ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ରାଜ୍ୟରେ ଜଙ୍ଗଲ ତୁଳନାରେ ଅଛନ୍ତି ୪୦୦ ଅଧିକ ହାତୀ, ଶିମିଳିପାଳକୁ ସ୍ଥାନାନ୍ତର ପାଇଁ ଯୋଜନା

ଭୁବନେଶ୍ୱର, ୦୬/୧୧ : ରାଜ୍ୟରେ ଯେତିକି ହାତୀ ରହିପାରିବା କଥା ତା’ଠୁ ୪୦୦ ଅଧିକ ଅଛନ୍ତି । ଜଙ୍ଗଲ ଜାଗା ଅଭାବ ଯୋଗୁ ହାତୀ-ମଣିଷଙ୍କ ଭିତରେ ବିବାଦ ବଢ଼ୁଛି । ଉପଯୁକ୍ତ ଖାଦ୍ୟ ନ ପାଇବାରୁ ରୋଗ ପ୍ରତିରୋଧକ ଶକ୍ତି କମୁଛି । ଯେଉଁଥିପାଇଁ ହାତୀଙ୍କ ଅସ୍ୱାଭାବିକ ମୃତ୍ୟୁ ହାର ବଢ଼ୁଛି । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ ଏହା କହିଛନ୍ତି । ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ (ଆଇଆଇଏସ୍‌) ଏନେଇ ହାତୀଙ୍କ ସଂରକ୍ଷଣ ଉପରେ ଗବେଷଣା କରିଥିଲା । ଏହାର ତଥ୍ୟ ଅନୁସାରେ ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ହାତୀଙ୍କ ସଂଖ୍ୟା ୨୧ ଶହ ଟପିଯିବ । 

ଖାଦ୍ୟ ଅନ୍ୱେଷେଣରେ ଜନବସତିମୁହାଁ ହେଉଛନ୍ତି ହାତୀ । ହାତୀମଣିଷ ମୁହାଁମୁହିଁ ହେଉଛନ୍ତି । ଖାଦ୍ୟ ଅଭାବ ଯୋଗୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ଛୁଆ ହାତୀ, ରୋଗୀଣା ହାତୀ ହିଁ ଅଧିକ ମାତ୍ରାରେ ମରୁଛନ୍ତି । ଏହାବାଦ୍‌ ବିଦ୍ୟୁତ୍‌ ଆଘାତ ଓ ଟ୍ରେନ୍‌ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି । ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଥିଲା । ଗତ ଜୁନ୍‌ରେ ପ୍ରକାଶିତ ରାଜ୍ୟ ହାତୀଗଣନା ତଥ୍ୟ ଅନୁସାରେ, ମୋଟ ୩୮ଟି ବନଖଣ୍ଡରେ ଉପସ୍ଥିତି ଜାହିର୍‌ କରିଛନ୍ତି ହାତୀ । କିନ୍ତୁ ୧୩ ବନଖଣ୍ଡ ଏବେ ବି ହାତୀଶୂନ୍ୟ । ଏଥିପାଇଁ ଶ୍ରୀ ନନ୍ଦ କହିଛନ୍ତି, ହାତୀ ସଂରକ୍ଷଣ ବାବଦରେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଛୁ । କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି । ହାତୀ ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯିବ । ସୂଚନାଯୋଗ୍ୟ, ଚଳିତବର୍ଷ ଆରମ୍ଭରୁ ଗତ ୪ ତାରିଖ ଭିତରେ ମୋଟ ୬୦ ହାତୀ ମଲେଣି । ସେଥିରୁ ୫୦ଟି ହାତୀ ଅସ୍ୱାଭାବିକ ମୃତ୍ୟୁର ଶିକାର ହୋଇଛନ୍ତି । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ପୂର୍ଣ୍ଣିମା ରାତିରେ ହାତୀ ଗଣନା 

ଝାଡ଼ଖଣ୍ଡୀ ଓ ଛତିଶଗଡ଼ି ହାତୀ ଏବେ ଓଡି଼ଶାକୁ ମାଡି଼ ଆସୁଛନ୍ତି । ହାତୀଙ୍କ ଗଣିବା କାଠିକର ପାଠ ହୋଇପଡୁଛି । ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ହାତୀ ଗଣନା ଚାଲିବ । ପୂର୍ଣ୍ଣିମା ରାତିରେ ଡ୍ରୋନ୍‌ ଯୋଗେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ହାତୀ ଗଣାଯିବ । 

ରୋଗରେ ପଡି଼ ୨୧୯, ଦୁର୍ଘଟଣାରେ ୧୩୬ ମଲେଣି 

୨୦୧୭-୧୮ ମସିହାରୁ ଗତ ୪ ତାରିଖ ଭିତରେ ମୋଟ ୬୭୪ ହାତୀ ମଲେଣି । ସେଥିରୁ ୧୧୭ଟି ହାତୀଙ୍କ ସ୍ୱାଭାବିକ ମୃତ୍ୟୁ ହୋଇଛି । ବାକି ସବୁ ଅସ୍ୱାଭାବିକ ଭାବେ ମରୁଛନ୍ତି । ରୋଗରେ ପଡି଼ ୧୩୬ଟି ହାତୀଙ୍କ ମୃତ୍ୟୁ ଘଟିଛି । ସେଥିରୁ ଆନ୍ଥ୍ରାକ୍ସ ଯୋଗୁ ୨୫ଟି ଓ ହରପିସ୍‌ ରୋଗରେ ପଡି ୧୩ଟି ମରିଛନ୍ତି । ଟ୍ରେନ୍‌ ଧକ୍କାରେ ୨୮ଟି, ସଡ଼କ ଦୁର୍ଘଟଣାରେ ୫ଟି ଓ ଅନ୍ୟାନ୍ୟ ଦୁର୍ଘଟଣାରେ ୧୦୩ଟି ହାତୀ ମରିଛନ୍ତି । ବିଦ୍ୟୁତ ଝଟ୍‌କା ଖାଇ ୧୨୩ଟି ହାତୀଙ୍କ ପ୍ରାଣ ଯାଇଛି । ଶିକାରୀଙ୍କ ତୀର ଓ ଗୁଳିମାଡ଼ରେ ୨୨ ହାତୀଙ୍କ ଜୀବନ ଯାଇଛି । ୨୦୧୮-୧୯ରେ ସର୍ବାଧିକ ୯୨ ଓ ୨୦୨୨-୨୩ରେ ୯୨ଟି ହାତୀ ମରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.