ପ୍ରମୂଖ ଖବର
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଆଉ ନାହାନ୍ତି ଥାଟରାଜା

Published By : Rasmita Pradhan | June 16, 2025 10:02 AM

ପୁରୀ, ୧୬/୦୬ : ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଭାତୃ ବିୟୋଗ। ଗଜପତି ମହାରାଜାଙ୍କ ସାନ ଭାଇ ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ରବିବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ୬୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।  

ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଗଜପତି ମହାରାଜାଙ୍କ ସାନଭାଇ ଥାଟରଜା ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ସେ ଲିଭର ସିରୋସିସ୍ ରୋଗରେ ପୀଡିତ ଥିବାବେଳେ ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଥାଟରଜାଙ୍କ ପରଲୋକକୁ ନେଇ ରାଜ ନହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରାଜକୀୟ ପରମ୍ପରା ଅନୁଯାୟୀ ପୁରୀ ସ୍ୱର୍ଗଦ୍ୱାର ଠାରେ ଥାଟରାଜାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.