୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

କର୍କଟ: ବର୍ଷ ଆରମ୍ଭରୁ ଶନି ନବମରେ ଜୁନ୍ ମାସ ୧ ପର୍ଯ୍ୟନ୍ତ ବୃହସ୍ପତି ଦ୍ୱାଦଶ ହେଉଥିବାରୁ କର୍କଟ ରାଶିର ସବୁବର୍ଗର ବ୍ୟକ୍ତିମାନଙ୍କର ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ସମ୍ମାନ ହାନି ଘଟିବ । ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ କିମ୍ବା ରାଜଦଣ୍ଡ ମିଳିପାରେ । ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିବ ଏବଂ ପରିବାରରେ ମନୋମାଳିନ୍ୟ, ଅଶାନ୍ତି ଲାଗି ରହିବ । ବ୍ୟବସାୟୀମାନଙ୍କର ଆୟଠାରୁ ବ୍ୟୟ ଅଧିକ ହେବ ଏବଂ ବ୍ୟବସାୟରେ ଉଚିତ୍ ସମୟ ଦେବାରେ ଅସମର୍ଥ ହେବେ । କର୍ମଜୀବୀମାନଙ୍କର ସମ୍ମାନ ହାନି ଘଟିବ ଏବଂ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ନିଯୁକ୍ତି ଆଶାୟୀମାନଙ୍କର ନିଯୁକ୍ତି ପାଇବାର ସମ୍ଭାବନା କ୍ଷୀଣ ରହିବ ଏବଂ ଅବିବାହିତ ପୁଅଝିଅମାନଙ୍କର ବିବାହ କର୍ମରେ ବିଳମ୍ବ ଘଟିବ । ପ୍ରେମ ସମ୍ପର୍କରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ଫାଟ ଘଟିବ କିମ୍ବା ସମ୍ପର୍କ ତୁଟିଯାଇପାରେ ।

ଗୃହିଣୀମାନେ ପରିବାରର ଖର୍ଚ୍ଚକୁ ବୃଦ୍ଧି କରିବେ ଏବଂ ଠିକ୍ ଭାବରେ ଘର ଚଲେଇବାରେ ଅସମର୍ଥ ହେବେ । ଶିକ୍ଷାର୍ଥୀମାନେ ଶିକ୍ଷାରେ ଅବହେଳା କଲେ ମଧ୍ୟ ସଫଳତାରେ କୌଣସି ବିଘ୍ନ ଉପୁଜିବ ନାହିଁ । କ୍ରୀଡ଼ାବିତ୍ ମାନେ ସଫଳତା ପାଇଲେ ମଧ୍ୟ ନିଜର ସମ୍ମାନ ରଖିବାରେ ଅସମର୍ଥ ହେବେ । ଜୁନ୍ ମାସ ୧ ତାରିଖ ପରେ ଜନ୍ମ ବୃହସ୍ପତି ହେତୁ କର୍କଟ ରାଶିର ସବୁ ବର୍ଗର ବ୍ୟକ୍ତିଙ୍କର ପାରିବାରିକ ଅଶାନ୍ତି, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା, ଏବଂ ଶାରୀରିକ ପୀଡ଼ା ଭୋଗିବେ । ବର୍ଷର ଶେଷ ଭାଗରେ ଏବଂ ଜୁନ୍ ମାସ ୩୦ ତାରିଖ ପରେ ବୃହସ୍ପତି ଦ୍ୱିତୀୟ ହେଉଥିବାରୁ କର୍କଟ ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ସମସ୍ତ କ୍ଷେତ୍ରରେ ସଫଳତା ପାଇବେ ।

ଶୁଭରଙ୍ଗ : ଧଳା, ସଂଖ୍ୟା: ୧, ଆରାଧନା: ଭଗବାନ ଶିବ ।