ହରଭଙ୍ଗା,୨୯/୧୧ : ଉଚ୍ଚ ସମ୍ପନ୍ନ ପୋଲ ଉପରେ ଗଡ଼ିବ ଟ୍ରେନ୍ l ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ରେଳ ଯାତ୍ରୀ l ୮୦ଫୁଟ ଉପରେ ଓ ୨୦୦ଫୁଟ ମାଟି ତଳେ ଚାଲିବ ଟ୍ରେନ । ଏଥିପାଇଁ ବୌଦ୍ଧ ଜିଲ୍ଲାରେ ନିର୍ମାଣ ହେଉଛି ବଡ଼ ବଡ଼ ଭାୟାଡ଼କ । ଖୋର୍ଦ୍ଧା ବଲାଙ୍ଗୀର ରେଳପଥରେ ରେଳ ଗଡ଼ିବା ପାଇଁ ଜିଲ୍ଲାରେ ୪ଟରନେଲ ସହ ଦୁଇଟି ଭାୟାଡ଼କ ନିର୍ମାଣ ହେଉଛି ।

ଯାହାର ନିର୍ମାଣ ଏବେ ଜୋରସୋରରେ ଆଗାଇ ଚାଲିଛି। ଠିକାକମ୍ପାନୀ ପ୍ରାୟ ୫୦ପ୍ରତିଶତ କାର୍ଯ୍ୟ ସାରିଥିବାବେଳେ ଆଉ ୫୦ପ୍ରତିଶତ କାର୍ଯ୍ୟ ଯୁଦ୍ଧକାଳୀନ ଭିତରେ ତ୍ୱରାନ୍ୱିତ ହେଉଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଳ ଷ୍ଟେସନଠାରୁ ତେଇସ ମାଇଲ ଷ୍ଟେସନ ଭିତରେ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ନିର୍ମାଣ ଚାଲିଛି ଏହି ବଡ଼ ବଡ଼ ୨ଟି ଭାୟାଡ଼କ(ଉଚ୍ଚ ସମ୍ପନ୍ନ ବ୍ରିଜ)।

ଗୋଟିଏର ୧କିମି ୨ଶହ ମିଟର ଓ ଅନ୍ୟଟି ୬ଶହ ମିଟର ଲମ୍ବ ରହିଛି । ପ୍ରଥମଟିରେ ୪୬ଟି ପିଲାର ଓ ଦ୍ୱିତୀୟଟିରେ ୨୦ପିଲାର ରହିଛି । ଯାହାର ଉଚ୍ଚତା ପ୍ରାୟ ୭୦ରୁ ୮୦ଫୁଟ ଉଚ୍ଚତା ହେବ । ଆଧୁନିକ ଯନ୍ତ୍ରପାତି ଓ ଉପକରଣରେ ଚାଲୁଛି ଏହି କାର୍ଯ୍ୟ l ସେପଟେ ତେଇସମାଇଲ ଷ୍ଟେସନଠାରୁ ଆଡ଼େଣି ଗଡ଼ ଭିତରେ ୪ଟି ଟର୍ନେଲ ଥିବାବେଳେ ଜଙ୍ଗଲର ୨୦୦ଫୁଟ ମାଟି ତଳେ ଗଡ଼ିବ ଟ୍ରେନ୍ l ଜଙ୍ଗଲ ସମ୍ପଦ, ଜଙ୍ଗଲ ବନ୍ୟ ଜନ୍ତୁ ସୁରକ୍ଷା ନେଇ କରାଯାଇଛି ଏହି ଟର୍ନେଲ l ତେବେ ଯେତେଶୀଘ୍ର କାର୍ଯ୍ୟ ସରିବ ସେତେ ଶୀଘ୍ର ଖୋର୍ଦ୍ଧା -ବଲାଙ୍ଗୀର ରେଳ ଚଳାଚଳ ହେବ ଓ ବୌଦ୍ଧ ଜିଲ୍ଲାର ଅର୍ଥନୀତିରେ ବିକାଶ ଘଟିବ l