ନୂଆଦିଲ୍ଲୀ,୦୮/୩: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଡିଜିଟାଲ କାରବାରରେ ହେଉଥିବା ଠକେଇରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ନୂଆ ଚିଠାନୀତି ପ୍ରସ୍ତୁତ କରିଛି । ଏହାର ନାଁ ରହିଛି ‘କଷ୍ଟମର ଲାଏବିଲିଟି ଇନ୍ ଡିଜିଟାଲ ଟ୍ରାଞ୍ଜାକ୍ସନ’ । ଏହା ଅଧୀନରେ ଯଦି ଜଣେ ଗ୍ରାହକଙ୍କ ସହ ଡିଜିଟାଲ ଠକେଇ ହୋଇଥାଏ ଏବଂ ସେ ଏହାକୁ ନେଇ ତୁରନ୍ତ ରିପୋର୍ଟ କରନ୍ତି ତେବେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରେ ।
ନୂଆ ନିୟମର ଉଦ୍ଦେଶ୍ୟ ହେଉଛି, ବ୍ୟାଙ୍କ ଅଭିଯୋଗ ଗୁଡ଼ିକର ସମାଧାନରେ ଲାଗୁଥିବା ସମୟକୁ କମ୍ କରିବା ଏବଂ ଛୋଟ ମୂଲ୍ୟର ଠକେଇ ପାଇଁ ଏକ ଉତ୍ତମ କ୍ଷତିପୂରଣ ଢାଞ୍ଚା ପ୍ରସ୍ତୁତ କରିବା । ଆର୍ବିଆଇ ଏହି ଚିଠାନୀତିକୁ ନେଇ ଜନତା ଏବଂ ଅଂଶୀଦାରଙ୍କଠାରୁ ମତାମତ ଲୋଡ଼ିଛି । ମତାମତ ଦେବାର ଡେଡ୍ଲାଇନ୍ ଏପ୍ରିଲ ୬ ରହିଛି । ଏହା ପରେ ସରକାର ଏହାକୁ ଲାଗୁ କରିବେ।
ଅଧିକ ପଢ଼ନ୍ତୁ :- ହୋଲି ପରେ ସୁନା-ରୁପା ବଜାରରେ ନିଆଁ: ଗୋଟିଏ ଦିନରେ ରୁପା ୮,୭୦୦ ଟଙ୍କା ମହଙ୍ଗା