ମାଲକାନଗିରି ,୧୪/୧୨ (ଆ.ପ୍ର): ମାଲକାନଗିରି ଜିଲ୍ଲାର ଲୋକ ଉତ୍ସବ ମାଲ୍ୟବନ୍ତ ଆଜି ଦ୍ଵିତୀୟ ସନ୍ଧ୍ୟାରେ ଭୁବନେଶ୍ଵର ଓଡିଶୀ,ଆସମର ବିହୁ,ମହାରାଷ୍ଟ୍ରର ଲାବଣୀ ନୃତ୍ୟ ଦର୍ଶକଙ୍କ ମନ ମୋହିଛି ।

 ଦ୍ବିତୀୟ ସଂନ୍ଧ୍ୟାରେ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ,ବନଖଣ୍ଡଅଧିକାରୀ ପ୍ରତାପ କୋଟାପାଲ୍ଲୀ, ସହକାରୀ ଏସପି ତପନ ନାରାୟଣ ରଥ, ଅତିରିକ୍ତଜିଲ୍ଲାପାଳ ବେଦବର ପ୍ରଧାନ,ଅତିରିକ୍ତଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,ମୁଖ୍ୟଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ନିର୍ବାହି ଅଧିକାରୀ ନରେଶ ଚନ୍ଦ୍ର ଶବର,ଜିଲ୍ଲାସଂସ୍କୃତି ଅଧିକାରୀ ସଂନ୍ତାସ ନାରାୟଣ ପାଣ୍ଡା ଅତିଥି ଭାବେ ଉପସ୍ଥିତ ରହି କଳାକାରଙ୍କୁ ପୁରସ୍କାର ଓ ମାନପ‌ତ୍ର ପ୍ରଦାନ କରିଥିଲେ ।

 ଦ୍ବିତୀୟ ସନ୍ଧ୍ୟାରେ ପୁରୀର ନୃତ୍ୟ,ମାଲକାନଗିରିର ସାନ୍ତାଳୀ ନୃତ୍ୟ, ଆସାମର ବିହୁ,ମହାରଷ୍ଟ୍ରର ଲାବଣୀ,ସହିତ ଅନ୍ୟାନ ସଂସ୍କୃତିକ ଦଳମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ । ମାଲ୍ୟବନ୍ତ ଉତ୍ସବ ସ୍ଥଳରେ ଜିଲ୍ଲାରେ ଓରମାସ ପକ୍ଷରୁ ଏସଏଜି ଗ୍ରୁପ,ସହିତ ଜିଲ୍ଲା ଓ ଜିଲ୍ଲା ବାହରରୁ ଅନେକ ଷ୍ଟଲ ଖୋଲା ଯାଇଥିଲା । ଶୀତ ସନ୍ଧ୍ୟାରେ ଠୁଙ୍କାପୁରୀ, ଦହିବରା ଆଳୁଦମ, ଚାଟ,ଆଇସି କ୍ରିମ,ପୁରୀର ମାଲପୁଆ,ଗଜା,ଛତିଶଗଡର ବର୍ଫି ମିଠା,ଖାଇବାସିହତ ଅନେକ ଘରକରଣା ଜନିଷ କିଣି ଦର୍ଶକ ମାନେ ମଜାଉଠାଇଥିଲେ । 

ଉତ୍ସବ ମଇଦାନରେ ବିଭିନ୍ନ ବିଭାଗର ଉନ୍ନୟନମୁଳକ ଷ୍ଟଲ ସହିତ, ଦୋକାନ ବଜାର, ମିନାବଜାର ସାଙ୍ଗକୁ ଭେଳିକି ଭଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତିକର୍ଷକ ହୋଇଛ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢା ପୁଲିସ ସୁରକ୍ଷା ବ୍ୟବସ୍ଥା କରା ଯାଇଛି। ବିଏସଏଫ ଜବାନ ମାନଙ୍କ ସହିତ ଏସଓଜି, ଓ ବହୁପରିମାଣରେ ଜିଲ୍ଲା ପୁଲିସଙ୍କୁ ମୁତୟନ କରା ଯାଇଛି ।ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକ ଙ୍କ ଭିଡ଼ ଲାଗିଯାଇଥିଲା।