ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବେସରକାରୀ କଲେଜରେ ଅଚଳାବସ୍ଥା : ୭ ମାସ ହେଲା ନାହିଁ ପରିଚାଳନା କମିଟି

Published By : Rasmita Pradhan | July 9, 2025 9:33 AM

ଭୁବନେଶ୍ୱର, ୦୯/୦୭ : ଆଜିକୁ ୭ ମାସ ହେଲା ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ନାହିଁ ପରିଚାଳନା କମିଟି (ଗଭର୍ଣ୍ଣିଂ ବଡି)  । ଗଠନ ହୋଇପାରିନି ନୂଆ ପରିଚାଳନା କମିଟି। ଯାହା ଫଳରେ ବେସରକାରୀ କଲେଜରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସ୍ଥାୟୀ ସଭାପତି ନ ଥିବାରୁ ଉନ୍ନୟନମୂଳକ କାର୍ଯ୍ୟର ଫାଇଲ ଆଗକୁ ବଢ଼ିପାରୁନି । ରାଜ୍ୟର ୫୬୬ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜର ଭିତ୍ତିଭୂମି କାର୍ଯ୍ୟ ସହ ଅନ୍ୟ କାର୍ଯ୍ୟ ଅଟକିଛି । ଗତ ଡିସେମ୍ବର ମାସ ୨୩ ତାରିଖରେ ରାଜ୍ୟ ସରକାର ଓଡ଼ିଶା ଶିକ୍ଷା ଅଧିକାର ଆଇନ-୧୯୬୯ର ଉପଧାରା୬ରେ ସମସ୍ତ କଲେଜର ପରିଚାଳନା କମିଟିକୁ ଭାଙ୍ଗିଦେଇଥିଲେ । ନୂତନ ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜ ଗୁଡ଼ିକରେ ଅତିରିକ୍ତ ଜିଲ୍ଲାପାଳ ଅସ୍ଥାୟୀ ଭାବେ ପରିଚାଳନା କମିଟିର ସଭାପତି ଦାୟିତ୍ୱ ନିର୍ବାହ କରିବେ । ଯେଉଁ ଜିଲ୍ଲାରେ ଏକାଧିକ ଅତିରିକ୍ତ ଜିଲ୍ଲାପାଳ ଥିବେ ସେହି ଜିଲ୍ଲା ପାଇଁ ଜିଲ୍ଲାପାଳଙ୍କୁ ପରିଚାଳନା ଅଧ୍ୟକ୍ଷ ହେବେ । ଜିଲ୍ଲା ମୁଖ୍ୟାଳୟ ବାହାରେ ଥିବା କଲେଜରେ ଉପ ଜିଲ୍ଲାପାଳ ପରିଚାଳନା କମିଟିର ଅସ୍ଥାୟୀ ସଭାପତି ରହିବେ । 

ଅନ୍ୟପଟେ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅଳ୍ପସଂଖ୍ୟକ ବର୍ଗଙ୍କ ଦ୍ୱାରା ସ୍ଥାପିତ ମହାବିଦ୍ୟାଳୟ ଓ ପରିଚାଳନା କମିଟିକୁ ନେଇ କୋର୍ଟରେ ମାମଲା ବିଚରାଧୀନ ଥିବାରୁ କଲେଜକୁ ଏଥିରୁ ବାଦ୍‌ ଦିଆଯାଇଥିଲା । କମିଟି ଭାଙ୍ଗିବାର ୩ ମାସ ଭିତରେ ନୂଆ କମିଟି ଗଠନ ପାଇଁ ପ୍ରସ୍ତାବ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଏସବୁ ସତ୍ତ୍ଵେ ଏଯାବତ୍‌ କମିଟି ଗଠନ ହୋଇପାରିଲା ନାହିଁ । ରାଜ୍ୟରେ ୨୭୭ଟି ବେସରକାରୀ ଅନୁଦାନପ୍ରାପ୍ତ କମ୍ପୋଜିଟ୍‌ କଲେଜ (୪୮୮ ବର୍ଗ) ରହିଥିବା ବେଳେ ୪୮୮ ବର୍ଗର ୬ଟି ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ରହିଛି । ସେହିପରି ୬୬୨ ବର୍ଗର ୨୮୩ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜ ରହିଛି । ରାଜ୍ୟରେ ମୋଟ୍‌ ୫୬୬ଟି ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଛି । ପରିଚାଳନା କମିଟି ନ ଥିବାରୁ କଲେଜ ଅଧ୍ୟକ୍ଷ ଏହାର ପରିଣାମ ଭୋଗୁଛନ୍ତି । କଲେଜର ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନି । ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇପାରୁନି । ପ୍ରତିଦିନ କଲେଜ ଅଧ୍ୟକ୍ଷ ଫାଇଲ ଧରି ଅତିରିକ୍ତ ଜିଲ୍ଲାପାଳ କିମ୍ବା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟକାଳକୁ ଦୌଡ଼ୁଛନ୍ତି । ଦସ୍ତଖତ ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ମାସ ମାସ ଧରି ଫାଇଲ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଡ଼ି ରହୁଛି । 

କେବଳ ଏତିକି ନୁହେଁ ଅନେକ ସ୍ଥାନରେ ପରିଚାଳନା କମିଟି ସଭାପତିଙ୍କ ପାଦ କଲେଜରେ ପଡ଼ିନି । ବୈଠକ କରାଯାଉନି । ହେଲେ ବି ସଭାପତି ଅନୁପସ୍ଥିତ ରହୁଛନ୍ତି । ସରକାର ନାକ୍‌ ମାନ୍ୟତାକୁ ଗୁରୁତ୍ୱ ଦେଉଥିବା ବେଳେ ଉନ୍ନୟନ କାର୍ଯ୍ୟ ହୋଇପାରୁ ନ ଥିବା, ଖର୍ଚ୍ଚ ପାଇଁ ଅନୁଦାନ ରାଶିର ବ୍ୟବହାର ହୋଇପାରୁନି । ଯାହାକୁ ନେଇ କଲେଜ ଅଧ୍ୟକ୍ଷମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ କାଳିପ୍ରସନ୍ନ ମହାପାତ୍ର କହିଛନ୍ତି, କଲେଜ ପରିଚାଳନା କମିଟି ଗଠନ କାର୍ଯ୍ୟ ଚାଲିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.