PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଗୁଗୁଲ କର୍ମଚାରୀଙ୍କ ଛଟେଇ ଭୟ, ଜାଣନ୍ତୁ କମ୍ପାନୀର ତ୍ରୟମାସିକ ଖରାପ ଫଳାଫଳ ନେଇ କ’ଣ କହିଲେ ସୁନ୍ଦର ପିଚାଇ?

ନୂଆଦିଲ୍ଲୀ,୧୬।୮: ଗୁଗୁଲର କର୍ମଚାରୀଙ୍କ ଉପରେ ଛଟେଇର ବିପଦ ଏବେ ବି ରହିଛି। କମ୍ପାନୀ ନିଜର କର୍ମଚାରୀଙ୍କୁ ଚେତାବନୀ ଦେଇଛି ଯେ, ଯଦି ତୃତୀୟ ତ୍ରୟମାସିକର ଫଳାଫଳ ଆଶାନୁରୂପ ନହୁଏ ତେବେ ସେ କର୍ମଚାରୀଙ୍କୁ ଛଟେଇ କରିବ। ନ୍ୟୁୟର୍କ କ୍ଲାଉଡର ସେଲସ୍ ବିଭାଗର ଜଣେ କର୍ମଚାରୀ କହିଛନ୍ତି, କମ୍ପାନୀ କହିଛି ଯଦି ଖରାପ ଫଳାଫଳ ଖବର ଆସେ ତେବେ କଡା ପଦକ୍ଷେପ ନିଆଯିବ। ଗୁଗୁଲର ପାରେଣ୍ଟ କମ୍ପାନୀ ଆଲଫାବେଟ୍ ଇଙ୍କ ୨୦୨୨ ର ଅନ୍ୟ ଦିନରେ କର୍ମଚାରୀଙ୍କ ଭର୍ତ୍ତି ପକ୍ରିୟାକୁ ଧୀମା କରିବାର ନିଷ୍ପତ୍ତି ଗତ ମାସ ନେଇଥିଲେ।

ସେଭଳି ଗୁଗୁଲର କିଛି କର୍ମଚାରୀ ଓ୍ବେବସାଇଟ୍ ଇନସାଇଡକୁ କହିଛନ୍ତି, କମ୍ପାନୀର ଭର୍ତ୍ତି ଉପରେ ରୋକ ଲଗାଇବା ପରେ ହିଁ ସେମାନେ ଭୟରେ ଅଛନ୍ତି ଓ ତାଙ୍କୁ ଚାକିରୀରୁ ବାହାର କରାଯିବାର ଭୟ ରହିଛି। ଗତ ତ୍ରୟମାସିକରେ ଗୁଗୁଲର ରେଭିନ୍ୟୁ ଗ୍ରୋଥ ଦୁଇ ବର୍ଷରେ ସବୁଠାରୁ ଧିମା ରହିଥିଲା। ଟେକ୍ କମ୍ପାନୀ ଗତ କିଛି ଦିନ ହେବ ଚ୍ୟାଲେଞ୍ଜ ଦେଇ ଗତି କରୁଛି। କାରଣ ଏହା ଯେ, ନାସଡାକ୍ କମ୍ପୋଜିଟ୍ ଇଣ୍ଡେକ୍ସ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୬ ପ୍ରତିଶତ ହ୍ରାସ ପାଇଛି।ଗତ ମାସରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ କର୍ମଚାରୀମାନଙ୍କୁ କହିଥିଲେ ଯେ ଯଦିଓ କମ୍ପାନୀ ଦ୍ବିତୀୟ ତ୍ରୟମାସିକରେ ୧୦୦୦୦ ନୂତନ କର୍ମଚାରୀ ନିଯୁକ୍ତି କରିଛି, କିନ୍ତୁ ଆଗାମୀ ଦିନରେ ନିଯୁକ୍ତି ମନ୍ଥର କରାଯିବ ଏବଂ କେବଳ ଇଞ୍ଜିନିୟରିଂ ଏବଂ ବୈଷୟିକ ବିଭାଗ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ।

କର୍ମଚାରୀମାନଙ୍କୁ ଏକ ଇ-ମେଲରେ ପିଚାଇ କହିଥିଲେ ଯେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଗୁଗୁଲକୁ ଛୁଇଁଛି। ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଗୁଗୁଲ ପାଖରେ ମୋଟ ୧୬୪,୦୦୦ କର୍ମଚାରୀ ଥିଲେ। ଅନ୍ୟ କମ୍ପାନୀ ଭଳି ଆମେ ମଧ୍ୟ ଆର୍ଥିକ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରୁଛୁ। ୨୦୨୨ ଓ ୨୦୨୩ ରେ କମ୍ପାନୀର ଫୋକସ୍‌ କେବଳ ଇଞ୍ଜିନିୟରିଂ, ଟେକ୍ନୋଲୋଜି ବିଶେଷଜ୍ଞ ଓ ଗୁରୁତ୍ବପୂର୍ଣ୍ଣ ପଦବୀରେ କର୍ମଚାୀଙ୍କୁ ଭର୍ତ୍ତି କରାଯିବ।