ନୂଆଦିଲ୍ଲୀ,୨୬।୧୧:  କର୍ଣ୍ଣାଟକର ବେଙ୍ଗାଲୁରରେ ଚୋରଙ୍କ ଚକିତ କଲା ଭଳି କାରନାମା।  ବେଙ୍ଗାଲୁରର ଆନିକଲ୍‌ରୁ ଏଟିଏମ୍ ମେସିନ୍ ଚୋରି ଘଟଣା ସାମନାକୁ ଆସିଛି। ଆତିବେଲି ଅଞ୍ଚଳରେ କାନାରା ବ୍ୟାଙ୍କର ଏଟିଏମ୍‌କୁ ଦୁଇ ଚୋର ରାତି ଅଧରେ ଚୋରାଇ ନେଇଛନ୍ତି। ଦୁହେଁ ଏଟିଏମ୍‌ ମେଶିନ୍‌କୁ ତାଡି ତାକୁ ଟେମ୍ପୋରେ ଭରି ବ୍ୟାଙ୍କଠାରୁ ଦୂରକୁ ନେଇଯାଇଥିଲେ। ମଙ୍ଗଳବାର ଭୋର ୪ଟା ବେଳେ ସଡକର ସାଇଡ୍‌ରେ ମେସିନ୍ ଭାଙ୍ଗିବାର ଚେଷ୍ଟା କରିଥିଲେ। ଏହି ସମୟରେ ଆଖପାଖ ଦେଇ ଯାଉଥିବା ଲୋକଙ୍କ ନଜର ଏହା ଉପରେ ପଡିଥିଲା। 

ଲୋକଙ୍କୁ ସନ୍ଦେହ ହେବାକୁ ସେମାନେ ଏହା ପାଖକୁ ଆସିଥିଲେ। ଭୟରେ ଲୁଟେରା ସେଠାରୁ ପଳାଇ ଯାଇଥିଲେ। ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେଇଥିଲେ। ଅତିବେଲି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମେସିନ୍‌କୁ ଜବତ କରିଥିଲା। ଏହି ମେସିନ୍‌ରେ ୧୦ ଲକ୍ଷ ଟଙ୍କା ଥିଲା। ପୋଲିସ ମାମଲା ରୁଜୁ କରି ଏଟିଏମ୍‌ ଚୋରଙ୍କୁ ଖୋଜିବା ଆରମ୍ଭ କରିଛି। 

ଏହା ପୂର୍ବରୁ କର୍ଣ୍ଟାଟକ ଓ ତାମିଲନାଡୁର ସୀମା ପାର ସକ୍ରିୟ ଚୋର ପାଇଁ ଏକ ଗୋଷ୍ଠୀ ଚଳିତ ବର୍ଷ ଜୁଲାଇରେ ସରଜାପୁର ମେନ୍ ରୋଡ୍‌ରେ ଏଟିଏମ୍ କିୟୋସ୍କୋରୁ ୧୬ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଏଟିଏମ୍‌ ସୁରକ୍ଷା ଏଜେନ୍ସି ଦ୍ବାରା ରୁଜୁ କରାଯାଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବେଲନ୍ଦୁର ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (ଏକ ଆବାସିକ ଘର କିମ୍ବା ପରିବହନର ସାଧନ କିମ୍ବା ପୂଜା ସ୍ଥଳରେ ଚୋରି) ଓ ୩୩୧  ଅନୁଦାରେ, ମାମଲା ରୁଜୁ କରିଛି।