‘ପୋଷ୍ଟର ଲଗାଇବିନି, ଚା’ ପିଇବାକୁ ପଇସା ଦେବିନି’, ୫ ଲକ୍ଷ ଭୋଟରେ ଜିତିବି: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଓ ଗୁଜରାଟ ଫଳାଫଳ ସାମ୍ନାକୁ ଆସିଛି। ଗୁଜରାଟରେ ବିଜେପି ରେକର୍ଡ ବହୁମତ ପାଇଥିବା ବେଳେ ହିମାଚଳ ପ୍ରଦେଶରେ ଦଳ ପରାଜୟ ହୋଇଛି। ନିର୍ବାଚନୀ ଫଳାଫଳ ଆସିବା ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଆଗାମୀ ନିର୍ବାଚନରେ ପୋଷ୍ଟର ଲଗାଇବିନି କି ଚା’ ଟିଫିନ ପାଇଁ ପଇସା ଦେବିନି। ଏହାପରେ ମଧ୍ୟ ଲୋକ ମୋତେ ଭୋଟ ଦେବେ।
ଏଜେଣ୍ଡା ଆଜତକ ମଞ୍ଚରେ ଗଡ଼କରୀ ଏପରି କହିଛନ୍ତି। ସେ କହିଛନ୍ତି ମୁଁ ରାଜନେତା, ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ। ବର୍ତ୍ତମାନ ୩.୫ ଲକ୍ଷ ଭୋଟରେ ଜିତି ସଂସଦ ଆସିଛି। ଆଗାମୀ ନିର୍ବାଚନରେ ୫ ଲକ୍ଷ ଭୋଟରେ ଜିତିବି। ସେ କହିଛନ୍ତି ଏହା ମୋର ଅହଙ୍କର ନୁହେଁ, କାମ ବଦଳରେ ଏପରି ଭୋଟ ଆସିବ। ଗଡ଼କରୀ ଆହୁରି କାହିଛନ୍ତି, ‘ଜନତା ମାଲିକ, ମୋ ଉପରେ ବିଶ୍ୱାସ ରହିଛି। ଦେଶ ପାଇଁ କାମ ହେବା ଆବଶ୍ୟକ। ମୁଁ କୌଣସି ସାଧୁ ସନ୍ନ୍ୟାସୀ ନୁହେଁ। ପ୍ରଥମେ ମୋର ଘରକୁ ଦେଖିଥାଏ ଏବଂ ପୁଣି ସମାଜ ପାଇଁ ଓ ଦେଶ ପାଇଁ କାମ କରିଥାଏ।’
ନୀତିନ ଗଡ଼କରୀ କହିଛନ୍ତି, ‘ମୁଁ ଲୋକଙ୍କୁ ବଳ ଦେଇଛି। ପୋଷ୍ଚର ଲଗାଇବି ନାହିଁ, ବ୍ୟାନର ଲଗାଇବି ନାହିଁ। ଚା’ ଟିଫିନ ପାଇଁ ମଧ୍ୟ ପଇସା ଦେବି ନାହିଁ, ତୁମକୁ ଭୋଟ ଦେବାର ଅଛି ଦିଅ।’ ମୁଁ କୌଣସି ଲୋକଙ୍କୁ ଲାଞ୍ଚ ଦେଇ ଭୋଟ ଦେବାକୁ କିହିବି ନାହିଁ।