PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଏକ ଓଭରରେ ୫୫ ରନ୍ କରିଥିବା ବିଶ୍ବର ଏକମାତ୍ର ବ୍ୟାଟସମ୍ୟାନ,ଜାଣନ୍ତୁ ଟପ୍-୫ଙ୍କ ଲିଷ୍ଟ

ନିକଟରେ ବିଶ୍ବକପ୍ କ୍ରିକେଟ ସରିଥିବା ବେଳେ ଏଥର ଆୟୋଜକ ଇଂଲଣ୍ଡ ବିଶ୍ବକପ୍ ବିଜୟୀ ହୋଇଛି। ଚଳିତ ବିଶ୍ବକପରେ ବିଭିନ୍ନ ଦଳର ଖେଳାଳିଙ୍କର ଦେଖିବାକୁ ମିଳିଥିବା ସୁନ୍ଦର ଖେଳ ପ୍ରଦର୍ଶନ। ତେବେ ଆମେ ଆଜି ଆପଣଙ୍କୁ ଏଭଳି କିଛି ବ୍ୟାଟସମ୍ୟାନଙ୍କ ସମ୍ପର୍କରେ କହିବାକୁ ଯାଉଛୁ ଯେଉଁମାନେ ଓ୍ବାନଡେ କ୍ରିକେଟରେ ଏକ ଓଭରରେ ସର୍ବାଧିକ ରନ୍ କରିଛନ୍ତି।

ଏଲେକ୍ସ ହେଲସ୍: ଇଂଲଣ୍ଡ ଟିମର ମହାନ ଖେଳାଳି ଏଲେକ୍ସ ହେଲସଙ୍କ ନାମରେ ୧ ଓଭରରେ ୫୫ ରନ୍ କରିବାର ରେକର୍ଡ ରହିଛି। ସେ ୧ ଓଭରରରେ ୮ଟି ଛକା ଓ ଗୋଟିଏ ଚୌକା ସାହାର୍ଯ୍ୟରେ ୫୫ ରନ୍ କରିଥିଲେ। ଏହି ଓଭରରେ ୩ଟି ନୋ ବଲ୍ ରହିଥିଲା, ଏହି ଲିଷ୍ଟରେ ଏଲେକ୍ସ ହେଲ୍ସ ୧ ନମ୍ବର ସ୍ଥାନରେ ଅଛନ୍ତି।

ସର୍ ଡନ୍ ବ୍ରାଡମ୍ୟାନ: ଅଷ୍ଟେ୍ରଲିଆ ଟିମର ସବୁଠାରୁ ମହାନ ଖେଳାଳି ସର ଡନ୍ ବ୍ରାଡମ୍ୟାନ୍ ୧୯୩୧ ମସିହାରେ ସିଡନୀରେ ଏକ ଘରୋଇ ମ୍ୟାଚ ସମୟରେ ଏକ ଓଭରରେ ୪ଟି ଚୌକା ଏବଂ ୪ଟି ଛକା ସାହାର୍ଯ୍ୟରେ ୪୦ ରନ୍ କରିଥିଲେ। ସେତେବେଳେ ଏକ୍ ଓଭରରେ ୮ଟି ବଲ ପକାଯାଉଥିଲା ଓ ଏହି ଲିଷ୍ଟରେ ବ୍ରାଡମ୍ୟାନ୍ ୨ ନମ୍ବରରେ ରହିଛନ୍ତି।

ଏଲ୍ଟନ ଚିଗୁମ୍ବରା: ଜିମ୍ବାଓ୍ବେ ଟିମର କ୍ୟାପଟେନ ଓ ଘାତକ ଅଲରାଉଣ୍ଡର ଏଲ୍ଟନ ଚିଗୁମ୍ବରା ଢାକାରେ ଅବହାନୀ ଲିମିଟେଡ୍ ବିରୋଧରେ ଖେଳି ଏକ ଓଭରରେ ୩୯ ରନ୍ କରିଥିଲେ, ଏଲ୍ଟନ ଚିଗୁମ୍ବରା ୪ଟି ଛକା ଓ ୩ଟି ଚୌକା ଲଗାଇଥିଲେ। ଏହି ଓଭରରେ ବୋଲର ଜଣକ ଦୁଇଟି ନୋଟ୍ ବଲ୍ ଏବଂ ଏକ ଓ୍ବାଇଡ୍ ବଲ ପକାଇଥିଲେ।

ହାର୍ଦିକ ପାଣ୍ଡ୍ୟା: ଭାରତର ଯୁବ ବ୍ୟାଟସମ୍ୟାନ ହାର୍ଦିକ ପାଣ୍ଡ୍ୟା ସଇଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସମୟରେ ଦିଲ୍ଲୀର ବୋଲର ଆକାଶ ସୁଡାନଙ୍କ ୧ ଓଭରରେ ୩୯ ରନ୍ କରିଥିଲେ, ହାର୍ଦିକ ଏହି ଓଭରରେ ୫ଟି ଛକା ଓ ଏକ ଚୌକା ମାରିଥିଲେ। ବୋଲର ଜଣକ ୪ଟି ଓ୍ବାଇଡ୍ ବଲ ମଧ୍ୟ ପକାଇଥିଲେ।

କ୍ରିସ ଗେଲ୍: ଓ୍ବେଷ୍ଟ ଇଣ୍ଡିଜ ଦଳର ଖେଳାଳି କ୍ରିସ ଗେଲ୍ ୨୦୧୧ର ଏକ ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ପକ୍ଷରୁ ବ୍ୟାଟିଂ କରି କୋଚିର ବୋଲର ପି. ପରମେଶ୍ବରଙ୍କ ବିରୋଧରେ ଏକ ଓଭରରେ ୩୭ ରନ୍ କରିଥିଲେ। କ୍ରିସ ଗେଲ ଏହି ଓଭରରେ ୪ଟି ଛକା ଓ ୩ଟି ଚୌକା ମାରିଥିଲେ ଓ ୧ ରନ୍ ଅତିରିକ୍ତ ଭାବରେ ମିଳିଥିଲା।