ସାବଧାନ ! ଖୁବ୍ ବିପଦଜନକ ଏହି ୫ ଆଣ୍ଡ୍ରଏଡ୍ ଆପ୍ସ,ମାତ୍ର କିଛି ମିନିଟ୍ରେ ଖାଲି କରିଦେବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୬।୧: ଏବେ ଫୋନ୍ର ବ୍ୟବହାର କେବଳ ଆଲୋଚନା ମାଧ୍ୟମରେ ହେବନି। ମୋବାଇଲ ଏବେ ସ୍ମାର୍ଟଫୋନ୍ ପାଲଟି ସାରିଛି। ଏହାର ଫଟୋ କ୍ଲିକ୍ କରିବାଠାରୁ ନେଇ ଟଙ୍କା ଟ୍ରାନ୍ସଫର କରିବା ପର୍ଯ୍ୟନ୍ତ ବ୍ୟବହାର କରାଯାଇଥାଏ। ଏହି କାରଣରୁ ଆମ ବ୍ୟାଙ୍କ ଡିଟେଲ୍ସ ଫୋନ୍ରେ ଷ୍ଟୋର ହୋଇ ରହିଯାଇଥାଏ। ହ୍ୟାକର୍ସମାନେ ଏହାର ଫାଇଦା ଉଠାଇଥାନ୍ତି।
ଏବେ ଏକ ନୂଆ ସ୍କାମ୍ ଚାଲିଛି, ଏଥିରେ ମାଲୱେର୍ ଜରିଆରେ ୟୁଜର୍ସଙ୍କୁ ଟାର୍ଗେଟ କରାଯାଉଛି। ଏହି ମାଲୱେର୍ ୟୁଜରଙ୍କୁ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ସ୍କାମର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାଏ। ରିପୋର୍ଟ ଅନୁସାରେ, ମାଲୱେର୍ ୟୁଜର୍ସଙ୍କ ଆକାଉଣ୍ଟ ନମ୍ବର, ଲଗିନ୍ ଆଇଡି ରହିଛି। ଏହାଦ୍ବାରା ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ। ଏଥିରୁ ଜରୁରୀ ଯେ, ଆପଣ ଏହି ମାଲୱେରରୁ ସାବଧାନ ରୁହନ୍ତୁ। କିଛି ସମୟ ପୂର୍ବରୁ ୫ଟି ଆଣ୍ଡ୍ରଏଡ୍ ଆପ୍ସ ବିଷୟରେ ରିପୋର୍ଟ କରାଯାଇଥିଲା। ଏହି ଆପ୍ସ ଖୁବ୍ ବିପଦଜନକ ଓ ୟୁଜର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରନ୍ତି। ରିପୋର୍ଟ ଅନୁସାରେ, File Manager Small, Lite, My Finances Tracker, Zetter Authentication, Codice Fiscale 2022 ଓ Recover Audio, Images & Videos ଆପ୍ସରେ ଭାଇରସ୍ ମିଳିଛି।
ଯଦି ଏହି ଆପଣ ଏହି ଆପ୍ସକୁ ବ୍ୟବହାର କରନ୍ତି, ତେବେ ତୁରନ୍ତ ଏହାକୁ ଅଟାଇ ଦିଅନ୍ତୁ। ଏହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସକୁ ସ୍କାମର୍ସଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାଏ, ଯାହାଫଳରେ ଆପଣଙ୍କ ଫାଇନାନ୍ସିଆଲ କ୍ଷତି ହେବ। ପୂର୍ବ ରିପୋର୍ଟରେ କୁହାଯାଇଛି ଏହି ଆପ୍ସକୁ ଲକ୍ଷାଧିକ ଥର ଡାଉନଲୋଡ୍ କରାଯାଇଛି। ଉଲ୍ଲେଖନୀୟ ଯେ,ଏହି ଆପ୍ସକୁ ନେଇ ସମୟ ସମୟରେ ରିପୋର୍ଟ ଆସିଥାଏ। କୌଣସି ନା କୌଣସି ଆପ୍କୁ ଅଫିସିଆଲ ଆପ୍ ଷ୍ଟୋର ଦ୍ବାରା ଡାଉନଲୋଡ୍ କରନ୍ତୁ। ଆପ୍ ଡାଉନଲୋଡ୍ କରିବା ପୂର୍ବରୁ ଏହାର ରେଟିଂ ଓ ଦ୍ବିତୀୟ ଡିଟେଲ୍ସକୁ ନିଶ୍ଚିତ ଚେକ୍ କରନ୍ତୁ।