୧ ଫେବୃୟାରୀରୁ ଦେଶରେ ଲାଗୁ ହେବ ଏହି ୮ ନୂଆ ନିୟମ, ଜାଣି ରଖନ୍ତୁ ନଚେତ୍ ଅସୁବିଧାରେ ପଡିପାରନ୍ତି

source:www.financialexpress.com
ନୂଆଦିଲ୍ଲୀ ୩୧/୧: ଆଜି ଜାନୁଆରୀ ମାସର ଶେଷ ଦିନ । କାଲିଠାରୁ ଫେବୃୟାରୀ ମାସ ଆରମ୍ବ ହେବାକୁ ଯାଉଛି । କାଲିଠାରୁ ଦେଶରେ କିଛି ପରିବର୍ତ୍ତନ ଆସିବ । ୧ ଫେବୃୟାରୀରୁ କିଛି ନିୟମରେ ଯେଉଁ ପରିବର୍ତ୍ତନ ଆସିବ ତାକୁ ଆପଣ ନିଶ୍ଚୟ ଜାଣିବା ଉଚିତ୍ । ତେବେ ଚାଲନ୍ତୁ ଜାଣିବା କଣ ସେହି ନିୟମ …
୧- ଟିଭି ଚ୍ୟାନେଲ ସିଲେକ୍ସନ ନିୟମ
ଟ୍ରାଇ ସବୁ ଟିଭି କେବଲ ଓ ଡିଟିଏଚ୍ ଅପରେଟରଙ୍କୁ ୧ ଫେବୃୟାରୀରୁ ଚ୍ୟାନେଲ ଚୟନ କରିବା ପାଇଁ ନୂଆ ନିୟମ ଲାଗୁ କରିବାକୁ ସୂଚନା ଦେଇଛି । ଏହି ନୂଆ ନିୟମ ଅନୁସାରେ ଗ୍ରାହକ ନିଜ ମନ ପସନ୍ଦର ୧୦୦ ଚ୍ୟାନେଲ ଚୟନ କରିପାରିବେ । ଏଥିପାଇଁ ସେମାନଙ୍କୁ ଏକ ଫିକ୍ସ୍ଡ ଆମାଉଣ୍ଟ ପେମେଣ୍ଟ କରିବାକୁ ପଡିବ । ଡିଟିଏଚ୍ ଅପରେଟର୍ସ ଗ୍ରାହକଙ୍କୁ ଚ୍ୟାନେଲ ସବସ୍କ୍ରିପ୍ସନ କରିବା ପାଇଁ ବାଧ୍ୟ କରିପାରିବେନି ।
୨- ସବର୍ଣ୍ଣ ସଂରକ୍ଷଣ
ମୋଦି ସରକାର ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଦେଇ ଇତିହାସ ରଚିସାରିଛନ୍ତି । ମୋଦି ସରକାରଙ୍କ ଏହି ସଂରକ୍ଷଣ ୧ ଫେବୃୟାରୀରୁ ସାରା ଦେଶରେ ଲାଗୁହେବ । ୧ ଫେବୃୟାରୀରୁ ସାରା ଦେଶରେ ସରକାରୀ ଚାକିରୀ ପାଇଁ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।
୩- ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ଲିଙ୍କ୍
ଯଦି ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଅଛି ତେବେ ଆପଣଙ୍କ ପାଇଁ ଏହି ନିୟମ ସମ୍ପର୍କରେ ଜାଣିବା ବହୁତ ଆବଶ୍ୟକ । ସରକାର ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ଯୋଡିବା ବାଧ୍ୟତାମୂଳକ କରିଦେଇଛନ୍ତି । ପରିବହନ ମନ୍ତ୍ରାଳୟ ଏହି ନିୟମ ଡୁପ୍ଲିକେଟ୍ ଲାଇସେନ୍ସକୁ ବନ୍ଦ କରିବା ପାଇଁ କରିଛନ୍ତି । ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅଚଳ ହୋଇଯାଇପାରେ ।
୪- ବଜେଟ୍
ମୋଦି ସରକାରଙ୍କ ଏହା ଶେଷ ବର୍ଷ । ଏଥର ମୋଦି ସରକାର ୧ ଫେବୃୟାରୀରେ ନିଜ ଶେଷ ବଜେଟ୍ ଆଣିବେ । ଏହି ବଜେଟରେ ମୋଦି ସରକାର ସାଧାରଣ ନାଗରିକଙ୍କ ପାଇଁ ସେମାନଙ୍କ ମନପସନ୍ଦର କିଛି ବଡ ଘୋଷଣା କରିପାରନ୍ତି ।
୫- ଇନକମଟ୍ୟାକ୍ସ ପେମେଣ୍ଟର ନିୟମ
ମୋଦି ସରକାର ନାଗରିକଙ୍କ ପାଇଁ ଶେଷ ବଜେଟରେ ବଡ ଘୋଷଣା କରିପାରନ୍ତି । ଏଥିରେ ଲୋକଙ୍କୁ ଟ୍ୟାକ୍ସ ପେମେଣ୍ଟ କରିବାରେ କିଛି ଆଶ୍ୱସ୍ତି ମିଳିବା ଭଲି ନୂଆ ନିୟମର ଘୋଷଣା କରାଯାଇପାରେ । ସରକାର ଟ୍ୟାକ୍ସ ପେମେଣ୍ଟ ପାଇଁ ଆୟ ୫ ଲକ୍ଷ କରିପାରନ୍ତି ଯାହା ଏବେ ୨.୫ ଲକ୍ଷ ଅଛି । ଅର୍ଥାତ୍ ଯଦି ଆପଣଙ୍କ ପାଖରେ ୫ ଲକ୍ଷରୁ କମ୍ ସମ୍ପତ୍ତି ଅଛି ତେବେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡିନପାରେ ।
୬- ଆଇଟିଆର ଫାଇଲ୍
ଯଦି ଆପଣ ବିତ୍ତ ବର୍ଷ ୨୦୧୭-୧୮ ର ଆଇଟିଆର୍ ଏପର୍ଯ୍ୟନ୍ତ ଫାଇଲ୍ କରିନାହାନ୍ତି ତେବେ ଆପଣଙ୍କ ପାଖରେ ବହୁତ କମ୍ ସମୟ ରହିଛି । ଏବେ ଆପଣଙ୍କୁ ୧୦ ହଜାର ଟଙ୍କାର ଜୋରିମାନା ସହିତ ଆଇଟିଆର୍ ଫାଇଲ୍ କରିବାକୁ ପଡିବ । ୩୧ ଡିସେମ୍ବର ୨୦୧୮ ମଧ୍ୟରେ ଜୋରିମାନାର ରାଶି ୫୦୦୦ ଟଙ୍କା ଥିଲା । ଏବେ ଆଇଟିଆର୍ ଫାଇଲ୍ କରିବାର ଶେଷ ତାରିଖ ୩୧ ମାର୍ଚ୍ଚ ରଖାଯାଇଛି । ଯଦି ଆପଣ ଏହି ଅବଧି ମଧ୍ୟରେ ଆଇଟିଆର୍ ଫାଇଲ୍ କରୁନାହାନ୍ତି ତେବେ ଆପଣଙ୍କୁ ଅଧିକ ଜୋରିମାନା ଦେବାକୁ ପଡିପାରେ ।
୭- ଅନଲାଇନ୍ ୱାଲେଟ୍
ଯଦି ଆପଣ ପେଟିଏମ୍, ଫୋନ୍ ପେ, ଆମାଜନ୍ ପେ ଭଳି ଅନଲାଇନ୍ ୱାଲେଟ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ୨୮ ଫେବୃୟାରୀ ଶେଷ ତାରିଖ । ଆରବିଆଇ ସବୁ ୱାଲେଟ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ ନିଜ ଗ୍ରାହକଙ୍କ କେୱାଇସି ୨୮ ଫେବୃୟାରୀ ମଧ୍ୟରେ ଶେଷ କରିବା ପାଇଁ । ଯେଉଁ ଗ୍ରାହକ ଏଭଳି କରିବେନି ତେବେ ତାଙ୍କ ୱାଲେଟ୍ ୨୮ ଫେବୃୟାରୀରୁ ବନ୍ଦ ହୋଇଯିବ ।
୮- ପ୍ୟାନ୍ କାର୍ଡ ସହିତ ଆଧାର ଲିଙ୍କ୍
ଯଦି ଆପଣଙ୍କ ପାଖରେ ପ୍ୟାନ୍ କାର୍ଡ ଅଛି ତେବେ ଶୀଘ୍ର ତାକୁ ଆଧାର ସହିତ ଲିଙ୍କ୍ କରାଇନିଅନ୍ତୁ । ଏଥିପାଇଁ ସରକାର ୩୧ ମାର୍ଚ୍ଚର ଡେଡ୍ ଲାଇନ୍ ସ୍ଥିର କରିଛନ୍ତି । ଯଦି ଆପଣ ଏଭଳି ନକରନ୍ତି ତେବେ ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୋଇଯିବ ।