ସହ ଜଲଦି କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଏଥିନେଇ ଏକ ସମୀକ୍ଷା ବୈଠକ ବାଙ୍ଗିରିପୋଷି ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଡ଼ା ମହାପାତ୍ରଙ୍କ ସମେତ ବାଙ୍ଗିରିପୋଷି ବିଧାୟିକ ସଂଞ୍ଜଳୀ ମୁର୍ମୁ, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ, ବିଡିଓ ଶିବଶଙ୍କର ମୁର୍ମୁ, ବାରିପଦା ସଦର ଏସ୍‌ଡିପିଓ ସୁଜିତ ପ୍ରଧାନ, ବାଙ୍ଗିରିପୋଷି ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ଉପସ୍ଥିତ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.