PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବରଗଡ଼ ଧନୁଯାତ୍ରା: ବିଜୁଳି କନ୍ୟା ଭୟ, କଂସ ଅଥୟ

ମଥୁରାନଗରୀ,୧୩ା୧(ଆପ୍ର): ପିତାକୁ ନଗ୍ରରକ୍ଷୀ, ଜାମାତାଙ୍କୁ କାରାବାସ ଦେଇ କଂସ ଇନ୍ଦ୍ରଚନ୍ଦ୍ର ମାନୁ ନଥିବା ମହାରାଜ କଂସ ସାମାନ୍ୟ ଜଣେ ଶିଶୁକନ୍ୟାକୁ ନେଇ ଭୟଭୀତ । “ତୋତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ…’ନାବାଳିକାର ପରିହାସଭରା ଅଟ୍ଟହାସ୍ୟର ଭୟ କଂସଙ୍କୁ ଅଥୟ କରିଦେଇଛି । ମହାରାଜା କଂସଙ୍କ ମୁହଁରେ ପ୍ରଥମ ଥର ପାଇଁ ଭୟ ପରିଲକ୍ଷିତ ହୋଇଛି ।
ମଥୁରା ନରେଶ ମହାରାଜା କଂସଙ୍କ ନଗର ପରିଭ୍ରମଣରୁ ବରଗଡ଼ ଧନୁଯାତ୍ରାର ଆଜି ତୃତୀୟ ଦିବସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚିରାଚରିତ ଭାବେ ପ୍ରଜାଙ୍କ ଉପରେ କର, କଷଣ ଦେଇ ମହାରାଜା କଂସ ଅତ୍ୟାଚାରରେ ନିଜକୁ ଭୁଲାଇବା ପାଇଁ ଚେଷ୍ଟା କରୁଥିଲେ ବି ଭଉଣୀ ବାହାଘର ବେଳର ଶୂନ୍ୟବାଣୀ ତାଙ୍କୁ ଅସ୍ଥିର କରିଦେଉଥିଲା । ଏହା ତାଙ୍କୁ ତାଙ୍କ ଆରାଧ୍ୟ ଦେବତା ମହାଦେବଙ୍କ କତିକୁ ଟାଣି ଆଣିଥିଲା । ସାମାନ୍ୟ ଆଶ୍ୱସ୍ତ ହେଲା ପରେ ରାଜଦରବାରରେ ପଦାର୍ପଣ କରି ନିତ୍ୟ ନୈମିତ୍ୟ ଢ଼ଙ୍ଗରେ ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା ଓ ମନ୍ତ୍ରଣା ଜାରି ରଖି ଦେବକୀର ଅଷ୍ଟମ ଗର୍ଭ ନଷ୍ଟ କରିବାକୁ କରିଥିଲେ ମସୁଧା ଓ ଷଡ଼ଯନ୍ତ୍ର । ଠିକ୍ ଏ ସମୟରେ ଧଇଁସଇଁ କାରାରକ୍ଷୀ ଦେବକୀଙ୍କ ସପ୍ତମ ଶିଶୁପୁତ୍ର ଜନ୍ମ ସୂଚନା କଂସକୁ ଦେଇଥିଲା । ଭୟମିଶା କ୍ରୋଧରେ କାରାଗାରଭିମୁଖୀ ହୋଇଥିଲେ ମହାରାଜା । ବନ୍ଦୀ ଭଉଣୀ-ଭିଣୋଇଙ୍କୁ ତାଙ୍କ ଶିଶୁକୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶିଶୁ ବିରହିଣୀ ଦେବକୀ ଶିଶୁଟିକୁ ଚାପିଧରି ଏଥର ଛାଡ଼ିଦେବାକୁ ଆକୁଳ ନିବେଦନ କରିଥିଲେ ବି ବଡ଼ଭାଇ ଶୁଣି ନଥିଲେ । ଦେବକୀକୁ ପଦପ୍ରହାର କରି କୋଳରୁ ଛଡ଼ାଇ ଆଣିଥିବା ଶିଶୁଟିକୁ ଦର୍ପଣ ଶିଳାରେ କଚାଡ଼ି ଦେଇଥିଲେ । ହେଲେ ଶିଳାରେ ପଡ଼ିବା ପୂର୍ବରୁ ଶିଶୁଟି କଂସାସୁର ହାତରୁ ମୁକୁଳି ନିଜକୁ ବିଜୁଳିକନ୍ୟା ଭାବେ ପରିଚୟ ଦେଇ ଅଟ୍ଟହାସ୍ୟ କରିଥିଲା । ତୋତେ ମାରିବ ଯିଏ, ଗୋପରେ ବଢ଼ୁଛି ସିଏ ବୋଲି ଅଟ୍ଟହାସ୍ୟ କରି ଶୂନ୍ୟକୁ ଉଠି ଯାଇ ଉଭେଇ ଯାଇଥିଲା । ଭଣଜାର ଜନ୍ମ ଖବର ପାଇଥିବା କଂସ ହଠାତ ଭାଣିଜୀକୁ ଦେଖି ହତବାକ୍ ହୋଇଥିବା ବେଳେ ସୁନିଶ୍ଚିତ ମୃତ୍ୟୁ ଭୟରେ ଚି+ାର କରିଉଠିଥିଲେ । ମହର୍ଷି ନାରଦଙ୍କ ପରାମର୍ଶ କ୍ରମେ ଷଡ଼ମଲ୍ଲ ଓ ଭଉଣୀ ପୁତନାକୁ ଆବାହନ କରିଥିଲେ । ସେମାନେ ଆସି ନିଜ ପରାକାଷ୍ଠା ବଖାଣିଥିଲେ । ଭୟାତୁର କଂସ ସମସ୍ତଙ୍କୁ ଦେବକୀର ଅଷ୍ଟମ ସନ୍ତାନର ବିନାଶ ପାଇଁ ଗୋପ ପ୍ରେରଣ କରିଥିଲେ । ମହାମନ୍ତ୍ରୀ ଶକ୍ରାଜିତଙ୍କ ଘୋଷଣା କ୍ରମେ ବରଗଡ଼ ତଥା ବାହାର ଅଞ୍ଚଳରୁ ଆସିଥିବା କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।