ମେଷ : ପଞ୍ଚମ ଚନ୍ଦ୍ର, ଘାତବାର ଯୋଗୁ ମାନସିକ ଚିନ୍ତା, ପରିବାରରେ କଳହ ହେବାର ସମ୍ଭାବନା ଅଛି । ଶରୀର ପ୍ରତି ସତର୍କ ରହିବେ, ସାମାନ୍ୟ ମୁଣ୍ଡ ବିନ୍ଧା ଦେଖାଦେଇପାରେ । ଧନପ୍ରାପ୍ତି ଯୋଗ ରହିଛି କିନ୍ତୁ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ନିବେଶ କରନ୍ତୁ ନାହିଁ, ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଖାଦ୍ୟ ପ୍ରତି ସତର୍କ ରହିବେ । ଯାନବାହନ ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବେ । ପଡ଼ୋଶୀମାନଙ୍କ ସହ ଦ୍ୱନ୍ଦ ହୋଇପାରେ । “ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ହଳଦିଆ ଓ ନାଲି ।
ବୃଷ : ଚତୁର୍ଥ ଚନ୍ଦ୍ର ଯୋଗୁ ମାନସିକ ଅଶାନ୍ତି, ଆର୍ଥିକ ଲାଭ ହେବ, ଜମିବାଡ଼ି କ୍ରୟ କରିପାରନ୍ତି, ପରିବାରରେ ହସଖୁସିର ବାତାବରଣ ରହିବ । କଥାବାର୍ତ୍ତାରେ ସଂଯମତା ରକ୍ଷାକରିବେ । ଧୈର୍ଯ୍ୟ ରଖିବେ, କ୍ରୋଧ ଅବସ୍ଥାରେ କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମ କ୍ଷେତ୍ରରେ ଚାପ ଲାଗି ରହିବ, ଅଧିକ ପରିଶ୍ରମ କରିବେ । ଧନ ଲାଭ, ଟଙ୍କା ନବାଦବାରେ ସତର୍କ ରହିବେ । ମହାଦେବ ଓ ଶିବଙ୍କ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ଧଳା ଓ ସବୁଜ ।
ମିଥୁନ : ତୃତୀୟ ଚନ୍ଦ୍ର ଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଯାତ୍ରା କରିପାରନ୍ତି, ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ଗୃହେ ଆନନ୍ଦ, ଆର୍ଥିକ ଉନ୍ନତି ଘଟିବ, ଅର୍ଥ ବିନିଯୋଗ କରିପାରିବେ ନାହିଁ । ବନ୍ଧୁ ମିଳନ, ଯାନବାହନ କ୍ରୟ କରିପାରିବେ, ଜମିବାଡ଼ି କିଣି ପାରିବେ । ନୂତନ ବସ୍ତୁ କ୍ରୟ କରିପାରିବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଭଗବାନ ବିଷ୍ଣୁଙ୍କ ଆରାଧନା କରିବେ ।
ଶୁଭ ରଙ୍ଗ : ସବୁଜ ଓ ଇଷତ୍ ଧଳା ।
କର୍କଟ : ଦ୍ୱିତୀୟ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି, କାର୍ଯ୍ୟରେ ସାମାନ୍ୟ ବାଧାବିଘ୍ନ, ବ୍ୟବସାୟରେ ଉନ୍ନତି, ଅଯଥା ଖର୍ଚ୍ଚ ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । ମନ ପ୍ରସନ୍ନ ରହିବ, ଆୟ ବୃଦ୍ଧି ହେବ, ରାଜନୀତି କ୍ଷେତ୍ରରେ ଶତ୍ରୁ ବୃଦ୍ଧି, ଗୃହେ ଆନନ୍ଦ, ଧୈର୍ଯ୍ୟ ରଖିବେ । ବ୍ୟବସାୟରେ ଉନ୍ନତି, ଶରୀରରେ ସାମାନ୍ୟ ଥଣ୍ଡା କିମ୍ବା ମୁଣ୍ଡବିନ୍ଧା ଦେଖାଦେଇପାରେ ।“ଓଁ ନମ ଶିବାୟ” ମନ୍ତ୍ର ଜପ କରିବେ ।
ଶୁଭ ରଙ୍ଗ : ପାଉଁସିଆ ଓ ନାଲି ।
ସିଂହ : ଶ୍ରୀଚନ୍ଦ୍ର ବା ଜନ୍ମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ସଫଳତା, ମାନ, ସମ୍ମାନ ବୃଦ୍ଧି, ମନ ପ୍ରସନ୍ନ ରହିବ । ପ୍ରମୋଶନ ଯୋଗ, ଆର୍ଥିକ ଉନ୍ନତି, ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ବାକି ରହିଥିବା କାମରେ ସଫଳ ହେବେ, ଗୃହେ ଆନନ୍ଦ, ବ୍ୟବସାୟରେ ଉନ୍ନତି, ରାଜନୀତି କ୍ଷେତ୍ରରେ ଜୟଯୁକ୍ତ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । “ଭଗବାନ ଶିବ”ଙ୍କ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ସୁନେଲି ଓ କମଳା ।
କନ୍ୟା : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅନାବଶ୍ୟକ ଖର୍ଚ୍ଚ ଯୋଗ, ମାନସିକ ଚିନ୍ତା ବଢ଼ିପାରେ, କାର୍ଯ୍ୟ କ୍ଷେତ୍ରରେ ସାବଧାନ ରହିବେ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ । କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି, ଯାନବାହନ ପ୍ରତି ସତର୍କ ରହିବେ । ପରିବାରରେ କଳହ ଲାଗିପାରେ, ଦୂର ଯାତ୍ରା କରିପାରନ୍ତି, ପୁତ୍ର, ଦୁହିତା କୁଳେ ଖର୍ଚ୍ଚ, ଚାକିରୀ କ୍ଷେତ୍ରରେ ଯୁକ୍ତି ହୋଇପାରେ । ବିଦ୍ୟାର୍ଥୀ ଓ କ୍ରୀଡାବିତ୍ମାନେ ସାମାନ୍ୟ ବିଫଳ ହୋଇପାରନ୍ତି । “ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ ।
ଶୁଭ ରଙ୍ଗ : ସବୁଜ, ଖଇରିଆ ଓ ଆକାଶିଆ ।
ତୁଳା : ଏକାଦଶ ଚନ୍ଦ୍ର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ଧାର୍ମିକ କର୍ମରେ ଯୋଗଦାନ ଦେଇପାରନ୍ତି । ଆର୍ଥିକ ଲାଭ, ବ୍ୟବସାୟରେ ସଫଳତା, କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି, ଆର୍ଥିକ ଲାଭ, ବ୍ୟବସାୟରେ ସଫଳତା, କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି, ବନ୍ଧୁ ଦର୍ଶନ, କାର୍ଯ୍ୟରେ ସଫଳତା ମିଳିବ । କୋଟ୍ କଚେରୀ ମାମଲାରେ ଜୟଯୁକ୍ତ, ଆୟ ବୃଦ୍ଧି ପାଇବ । ଗୃହେ ଆନନ୍ଦ, ଋଣ ମୁକ୍ତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସଫଳ ହେବେ । “ମା’ ଲକ୍ଷ୍ମୀ”ଙ୍କ ଆରାଧନା କରିବେ ।
ଶୁଭ ରଙ୍ଗ : ଧଳା ଓ ମାଟିଆ ।
ବିଛା : ଦଶମ ଚନ୍ଦ୍ର ଯୋଗୁ କାମରେ ବାଧା, କର୍ମ କ୍ଷେତ୍ରରେ ବାଦବିବାଦ ହେବାର ସମ୍ଭାବନା ଅଛି । ମାଲିମକଦ୍ଦମାରେ ବିଳମ୍ବ ଘଟିପାରେ, ସମାଜରେ ଅପମାନିତ ହେବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ, ପଡ଼ୋଶୀଙ୍କ ସହ କଳହ ହେବାର ସମ୍ଭାବନା ରହିଛି । ବାଦବିବାଦରୁ ସତର୍କ ରହିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ବିଫଳ ହେବେ । ହନୁମାନଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ନାରଙ୍ଗୀ, ହଳଦିଆ ଓ ଧଳା ।
ଧନୁ : ନବମ ଚନ୍ଦ୍ର ଯୋଗୁ କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେଇପାରିବେ, ପିତାମାତାଙ୍କ ସେବା କରିବେ । ପୁତ୍ର, ଦୁହିତା କୁଳେ ସହଯୋଗ ପ୍ରାପ୍ତି, ଗୃହେ ଆନନ୍ଦ, ସୁସମ୍ବାଦ ମିଳିବାର ସମ୍ଭାବନା ରହିଛି । ରାଜନୀତି କ୍ଷେତ୍ରରେ ଉନ୍ନତି, ଭଗବାନ ବିଷ୍ଣୁ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କ ଆରାଧନା କରିବେ ।
ଶୁଭ ରଙ୍ଗ : କଳା ଓ କମଳା ।
ମକର : ଅଷ୍ଟମ ଚନ୍ଦ୍ର ଯୋଗୁ ଟଙ୍କା ନବାଦବାରେ ସତର୍କତା ଅବଲମ୍ବନ କରିବେ । ଶରୀର ପ୍ରତି ସତର୍କ ରହିବେ, ପେଟ କିମ୍ବା ମୁଣ୍ଡ ସମସ୍ୟା ଦେଖାଦେଇପାରେ । ଶରୀର ଆଘାତ ହେବାର ସମ୍ଭାବନା ରହିଛି, ମାନସିକ ଚିନ୍ତା ଲାଗି ରହିବ, ନିବେଶ କରନ୍ତୁ ନାହିଁ । ଦୂର ଯାତ୍ରା ନିଷେଧ, ଧନ ହାନି, ହନୁମାନ ଚାଳିଶା ପାଠ କରନ୍ତୁ ।
ଶୁଭ ରଙ୍ଗ : ଖଇରିଆ ଓ ଆକାଶିଆ ।
କୁମ୍ଭ : ସପ୍ତମ ଚନ୍ଦ୍ର ଯୋଗୁ ଆର୍ଥିକ ଲାଭ ହେବ, ବନ୍ଧୁମାନଙ୍କଠାରୁ ସହଯୋଗ ପ୍ରାପ୍ତି, ଯାନବାହନ କ୍ରୟ କରିପାରିବେ, ମାନସିକ ଶାନ୍ତି, ମନରେ ପ୍ରସନ୍ନତା, କର୍ମ କ୍ଷେତ୍ରରେ ସଫଳତା, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ ପ୍ରାପ୍ତି, ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ମିଳିପାରେ । ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ । ଭଗବାନ ଶିବଙ୍କ ଆରାଧନା କରିବେ ।
ଶୁଭ ରଙ୍ଗ : ନୀଳ ଓ ହଳଦିଆ ।
ମୀନ : ଷଷ୍ଠ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ କ୍ରୟ କରିପାରିବେ, ଦୂର ଯାତ୍ରା ନିଷେଧ, ମାଲିମକଦ୍ଦମାରେ ସାମାନ୍ୟ ବାଧା ଘଟିପାରେ । ଶରୀର ସୁସ୍ଥ ରହିବ, କାର୍ଯ୍ୟ କ୍ଷେତ୍ରରେ ବିଫଳତା, ବାଦବିବାଦ ହେବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀମାନେ ବିଦ୍ୟା କ୍ଷେତ୍ରରେ ସାମାନ୍ୟ ବିଫଳତା ପାଇବେ । ଟଙ୍କା ନବାଦବାରେ ସତର୍କତା ଅବଲମ୍ବନ କରିବେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରନ୍ତୁ ।
ଶୁଭ ରଙ୍ଗ : ଗୋଲାପି, ଧଳା ଓ ନାଲି ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩