PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ପୋଲିସକୁ ଚକ୍‌ମା ଦେଇ ଛୁ’ ମାରିଲା ଚୋର, ସିସିଟିଭିରେ କଏଦ ପୂରା ଘଟଣା: SI ଓ କନଷ୍ଟେବଲ ସସପେଣ୍ଡ

ନୂଆଦିଲ୍ଲୀ ୦୭/ ୧୦: ରାଜଧାନୀ ଦିଲ୍ଲୀରେ ପୋଲିସକୁ ଚକ୍‌ମା ଦେଇ ଫେରାର୍‌ ହୋଇଯାଇଛି ସାତିର୍‌ ଚୋର । ମେଡିକାଲ ଟେଷ୍ଟ ପାଇଁ ପୋଲିସ ହସ୍ପିଟାଲ ଆଣିଥିବା ବେଳେ ସୁଯୋଗ ଦେଖଇ ଚମ୍ପଟ ମାରିଛି ଅଭିଯୁକ୍ତ । ପୋଲିସ ହେପାଜତରୁ ଚକ୍‌ମା ଦେଇ ଫେରାର ହୋଇଯିବା ବେଳର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି ।

କାର୍ଯ୍ୟରେ ଅବହେଳା ଦର୍ଶାଇ ଜଣେ ସବ୍‌ ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି ଏସପି । ଘଟଣାଟି ଅକ୍ଟୋବର ୬ ରାତିର ବୋଲି କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ, ଜାଲ୍‌ ଅସ୍ତ୍ରଶସ୍ତ୍ର କରିବା ଅଭିଯୋଗରେ ଗାଜିଆବାଦର ଇନ୍ଦିରପୁରମ୍‌ର ଅଭିଷେକ ସିହ୍ନାକୁ ଗିରଫ କରିଥିଲା କରିଥିଲା । ତେବେ ତାକୁ ଗୁରୁବାର ରାତିରେ ମେଡିକାଲ ଯାଞ୍ଚ କରିବାକୁ ହସ୍ପିଟାଲ ଅଣାଯାଇଥିଲା । ଏତିକି ବେଳେ ସୁଯୋଗ ଦେଖି ପୋଲିସ ଚକ୍‌ମା ଦେଇ ଛୁ ମାରିଥିଲା ଅଭିଷେକ । ଏ ନେଇ ବଦରପୁର ଥାନା ସାଇବର ସେଲରେ ମାମଲା ରୁଜୁ କରାଯାଇଛି ।

ଅନ୍ୟପଟେ କାର୍ଯ୍ୟରେ ଅବହେଳା କାରଣରୁ ଦିଲ୍ଲୀ ସାଉଥ୍‌-ଇଷ୍ଟ ଜିଲ୍ଲା ଡିସିପି ଦୁଇ ଜଣଙ୍କୁ ନିଲମ୍ବିତ କରିଛନ୍ତି । ଏସଆଇ ମୋହିତ ଏବଂ କନଷ୍ଟେବଲ ଅଜୟଙ୍କୁ ସସପେଣ୍ଡ କରାଯାଇଛି । ଏହା ସହିତ ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଯାଇଛି । ଫେରାର୍‌ ଅଭିଯୁକ୍ତ ଅଭିଷେକକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ସମ୍ବନ୍ଧିତ ଖବର