PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ବିଶ୍ବର ପ୍ରଥମ ଉଡ଼ନ୍ତା ଜେଟ୍ ସୁଟ୍, ଜାଣନ୍ତୁ ଏହାର ବିଶେଷ୍ବତ

ନୂଆଦିଲ୍ଲୀ,୧୬।୩: ବ୍ରିଟିସ୍ ଫର୍ମ ପକ୍ଷରୁ ବିଶ୍ବର ପ୍ରଥମ ଉଡନ୍ତା ଜେଟ୍ ସୁଟ୍ ତିଆରି କରାଯାଇଛି। ଯାହାକୁ ପିନ୍ଧି ୮୯ କିଲୋମିଟର ପ୍ରତି ଘଣ୍ଟା ଗତିରେ ଉଡିହେବ। ଏଥିରେ କମ୍ପାନୀ ପକ୍ଷରୁ ସ୍ବତନ୍ତ୍ର ଫ୍ଲାଇଟ୍ ସିଷ୍ଟମ ଲଗାଯାଇଛି। ଏହା ହାତରେ ଲାଗିଥିବା ୫ଟି ଗ୍ୟାସ୍ ଟର୍ବାଇନର ସାହାର୍ଯ୍ୟରେ କାମ କରିଥାଏ। ଟର୍ବାଇନର କ୍ଷମତା ୧ ବ୍ରେକ ହର୍ସପାଓ୍ବାର। ଗୋଟିଏ ଥରରେ ଏହା ୮ ମିନିଟ୍ ପର୍ଯ୍ୟନ୍ତ ଉଡିପାରେ। ଶରୀର ଦ୍ବାରା ନିୟନ୍ତ୍ରଣ ହୋଇ ପାରୁଥିବା ଏହି ଜେଟ୍ ଇଞ୍ଜିନ ପାଓ୍ବାର ସୁଟ୍ ସବୁଠାରୁ ଦ୍ରୁତ ଗତିରେ ଚାଲିବାର କାରଣରୁ ୨୦୧୭ରେ ଗିନିଜ ଓ୍ବାଲର୍ଡ ରେକର୍ଡରେ ସମ୍ମାନିତ କରଯାଇଛି।

ଏହାକୁ ତିଆରି କରିଥିବା ବ୍ରିଟିସ୍ ଟେକ୍ ଷ୍ଟାର୍ଟଅପ୍ କମ୍ପାନୀ ଗ୍ରାଭିଟି ଇଣ୍ଡଷ୍ଟ୍ରିଜ ଏହାର ପେଟେଣ୍ଟ(ତିଆରି ବା ଉତ୍ପାହିତ ଦ୍ରବ୍ୟର ବିକ୍ରି ସଂକ୍ରାନ୍ତୀୟ ଏକାଧିକବାର ଘୋଷଣାକାରୀ ଦଲିଲ) ଫାଇଲ କରିଥିଲା। ଲଣ୍ଡନର ଇଣ୍ଟେଲେକଚୁଆଲ ପ୍ରପଟି ଅଫିସ ପେଟେଣ୍ଟ ଜାରି କରିଦେଇଛି। ରିପୋର୍ଟରେ ଏହାକୁ ଏକ ପିନ୍ଧିବା ଫ୍ଲାଇଟ୍ ସିଷ୍ଟମ କୁହାଯାଇଛି। କମ୍ପାନୀ ପେଟେଣ୍ଟ ଦସ୍ତାବିଜରେ ଏହାକୁ ମାର୍ବଲ ଷ୍ଟୁଡିଓର ଆଇରନ୍ ମ୍ୟାନ୍ ଠାରୁ ପ୍ରେରିତ ବୋଲି କୁହାଯାଉଛି। ଯାହାକି ଫ୍ଲାଇଟ ସିଷ୍ଟମକୁ ପିନ୍ଧିକି ଉଡିଥାଏ।

କମ୍ପାନୀର ପ୍ରତିଷ୍ଠାତା ରିଚର୍ଡ ବ୍ରାଉନିଂ ବିଶ୍ବସାରା ୨୦ ଦେଶରେ ଏହାର ପ୍ରଦର୍ଶନ କରିସାରିଛନ୍ତି। ତାଙ୍କର କହିବା ଅନୁସାରେ ସମ୍ପୂର୍ଣ୍ଣ ଟିମ ଉଡିବା ପାଇଁ  ଏଭଳି ଏକ ସୁଟ୍ ସିରିଜ୍ ଲଞ୍ଚ କରିବେ। ଏହାର ରେସ୍ ସିରିଜ ୨୦୧୯ ମଧ୍ୟ ଭାଗରେ ଲଞ୍ଚ କରାଯିବ। କମ୍ପାନୀ ଲଣ୍ଡନର ସ୍କୁଲରେ ଟେକ୍ନୋଲୋଜି, ଗଣିତ ଓ ବିଜ୍ଞାନ ସମ୍ପର୍କିକ ଏକ ପ୍ରୋଜେକ୍ଟ ମଧ୍ୟ ଆରମ୍ଭ କରିଦେଇଛି।

ସମ୍ବନ୍ଧିତ ଖବର