ଝାରପୋଖରିଆ,୧୯/୬ :  ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୂବର୍ଣ୍ଣରେଖା ନଦୀର ଝାରଖଣ୍ଡର ଗାଲୁଡିହି ବ୍ୟାରେଜରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ତଳ ମୁଣ୍ଡରେ ନଦୀର ଜଳସ୍ତର ବିପଦ ସଙ୍କେତ ପାର୍ କରିଛି । ହଠାତ ପାଣି ମାଡ଼ି ଆସିବା ଫଳରେ ଶୀର୍ଶା ମେରୁମଠ ନିକଟରେ ନଦୀ ଭିତର ପଥର ଟାପୁରେ ଜ‌ନୈକ ଅଜଣା ବ୍ୟକ୍ତି ଜଳବନ୍ଦୀ ହୋଇଥିବାବେଳେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅନ୍ଧାର ସାଙ୍ଗକୁ ନଦୀର ପ୍ରବଳ ସ୍ରୋତ ପ୍ରତିବନ୍ଧକ ହୋଇଛି ।