ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଛାଡ଼ିଦେଇଥିଲେ ବ୍ୟାଙ୍କରେ କ୍ୟାସିୟର ଚାକିରି, ଏବେ ଭୁବନେଶ୍ୱରର ବେଷ୍ଟ ରୋଲ୍ ତାଲିକାରେ ତାଙ୍କ ଦୋକାନ ନାଁ...

Published By : Swapna Ray | March 26, 2025 7:43 PM

ଭୁବନେଶ୍ୱର, ୨୬।୩: ବ୍ୟାଙ୍କ୍‌ରେ କ୍ୟାସିୟର୍‌ ଥିଲେ । ଏସି କ୍ୟାବିନ୍‌ରେ ବସୁଥିଲେ । ଦରମା କିଛି କମ୍ ନଥିଲା । ଭଲ ଦରମା ବି ମିଳୁଥିଲା । ହେଲେ ଏସବୁ ତାଙ୍କୁ ସନ୍ତୁଷ୍ଟ କରିପାରିଲାନି । ତାଙ୍କର ଲକ୍ଷ୍ୟ କିଛି ଅଲଗା ଥିଲା । ନିଜର ସ୍ୱତନ୍ତ୍ର ବ୍ୟବସାୟ ଛିଡ଼ା କରିବାର ଇଚ୍ଛା ଥିଲା । ସେଥିପାଇଁ ଚାକିରି ଛାଡ଼ି ବାହାରିପଡ଼ିଥିଲେ ରାସ୍ତାକଡ଼କୁ । ଆରମ୍ଭ କଲେ ବ୍ୟବସାୟ । ଏହି ସଫଳ ଯୁବକ ହେଉଛନ୍ତି କୃଷ୍ଣ କେଶବ ସାହୁ । ବୟସ ମାତ୍ର ୨୫ ବର୍ଷ । ତାଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ ସେ ବର୍ତ୍ତମାନ ଡମଣାରେ ରହୁଛନ୍ତି । ଗ୍ରାଜୁଏସନ୍‌ ପରେ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଏମ୍‌ବିଏ କରିଥିଲେ । ଏହାରି ଭିତରେ ବ୍ୟାଙ୍କ କ୍ୟାସିୟର ଚାକିରି ପାଇଥିଲେ । ଚାକିରି କରୁଥିଲେ ସତ, ହେଲେ ତିଳେ ହେଲେ ଇଚ୍ଛା ନ ଥିଲା ବ୍ୟାଙ୍କରେ କାମ କରିବାକୁ । ଘରଲୋକ ବାଧ୍ୟ କରିବାରୁ ଚାକିରି ଛାଡ଼ିନଥିଲେ । 

ବ୍ୟାଙ୍କ କ୍ୟାସିୟର ଭାବେ କୃଷ୍ଣଙ୍କୁ ମାସକୁ ୩୦ ହଜାରରୁ ଅଧିକ ଦରମା ମିଳୁଥିଲା । ହେଲେ ଚାକିରିରେ ମନ ଲାଗୁନଥିଲା । ପ୍ରାୟ ଦେଢ଼ ବର୍ଷ ପରେ ଚାକିରି ଛାଡ଼ିଦେଇଥିଲେ । ବ୍ୟାଙ୍କ ଦରମାରେ ପରିବାର ଗୁଜରାଣ ମେଣ୍ଟୁଥିବାରୁ ତାଙ୍କର ବଡ଼ ସଞ୍ଚୟ ନଥିଲା । ତେଣୁ ସେ ଚାକିରି ଛାଡ଼ିବା ପୂର୍ବରୁ ୪ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ କରିଥିଲେ । ଏହି ଟଙ୍କାରେ କିଟ୍‌ ଛକ ନିକଟରେ ଚିକେନ୍‌ ରୋଲ୍‌ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କ ଦୋକାନର ନାଁ ଦେଇଥିଲେ ‘ବ୍ୟାଙ୍କର୍‌ ରୋଲ୍‌ବାଲା’ । ବ୍ୟବସାୟର ପ୍ରଥମ ପର୍ଯ୍ୟାୟରେ କିଛି ଲାଭ ହୋଇନଥିଲା । ଏକ ଭଲ ଚାକିରି ଛାଡ଼ି ଷ୍ଟିଟ୍ ଫୁଡ୍ ଆରମ୍ଭ କରିଥିବାରୁ ଲୋକଙ୍କ ଟାହିଟାପରା ଶୁଣିବାକୁ ମିଳୁଥିଲା । ହେଲେ ଏହା ତାଙ୍କୁ ବିଶେଷ ପ୍ରଭାବିତ କରିପାରିନଥିଲା, ବରଂ ତାଙ୍କୁ ଆହୁରି ଆଗକୁ ବଢ଼ିବାକୁ ପ୍ରେରିତ କରୁଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁଠି ସେ ବ୍ୟାଙ୍କରେ ଚାକିରି କରି ୩୦ ହଜାର ଦରମା ପାଉଥିଲେ, ଏବେ ସେ ଏହି ବ୍ୟବସାୟରୁ ମାସକୁ ତା’ର ୩ଗୁଣା ରୋଜଗାର କରୁଛନ୍ତି । କୃଷ୍ଣ ପ୍ରାୟ ୧୪ ପ୍ରକାରର ରୋଲ୍‌ ବିକୁଛନ୍ତି, ଯାହାର ମୂଲ୍ୟ ୫୦ ଟଙ୍କାରୁ ୧୬୦ ଟଙ୍କା ପର୍ଯ୍ୟନ୍ତ ରହିଛି । 

କୃଷ୍ଣଙ୍କ କହିବା କଥା, ‘ମୁଁ ଏମ୍‌ବିଏ କରିବାବେଳେ ଫାଷ୍ଟ୍‌ଫୁଡ୍‌ ପାଇଁ ଲୋକଙ୍କ ଆଗ୍ରହ ଲକ୍ଷ୍ୟ କରିଥିଲି । ସେବେଠୁ ରୋଲ୍ ବ୍ୟବସାୟ କରିବାର ଇଚ୍ଛା ସୃଷ୍ଟି ହୋଇଥିଲା । ବ୍ୟବସାୟ ଆରମ୍ଭ କରିବାବେଳେ ଝାଡ଼ୁ ଦେବାଠାରୁ ବାସନ ମଜା ପର୍ଯ୍ୟନ୍ତ ସବୁ କାମ କରୁଥିଲି । କାରଣ ଲୋକ ରଖିବାକୁ ପାଖରେ ଟଙ୍କା ନଥିଲା । ସେ ସମୟରେ ଲୋକ ମୋ ଉପରେ ହସୁଥିଲେ, କହୁଥିଲେ ‘ଦେଖ ବ୍ୟାଙ୍କ ଚାକିରି ଛାଡ଼ି ବାସନ ମାଜୁଛି, ଝାଡ଼ୁ ଓଳଉଛି, ରୋଷେଇ କରୁଛି’ । ଆଉ ଆଜି ମୁଁ ମାସକୁ ପାଖାପାଖି ୮୦ ହଜାରରୁ ଟଙ୍କାରୁ ବି ଅଧିକ ରୋଜଗାର କରୁଛି ।‘ ବ୍ୟାଙ୍କର୍‌ ରୋଲ୍‌ବାଲା ରୋଲ୍‌ ଖାଇବା ପାଇଁ ସନ୍ଧ୍ୟାରେ ଲାଗୁଛି ଗ୍ରାହକଙ୍କର ଲମ୍ବା ଲାଇନ । ଆଗକୁ ସେ ସାରା ଓଡ଼ିଶାରେ ନିଜ ଷ୍ଟୋର୍‌ ଖୋଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏହାବାଦ୍‌ ସେ ନିଜର ଫ୍ରାଞ୍ଚାଇଜ୍‌ ଖୋଲିବା ପାଇଁ ମଧ୍ୟ ଯୋଜନା କରିଛନ୍ତି । ଯାହାଦ୍ୱାରା ତାଙ୍କ ଭଳି ନୂଆ ବ୍ୟବସାୟ କରିବାକୁ ଯାଉଥିବା ଯୁବ ବ୍ୟବସାୟୀ ତାଙ୍କ ଲୋଗୋ ଓ ରେସିପି ବ୍ୟବହାର କରି ବ୍ୟବସାୟ ଆରମ୍ଭ କରିପାରିବେ ବୋଲି ସେ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.