ଭୁବନେଶ୍ବର,୪।୧୧ : ମହାରାଷ୍ଟ୍ରରୁ ଶିମିଳିପାଳକୁ ଖୁବ୍ ଶିଘ୍ର ଆସିବ ଦିତୀୟ ବାଘୁଣୀ ।  ଦିନେ କିମ୍ବା ୨ ଦିନ ଭିତରେ   ଓଡ଼ିଶାରୁ ଗୋଟିଏ ଟିମ୍ ମହାରାଷ୍ଟ୍ର  ଯିବେ । ଯେଉଁ ଟିମ୍  ଯିବେ ସେମାନେ କୋର ଏରିଆରୁ ଗୋଟିଏ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବେ । ଟ୍ରାଙ୍କୁଲାଇଜ କରିବାର ୨ ଘଣ୍ଟା ଭିତରେ ଓଡ଼ିଶାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ ।

ଓଡ଼ିଶା ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ସମୟ ଲାଗିବ । ଏଥିପାଇଁ ଟ୍ରାନସପୋର୍ଟ ଗାଡ଼ି ବି ପ୍ରସ୍ତୁତ ଅଛି । ତେବେ ଯେଉଁ ବାଘୁଣୀ ଜନବସତି ଆଡ଼କୁ ଯାଇନଥିବ ଓ ଗାଈଗୋରୁ ଶିକାର କରିନଥିବ ସେଭଳି ବାଘୁଣୀକୁ ତଲାସ କରି ଟ୍ରାଙ୍କୁଲାଇଜ କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗୋଟିଏ ବାଘୁଣୀକୁ ମହାରାଷ୍ଟ୍ରରୁ ଅଣାଯାଇ ଶିମିଳିପାଳରେ ଛଡାଯାଇଛି। ଯାହାର ନାମ ଯମୁନା ରଖାଯାଇଛି।