ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ବିଶ୍ବର ସବୁଠାରୁ ଲମ୍ବା ପୋଲିସ କର୍ମଚାରୀ ଜଗଦୀପ ସିଂହ, ଉଚ୍ଚତା ଏବଂ ଓଜନ ଜାଣି ହେବେ ଆଶ୍ଚର୍ଯ୍ୟ, ଏହି ଦେଶରୁ ଆସୁଛି ତାଙ୍କ ଜୋତା

ଅମୃତସର,୨୬।୩: :ପୋଲିସର ନାଁ ଶୁଣିବା ମାତ୍ରେ ସାଧାରଣ ଲୋକଙ୍କ ମନ ଭିତରେ ପ୍ରାୟତଃ ଭୟ ଟିକେ ଆସିଯାଏ। କିନ୍ତୁ ଏଠାରେ କଥା ଟିକେ ଭିନ୍ନ, କାରଣ ଏଭଳି ଜଣେ ପୋଲିସ କର୍ମଚାରୀ ଅଛନ୍ତି, ତାଙ୍କ ସହ ଲୋକ ସେଲଫି ନେବାକୁ ଭିଡ ଜମାଉଛନ୍ତି। ହଁ ଏ ହେଉଛନ୍ତି  ବିଶ୍ବର ସବୁଠାରୁ ଡେଙ୍ଗା ପୋଲିସ କର୍ମଚାରୀ ଜଗଦୀପ ସିଂହ। ତାଙ୍କର ଉଚ୍ଚତା ହେଉଛି ୭ଫୁଟ ୬ ଇଞ୍ଚ। ଅମୃତସରରେ ଜନ୍ମିତ ଜଗଦୀପ ୧୯ ବର୍ଷ ହେବ ପଞ୍ଜାବ ପୋଲିସରେ କାର୍ଯ୍ୟ କରୁଛନ୍ତି। ତେବେ ସେ କିନ୍ତୁ କୌଣସି ସେଲିବ୍ରିଟି ଠାରୁ କମ୍ ନୁହଁନ୍ତି। ୧୯ ନମ୍ବର ଯୋତା ପିନ୍ଧୁଥିବା ଜଗଦୀପଙ୍କ ଓଜନ ୧୯୦ କିଲୋଗ୍ରାମ। ନିକଟରେ ଜଗଦୀପ ଲସ୍ ଆଞ୍ଜେଲସରେ ‘ଆମେରିକାସ୍ ଗଟ୍ ଟ୍ୟାଲେଣ୍ଟ’ରେ ଭାଗ ନେଇ ଫେରିଛନ୍ତି।

{"id":9137,"width":770,"height":485}
source: https://www.dailymail.co.uk

୩୬ ବର୍ଷୀୟ ଜଗଦୀପ କୁହନ୍ତି, ମୁଁ ସବୁଠାରୁ ଲମ୍ବା ପୋଲିସ ହେବା ନେଇ ଗର୍ବିତ। କିନ୍ତୁ ପ୍ରତିଦିନର କାମ ପାଇଁ ବହୁ ଅସୁବିଧା ହୋଇଥାଏ। ଯେପରିକି ମୋ ସାଇଜର ଡ୍ରେସ୍ କିଣିପାରେନି। ବାହାରକୁ କୁଆଡେ ଗଲେ ସେଠାର ବେଡରେ ଶୋଇବା ଠାରୁ ନେଇ ବାଥରୁମ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁଠି ଅସୁବିଧା ହୋଇଥାଏ। ମୋତେ ବାହା କରିବାକୁ ମୋ ଘର ଲୋକଙ୍କୁ ଖୁବ୍ ଖୋଜାଖୋଜି କରିବାକୁ ପଡିଥିଲେ। ଶେଷରେ ୫ଫୁଟ୍ ୧୧ ଇଞ୍ଚର ଝିଅ ମୋତେ ମିଳିବା ପରେ ମୁଁ ବାହା ହେଲି। ଯଦି କୌଣସି ଚୌକିରେ ବସିବା ବେଳେ ତାହା ଭାଙ୍ଗିଯାଏ ତେବେ ମୋତେ ଖରାପ ଲାଗିଥାଏ। ତେଣୁ ଥାନାରେ ପହଁଞ୍ଚିବା ମାତ୍ରେ ସବୁଠାରୁ ମଜବୁତ ଚୌକି ଉପରେ ମୋର ନଜର ଥାଏ।  

{"id":9136,"width":754,"height":923}
source: https://www.dailymail.co.uk

ଜଗଦୀପ ଏବେ ଲମ୍ବା ହୋଇଥିବାରୁ ତାଙ୍କର ପୋଷାକ ଓ ଜୋତା-ଚପଲ ମଧ୍ୟ ମିଳିବା ଖୁବ୍ କଷ୍ଟକର। ନିଜର ଡାଏଟ୍ ବିଷୟରେ ଜଗଦୀପ କୁହନ୍ତି, ଯେତେବେଳେ ଛୋଟଥିଲି ସାଲାଡ, ଓଟସ୍, ଫଳ ଓ ପ୍ରାୟ ୮ ଲିଟର କ୍ଷୀର ପିଉଥିଲି ଓ ପ୍ରତିଦିନ ୧୦ରୁ ୧୨ଟି ଅଣ୍ଡା ଖାଉଥିଲି। କିନ୍ତୁ ଏବେ ଖାଦ୍ୟ କମ୍ କରିଦେଇଛି। ପ୍ରତିମାସ ମୋ ଖାଦ୍ୟ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରୁଛି।

{"id":9138,"width":746,"height":710}
source: https://www.dailymail.co.uk

ଜଗଦୀପଙ୍କ ପତ୍ନୀ ସୁଖବୀର କୌର କୁହନ୍ତି, ମୋତେ ଏହା ଜାଣିବକୁ ଖୁବ୍ ଭଲ ଲାଗୁଛି ଯେ, ​‌ମୋ ସ୍ବାମୀ ସବୁଠାରୁ ଅଧିକ ଡେଙ୍ଗା। ମୁଁ ତାଙ୍କ ସହ ଯେଉଁଆଡେ ଯାଏ, ଆମକୁ ସେଲିବ୍ରିଟି ଭଳି ସମସ୍ତେ ବ୍ୟବହାର କରନ୍ତୁ। ଜଗଦୀପଙ୍କ ମା ଗୁରସିନ୍ଦର କୁହନ୍ତି ପୁଅ ଜନ୍ମ ହେବାପରେ ଅନ୍ୟମାନଙ୍କ ଠାରୁ ଭିନ୍ନ ଥିଲା। ଲୋକମାନେ ତାଙ୍କ ପୁଅକୁ ନେଇ ଥଟ୍ଟା-ମଜା କରୁଥିଲେ ମଧ୍ୟ ସେ କାହା କଥାକୁ ଖରାପ ଭାବନ୍ତି ନାହିଁ। ତାଙ୍କର କହିବା ଅନୁସାରେ ଜଗଦୀପ ନିଜର ଉଚ୍ଚତାକୁ ନେଇ ଖୁବ୍ ଖୁସି, ଆମର ଖୁସି ମଧ୍ୟ ସେଥିରେ ହିଁ ଅଛି ବୋଲି ସେ କହିଛନ୍ତି।

Copyright © 2022 - Summa Real Media Private Limited. All Rights Reserved.