PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ମଧ୍ୟାହ୍ନଭୋଜନ ଟଙ୍କା ପ୍ରଦାନରେ ଜାଲିଆତି, ସ୍କୁଲରେ ପଡ଼ିଲା ତାଲା  

ହରଭଙ୍ଗା, ୨୪/୯ : ମହାମାରୀ କରୋନା ସମୟରେ ସମସ୍ତ ବିଦ୍ୟାଳୟରେ ପାଠପଢା ଠପ ହୋଇଥିଲାବେଳେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା ମଧ୍ୟ ବନ୍ଦଥିଲା । ଲୋକଙ୍କ ଅଭାବ ଅସୁବିଧାକୁ ଲକ୍ଷ କରି ସରକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନଭୋଜନ ସହାୟତା ମଧ୍ୟ ପ୍ରଦାନ କରିଥିଲେ । ଫଳ ସ୍ବରୁପ ପ୍ରତି ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଚାଉଳ ସହ ୫ଟ ୪୨ପଇସା ଲେଖାଏଁ ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଚାଉଳ ସହ ୮ଟ ୧୦ପଇସା ଲେଖାଁଏ ମୋଟ ୨୦୦ଦିନର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୧୦୮୪ଟଙ୍କା ଓ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୧୬୨୦ଟଙ୍କା ପ୍ରଦାନ କରିବା କଥା ।

ମାତ୍ର ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ୟୁଜିଏମଇ ସ୍କୁଲରେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୩୯୦ଟଙ୍କା ଓ ମାଧ୍ୟମିକବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୪୫୦ଟଙ୍କା ଲେଖାଁଏ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ କିଛି ଅଭିଭାବକ ଗତକାଲି ସନ୍ଧ୍ୟାରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କୌଣସି ଟଙ୍କା ବକେୟା ନ ଥିବା ପ୍ରକାଶ କରିଥିଲେ । ଫଲରେ ଆଜି କିଛି ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ହୋତାଙ୍କୁ ପଚାରିବାରୁ ସେ ପ୍ରଥମେ ମନା କରିବା ସହ ପରେ ସ୍ବୀକାର କରିଥିଲେ ।

ଏପରିକି ପ୍ରଥମେ ପାସବୁକ/ଏସଏମସି କମିଟି ବୈଠକ ଖାତା ପାଖରେ ନ ଥିବା ପ୍ରକାଶ କରିଥିଲେ । ଏବଂ ସିଆରସିସି ସୁଧିର ଦେହୁରୀ ଆସିବା ପରେ ଜଣାଇ ଥିଲେ ଯେ ୩ଟି ପର୍ଯ୍ୟାୟରେ ଟଙ୍କା ଆସିଛି । ପ୍ରଥମ ପର୍ଯ୍ୟାୟରେ ୭୩ ଦିନରେ ୨ୟ ପର୍ଯ୍ୟାୟରେ ୫୭ଦିନ ଏବଂ ୩ୟ ପର୍ଯ୍ୟାୟରେ ୭୦ଦିନର ମୋଟ ୨୦୦ଦିନର ଟଙ୍କା ଆସିଛି । ସମସ୍ତ ଟଙ୍କା ଜୁନ୍ ମାସରେ ବ୍ୟାଙ୍କରୁ ଉଠିସାରିଛି । ଜୁଲାଇ ୫ତାରିଖ ୨୦୨୨ରେ ପ୍ରଥମ ଓ ୩ୟ ପର୍ଯ୍ୟାୟର ଟଙ୍କା ପ୍ରଦାନ କରାଯାଇଛି । ଆଶ୍ଚର୍ଯ୍ୟର କଥା ପ୍ରଧାନ ଶିକ୍ଷକ ଗୋଟିଏ ତାରିଖରେ ପ୍ରଥମ ତୃତୀୟ ପର୍ଯ୍ୟାୟ ଟଙ୍କା ସମାନ ତାରିଖରେ ପ୍ରଦାନ କରାଯାଇଥିବା କାଗଜପତ୍ରରେ ଦର୍ଶାଉଥିବାବେଳେ ପ୍ରଥମ ପର୍ଯ୍ୟାୟର ଟଙ୍କା ଛାଡ଼ି ଆଉ କୌଣସି ପର୍ଯ୍ୟାୟର ଟଙ୍କା ପ୍ରଦାନ କରିନଥିବା ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ଜଣାଇଥିଲେ ।

ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ଟଙ୍କା ଗୋଟିଏ ତାରିଖରେ ବଣ୍ଟନ କରାଯାଇଥିବା କହୁଥିବାବେଳେ ୨ୟ ପର୍ଯ୍ୟାୟ ଟଙ୍କା ଜମାଖାତାରୁ ଉଠାଣର ୪ମାସ ପରେ ବି କେଉଁ ଉଦ୍ଦେଶ୍ୟ ନେଇ ପ୍ରଦାନ କରାଯାଇନାହିଁ ତାହା ସବୁଠାରୁ ଆଶ୍ଚର୍ଯ୍ୟ ଜନକ ଘଟଣା । ଏଣୁ ପରିଶେଷରେ ଉତକ୍ଷିପ୍ତ ଅଭିଭାବକ ଏସଏମସି କମିଟି ସଭାପତି ଘାସିରାମ ରାଉତ, ପ୍ରାକ୍ତନ ସରପଞ୍ଚ ଶୁଶୀଳ ପ୍ରଧାନ, ଅବକାଶ ସାହୁ, ସୁଶାନ୍ତ ରାଉତ, ରଞ୍ଜନ ହଂସ, ନିରଞ୍ଜନ ବେହେରା, ରାଜକିଶୋର ବେହେରା ପ୍ରମୁଖଙ୍କ ନେତୃତ୍ବରେ ସ୍କୁଲରେ ତାଲା ପକାଇବା ସହ ଉପରିସ୍ଥ ଅଧିକାରୀ ଘଟଣାସ୍ଥଳକୁ ଆସି ଘଟଣାର ସମାଧାନ ନ କରିବା ଯାଏଁ ବିଦ୍ୟାଳୟ ଗେଟରେ ତାଲା ପକାଇଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଜୋର ଧରିଛି ।