ନୂଆଦିଲ୍ଲୀ,୯।୩: ସଂସଦର ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ସରକାର ଓ ବିରୋଧିଙ୍କ ଭିତରେ ବହୁ ପ୍ରସଙ୍ଗ ନେଇ କଡା ବିତର୍କ ହେବାର ଖୁବ୍ ସମ୍ଭାବନା ରହିଛି। କୁହାଯାଉଛି ଯେ, ବିରୋଧି ମତଦାତା ସୂଚୀରେ କଥିତ ଠକେଇ, ମଣିପୁର ହିଂସା ଓ ଟ୍ରମ୍ପ ପ୍ରଶାସନ ସହ ଭାରତର ସମ୍ପର୍କ ଭଳି ପ୍ରସଙ୍ଗ ଉଠାଇବାର ଯୋଜନା କରୁଛି। ସେଭଳି ସରକାରଙ୍କ ଫୋକସ୍ ଅନୁଦାନ ମାଗୁଥିବା ନେଇ ସଂସଦର ମଞ୍ଜୁରୀ ପାଇବା, ବଜେଟ୍ ପକ୍ରିୟା ପୁରା କରିବା, ମଣିପୁର ବଜେଟ୍ ପାଇଁ ଅନୁମୋଦନ ପ୍ରାସ୍ତ କରିବା ଓ ଓ୍ବାକଫ୍ ସଂଶୋଓନ ବିଲ୍‌ ପାସ୍ କରିବା ଉପରେ ହେବ।

ଏହାଛଡା ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ରାଷ୍ଟ୍ରପତି   ଘୋଷଣା କରିବା ପାଇଁ ସଂସଦର ମଞ୍ଜୁରୀ ପାଇଁ ଏକ ବୈଧାନିକ ପ୍ରସ୍ତାବ ଆଗତ କରିପାରନ୍ତି। ସେଭଳି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ମଣିପୁରର ବଜେଟ୍ ଆଗତ କରିବେ। କାରଣ ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ ଇସ୍ତଫା ପରେ ୧୩ ଫେବୃଆରୀରେ ରାଜ୍ୟରେ ରାଷ୍ଟ୍ରପତି ଶାହସନ ଲାଗୁ ହୋଇଛି। 

ସେପଟେ ବିରୋଧି କହିଛି ସେ ଡୁପ୍ଲିକେଟ୍ ମତଦାତା ଫଟୋ ପରିଚୟ ପତ୍ର(ଇପିଆଇସି) ସଂଖ୍ୟାର ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତି କରୁଛନ୍ତି। ଗତ କିଛି ଦିନ ହେବ ତୃଣମୂଳ କଂଗ୍ରେସ ଏହି ପ୍ରସଙ୍ଗ ଉଠାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହାପରେ ନିର୍ବାଚନ କମିଶନ୍ ଘୋଷଣା କରିଥିଲେ ଆଗାମୀ ତିନି ମାସ ଭିତରେ ସୁଧାରତ୍ମକ ପଦକ୍ଷେପ ଗ୍ରହଣ କରାଯିବ। ତେବେ ନିର୍ବାଚନ କମିଶନ୍ ଟିଏମ୍‌ସିର ଏହି ଦାବୀକୁ ଖାରଜ କରିଦେଇଥିଲେ।  ନିର୍ବାଚନ କମିଶନ୍ ସ୍ପଷ୍ଟ କରିଥିଲେ, କିଛି ମତଦାତାଙ୍କ ମତଦାନ ପରିଚୟପତ୍ର କ୍ରମାଙ୍କ ସମାନ ହୋଇପାରେ, କିନ୍ତୁ ଡେମୋଗ୍ରାଫିକ୍ ଇନଫରମେସନ୍, ବିଧାନସଭା ନିର୍ବାଚନ କ୍ଷେତ୍ର ଓ ମତଦାନ କେନ୍ଦ୍ର ଭଳି ଅନ୍ୟ ସୂଚନା ଅଲଗା ଅଲଗା ହେବ।

ମଣିପୁରର କୁକି ବହୁଳ ଅଞ୍ଚଳରେ ହିଂସା ପରେ ଅନିଶ୍ଚିତ କାଳ ପାଇଁ ବନ୍ଦ, ସ୍ଥିତି ଉତ୍ତେଜନାମୂଳକ