ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଶରୀରରେ ୟୁରିକ୍‌ ଏସିଡ୍‌କୁ ନିୟନ୍ତ୍ରଣ କରିଥାଏ ଏହି ପନିପରିବା, ଜାଣନ୍ତୁ ଏହାର ଉପକାରିତା...

Published By : Harapriya Sethi | February 14, 2025 10:03 AM

ଅନେକ ସମୟରେ ଲୋକଙ୍କ ଶରୀରରେ ୟୁରିକ୍‌ ଏସିଡ୍‌ ବଢି ଯାଇଥିବାର ଆପଣ ଦେଖିଥିବେ । ଏହି ୟୁରିକ୍‌ ଏସିଡ୍‌ ବଢିବା କାରଣରୁ ଶରୀରରେ ବହୁ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ୟୁରିକ୍‌ ଏସିଡ୍‌ ଏକ ମେଟାବୋଲାଇଟ୍‌ ଯାହା ଶରୀରରେ କୋଷ ଗୁଡ଼ିକ ଭାଙ୍ଗିବାର ମୁଖ୍ୟ କାରଣ ସାଜିଥାଏ । ଏହାର ଅଧିକ ମାତ୍ରା ସ୍ୱାସ୍ଥ୍ୟ ପାଇଁ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହା ବଢିବା ଦ୍ୱାରା କିଡ୍‌ନୀ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଶରୀରରେ ୟୁରିକ୍‌ ଏସିଡ୍‌ ବଢିବାକୁ ହାଇପର୍ ୟୁରିସୀମିୟା ବୋଲି କୁହାଯାଇଥାଏ । ଯାହା ଆଣ୍ଠୁଗଣ୍ଠି ବାତ ସମସ୍ୟା ସୃଷ୍ଟି କରିପାରେ । ଏହା ରକ୍ତ ଏବଂ ପରିସ୍ରାରେ ଏସିଡ୍‌ର ମାତ୍ରାକୁ ବହୁ ମାତ୍ରାରେ ବଢାଇ ଦେଇଥାଏ । 

ଶରୀରରେ ଜଳର ଅଭାବ ବଢାଇଥାଏ ୟୁରିକ୍‌ ଏସିଡ୍‌-

ଖରାଦିନେ ଶରୀରରେ ପାଣିର ଅଭାବ ହୋଇଥାଏ । ଏହାର ପ୍ରଭାବ ସିଧାସଳଖ ଭାବରେ ରକ୍ତ ଉପରେ ପଡ଼ିଥାଏ । ଯାହାଦ୍ୱାରା ୟୁରିକ୍‌ ଏସିଡ୍‌ ବଢିଯାଇଥାଏ । କମ୍‌ ମାତ୍ରାରେ ପାଣି ପିଇବା ଦ୍ୱାରା କମ୍‌ ପରିମାଣର ପରିସ୍ରା ହୋଇଥାଏ । ଯାହା ଫଳରେ ଶାରୀରରୁ ୟୁରିକ୍‌ ଏସିଡ୍‌ ବାହାରି ପାରି ନଥାଏ ଏବଂ ଏହା ପରେ ଆଣ୍ଠୁଗଣ୍ଠି ବାତ ସମସ୍ୟାକୁ ନିମନ୍ତ୍ରଣ ଦେଇଥାଏ । ତେଣୁ ୟୁରିକ୍‌ ଏସିଡ୍‌ କମ୍‌ କରିବା ଏବଂ  ଆଣ୍ଠୁଗଣ୍ଠି ବାତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ବହୁ ମାତ୍ରାରେ ସାହାଯ୍ୟ କରିଥାଏ । ସାଇନ୍ସ ଡାଇରେକ୍ଟେ ପ୍ରକାଶ ପାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଲେମ୍ୱୁରେ ୟୁରିକ୍‌ ଏସିଡ୍‌ କମ୍‌ କରିବାର କ୍ଷମତା ରହିଛି । ଏକ ଗ୍ଲାସ ପାଣିରେ ଲେମ୍ୱୁ ରସ ସହ ଅଧା ଚାମଚ ବେକିଂ ସୋଡ଼ା ମିଶାଇ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ । ଏହାକୁ ଦିନରେ ୩ ଗ୍ଲାସ ପିଇବା ଦ୍ୱାରା ରକ୍ତରେ ୟୁରିକ୍‌ ଏସିଡ୍‌ର ସ୍ତର ନିୟନ୍ତ୍ରିତ ହୋଇଥାଏ ।

ସେହିପରି ଛତୁରେ ବିଟା- ଗ୍ଲୁକେନ୍ସ କାର୍ବୋହାଇଡ୍ରେଟ୍‌ ରହିଥାଏ । ଯାହା ଶରୀରକୁ ଫୁଲିବାକୁ ଦେଇନଥାଏ । କାରଣ ଶରୀର ଫୁଲିବା ଦ୍ୱାରା ୟୁରିକ୍‌ ଏସିଡ୍‌ର ପରମାଣ ବଢିଥାଏ । ସେଥିପାଇଁ ଆଣ୍ଠୁଗଣ୍ଠି ବାତ ଥିବା ରୋଗୀ ନିଜ ଡାଏଟ୍‌ରେ ଛତୁକୁ ସାମିଲ କରିବା ଉଚିତ୍‌ । ସେହିପରି ଖରାଦିନେ କାକୁଡ଼ି ଖାଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ବଢିଥାଏ । କାକୁଡ଼ିରେ ଅଧିକ ପରିମାଣର ଫାଇବର୍‌ ରହିଥାଏ । ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ଶରୀରରୁ ୟୁରିକ୍‌ ଏସିଡ୍‌ ଅତି ସହଜରେ ବାହାରି ଯାଇଥାଏ । କାକୁଡ଼ିରେ ଥିବା ଜଳୀୟ ଅଂଶ ଆଣ୍ଠୁଗଣ୍ଠି ବାତ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । 

ଟମୋଟୋ ଖାଇବା ମଧ୍ୟ ଖୁବ୍‌ ସ୍ୱାସ୍ଥ୍ୟକର । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସ୍ତର କମିଥାଏ । ଏହାସହ ଆହୁରି ଅନେକ ପ୍ରକାରର ଶାରିରୀକ ସମସ୍ୟା ମଧ୍ୟ ଦୂର ହୋଇଥାଏ । ସେହିପରି କଖାରୁରେ ଭିଟାମିନ୍‌ ସି ସହ ବିଟା କେରୋଟିନ୍‌ ଏବଂ ଲ୍ୟୁଟିନ୍‌ ଭଳି ଆଣ୍ଟିଅକ୍ସିଡେଣ୍ଟ ରହିଥାଏ । ଯାହା ମାନସିକ ଚାପକୁ ନିୟନ୍ତ୍ରିତ କରିଥାଏ । ଏହା ଦ୍ୱାରା ୟୁରିକ୍‌ ଏସିଡ୍‌ର ସ୍ତର ମଧ୍ୟ କମିଥାଏ । କେବଳ ସେତିକି ନୁହେଁ, କଖାରୁରେ ଫାଇବର୍‌ ମଧ୍ୟ ରହିଥାଏ, ଯାହା ଶରୀରରେ ମେଟାବୋଲିଜିମ୍‌କୁ ବଢାଇ ପ୍ୟୁରିନ୍‌କୁ ହଜମ କରିବାରେ ସାହାଯ୍ୟ କରିଥାଏ । ସେହିପରି ପୋଟଳରେ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର । ଏହାକୁ ଖାଇବା ଦ୍ୱାରା ଶରୀରରେ ମେଟାବୋଲିଜିମ୍‌ ବଢିଥାଏ ଏବଂ ୟୁରିକ୍ ଏସିଡ୍‌ ସମ୍ୱନ୍ଧୀୟ ସମସ୍ତ ସମସ୍ୟାକୁ କମ୍‌ କରିବାରେ ସହାୟକ ହୋଇଥାଏ । ଏହା ଆଣ୍ଠୁଗଣ୍ଠି ରୋଗ ପାଇଁ ମଧ୍ୟ ବହୁତ ଭଲ । ଭିଟାମିନ୍ ସିରେ ଭରପୁର ପନିପରିବା ମଧ୍ୟ ଗଣ୍ଠି ରୋଗକୁ ରୋକିଥାଏ । ଏଥିରେ କମଳା, ଲେମ୍ୱୁ, କିୱି, ବ୍ରୋକଲି, ଫୁଲକୋବି, ପିଜୁଳି ଏବଂ ସିମଲା ଲଙ୍କାରେ ବହୁ ପରିମାଣର ଭିଟମିନ୍ ସି ରହିଥାଏ ।  

ଫାଇବର୍‌ରେ ଭରପୁର ଖାଦ୍ୟ ପଦାର୍ଥ ଏବଂ ପନିପରିବା-

ଅଧିକ ପରିମାଣର ଫାଇବର୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ୟୁରିକ୍‌ ଏସିଡ୍‌ ନିୟନ୍ତ୍ରିତ ହୋଇ ରହିଥାଏ । ତନ୍ତୁଯୁକ୍ତ ଖାଦ୍ୟ ପଦାର୍ଥ ରକ୍ତ ପ୍ରବାହରେ ସାହାଯ୍ୟ କରିବା ସହ ୟୁରିକ୍‌ ଏସିଡ୍‌କୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଏଥିରେ ବିଭିନ୍ନ ପ୍ରକାରର ଶାଗ, ଓଟ୍ସ ଏବଂ ସଶ୍ୟ ଜାତୀୟ ଖାଦ୍ୟ, ବ୍ରୋକଲି, କଖାରୁ, ନାସପାତି, ଜୁଆଣି, କାକୁଡ଼ି, ବ୍ଲୁ ବେରି, ସେଉ ଏବଂ କମଳା ସାମିଲ ରହିଛି । ଏହା ସହ ଗାଜର, କାକୁଡ଼ି ଏବଂ ବିଟ୍‌ ରୁଟ୍‌ର ଜୁସ୍‌ ପିଇବା ଦ୍ୱାରା ମଧ୍ୟ ୟୁରିକ୍‌ ଏସିଡ୍‌ର ସ୍ତର ବହୁ ମାତ୍ରାରେ ନିୟନ୍ତ୍ରିତ ହୋଇଥାଏ । 

 

         

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.