ମେଷ : ଅଷ୍ଟମ ଚନ୍ଦ୍ର, ଘାତବାର ଯୋଗୁ ମାନସିକ ଅଶାନ୍ତି, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ବିଫଳ ହୋଇପାରନ୍ତି, ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତି, ଆୟ ବୃଦ୍ଧି ହେବ, ପରିବାରରେ କଳହ ହେବାର ସମ୍ଭାବନା ଅଛି, ନିଜ କଥାବାର୍ତ୍ତା ଉପରେ ନିୟନ୍ତ୍ରଣ ରଖିବେ, ଅଶ୍ୱିନୀ, ଭରଣୀ ଓ କୃତ୍ତିକା ନକ୍ଷତ୍ର ଥିବା ଲୋକମାନେ ସତର୍କ ରହିବେ ।

ଶୁଭ ରଙ୍ଗ : ଧଳା ଓ ଗୋଲାପି ।

ବୃଷ : ସପ୍ତମ ଚନ୍ଦ୍ର ଯୋଗୁ ଶରୀର ସୁସ୍ଥ ରହିବ, ଆତ୍ମବିଶ୍ୱାସ ବୃଦ୍ଧି ପାଇବ, ଗୃହେ ଆନନ୍ଦ, ବାଦବିବାଦ ଦୂର ହେବ, ଆର୍ଥିକ ଲାଭ, ଅଧିକ ଖର୍ଚ୍ଚ କରନ୍ତୁ ନାହିଁ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । କୃତ୍ତିକା, ରୋହିଣୀ ଓ ମୃଗଶିରା ନକ୍ଷତ୍ରର ବ୍ୟକ୍ତିମାନେ ସଫଳ ହେବେ ଓ ଲାଭ ମିଳିପାରେ ।

ଶୁଭ ରଙ୍ଗ : କ୍ରିମ୍ ଓ ଧଳା ।

ମିଥୁନ : ଷଷ୍ଠ ଚନ୍ଦ୍ର ଯୋଗୁ ସ୍ୱାସ୍ଥ୍ୟ ଉତ୍ତମ ରହିବ,ମାନସିକ ଶାନ୍ତି, ଆର୍ଥିକ ସ୍ଥିତି ଦୁଦୃଢ଼ ହେବ, ଗୃହେ ଆନନ୍ଦ, ପିତାମାତାଙ୍କ ଖାଦ୍ୟ ପ୍ରତି ସତର୍କ ରହିବେ, କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମ କରିବେ, ନୂତନ ଦ୍ରବ୍ୟ ଲାଭ ହୋଇପାରେ, ମୃଗଶିରା, ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ରର ବ୍ୟକ୍ତିମାନେ ସଫଳ ହେବେ କିନ୍ତୁ ସାବଧାନତା ଅବଲମ୍ବନ କରିବେ ।

ଶୁଭ ରଙ୍ଗ : ସବୁଜ ଓ ନୀଳ ।

କର୍କଟ : ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, ଚାକିରୀ କ୍ଷେତ୍ରରେ ଉନ୍ନତି, ମନରେ ନୂତନ ଚିନ୍ତା ବୃଦ୍ଧି ହୋଇପାରେ, ଆର୍ଥିକ ଉନ୍ନତି, କୌଣସି ନୂତନ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଗୃହେ ଆନନ୍ଦ, କାର୍ଯ୍ୟରେ ସଫଳତା ପ୍ରାପ୍ତି, ଶରୀରରେ ସାମାନ୍ୟ କ୍ଳାନ୍ତି ଦେଖାଦେଇପାରେ । ପୁନର୍ବସୁ, ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ରର ବ୍ୟକ୍ତିମାନଙ୍କ ପାଇଁ ପ୍ରଭାବ ଅଧିକ ରହିବ ।

ଶୁଭ ରଙ୍ଗ : ରୂପେଲି ଓ ଧଳା ।

ସିଂହ : ଚତୁର୍ଥ ଚନ୍ଦ୍ର ଯୋଗୁ ମନରେ ଚିନ୍ତା ଲାଗି ରହିବ, କର୍ମ କ୍ଷେତ୍ରରେ ନେତୃତ୍ୱ ନେବାର କ୍ଷମତା ବଢ଼ିବ, ନୂଆ ଯୋଜନା ପ୍ରସ୍ତୁତ କରିବେ, ଖାଦ୍ୟ ପ୍ରତି ସତର୍କ ରହିବେ, ଶରୀରରେ ସାମାନ୍ୟ କ୍ଳାନ୍ତି ଦେଖାଦେଇପାରେ । ମଘା, ପୂର୍ବାଫାଲ୍ଗୁନୀ ଓ ଉତ୍ତରା ଫାଲ୍ଗୁନୀ ନକ୍ଷତ୍ରର ବ୍ୟକ୍ତିମାନେ ସତର୍କ ରହିବେ ।

ଶୁଭ ରଙ୍ଗ : ସୁନେଲି ଓ ହଳଦିଆ ।

କନ୍ୟା : ତୃତୀୟ ଚନ୍ଦ୍ର ଯୋଗୁ ଅର୍ଥ ଲାଭ, ସହକର୍ମୀଙ୍କ ସହଯୋଗ ପ୍ରାପ୍ତି, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି, ଯାତ୍ରାରେ ଲାଭ ମିଳିବ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ, ଶତ୍ରୁ ପରାଜିତ ହେବେ, ଶରୀର ସୁସ୍ଥ ରହିବ । ଉତ୍ତରା ଫାଲ୍ଗୁନୀ, ହସ୍ତା ନକ୍ଷତ୍ର ଓ ଚିତ୍ରା ନକ୍ଷତ୍ରର ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ ଓ ପ୍ରଶଂସିତ ହେବେ ।

ଶୁଭ ରଙ୍ଗ : ସବୁଜ ଓ କ୍ରିମ୍ ।

ତୁଳା : ଦ୍ୱୀତୀୟ ଚନ୍ଦ୍ର ଯୋଗୁ ଆର୍ଥିକ ସ୍ଥିତି ଭଲ ରହିବ, ନିବେଶରୁ ଲାଭ ମିଳିପାରେ, ପରିବାରରେ ସୁଖ ଓ ଶାନ୍ତି ରହିବ, ଖାଦ୍ୟ ପ୍ରତି ସାବଧାନ, ଶରୀରରେ ସାମାନ୍ୟ ଆଖି ସମସ୍ୟା ଦେଖାଦେଇପାରେ । କାର୍ଯ୍ୟ କ୍ଷେତ୍ରରେ ଚାପ ବଢ଼ିପାରେ । ଚିତ୍ରା, ସ୍ୱାତୀ ଓ ବିଶାଖା ନକ୍ଷତ୍ରର ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭ ଅଟେ ।

ଶୁଭ ରଙ୍ଗ : ଧଳା ଓ ଗୋଲାପି ।

ବିଛା : ଶ୍ରୀଚନ୍ଦ୍ର ଯୋଗୁ ଆତ୍ମବିଶ୍ୱାସ ବୃଦ୍ଧି ହେବ, ମାନ, ସମ୍ମାନ ବଢ଼ିବ, ସ୍ୱାଦିଷ୍ଟ ଭୋଜ ପ୍ରାପ୍ତି, ସ୍ୱାସ୍ଥ୍ୟ ସାଧାରଣତଃ ଭଲ ରହିବ, ନୂତନ କାର୍ଯ୍ୟ ପାଇଁ ଉତ୍ସାହ ବୃଦ୍ଧି ପାଇବ, ବସ୍ତ୍ର ଲାଭ, କୋଟ କଚେରୀ ମାମଲାରେ ସଫଳତା, ଆୟ ବୃଦ୍ଧି ହେବ । ବିଶାଖା, ଅନୁରାଧା ଓ ଜ୍ୟେଷ୍ଠା ନକ୍ଷତ୍ରର ଲୋକମାନେ ସଚେତନ ରହିବେ ।

ଶୁଭ ରଙ୍ଗ : ଲାଲ ଓ ଧଳା ।

ଧନୁ : ଦ୍ୱାଦଶ ଚନ୍ଦ୍ର ଯୋଗୁ ଆର୍ଥିକ କ୍ଷେତ୍ର ସାମାନ୍ୟ ରହିବ, ଅଧିକ ବ୍ୟୟ ବୃଦ୍ଧି ହୋଇପାରେ, ମାନସିକ ଚିନ୍ତା ଲାଗି ରହିବ, ଯାତ୍ରା କରିବା ବେଳେ ସତର୍କ ରହିବେ । କାର୍ଯ୍ୟ କ୍ଷେତ୍ରରେ ସାମାନ୍ୟ ବାଧାବିଘ୍ନ ଘଟିପାରେ, ଚାକିରୀ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ମୂଳା, ପୂର୍ବାଷାଢ଼ା ଓ ଉତ୍ତରାଷାଢ଼ା ନକ୍ଷତ୍ରର ବ୍ୟକ୍ତିମାନେ ଭାବିଚିନ୍ତି କାର୍ଯ୍ୟ କରିବେ ।

ଶୁଭ ରଙ୍ଗ : ସୁନେଲି ଓ ଧଳା ।

ମକର : ଏକାଦଶ ଚନ୍ଦ୍ର ଯୋଗୁ ଦୂର ଯାତ୍ରା କରିପାରନ୍ତି, କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିପାରେ, ଆର୍ଥିକ ସ୍ଥିତି ଭଲ ରହିବ, ଗୃହେ ଆନନ୍ଦ, ସମାଜରେ ଲୋକପ୍ରିୟତା ବୃଦ୍ଧି ପାଇବ, ଶାରୀରିକ ସୁସ୍ଥ ଓ ଶକ୍ତିଶାଳୀ ଅନୁଭବ କରିବେ । ଉତ୍ତରାଷାଢ଼ା, ଶ୍ରବଣା ଓ ଧନିଷ୍ଠା ନକ୍ଷତ୍ରର ବ୍ୟକ୍ତିମାନେ ସଫଳ ହେବେ ଏବଂ ସାହସ ବୃଦ୍ଧି ପାଇବ ।

ଶୁଭ ରଙ୍ଗ : ନୀଳ ଓ କ୍ରୀମ୍ ।

କୁମ୍ଭ : ଦଶମ ଚନ୍ଦ୍ର ଯୋଗୁ ଚାକିରୀ କ୍ଷେତ୍ରରେ ପଦୋନ୍ନତି ଯୋଗ, ବ୍ୟବସାୟରେ ସଫଳତା, ଅଟକି ରହିଥିବା କାର୍ଯ୍ୟ ସଫଳ ହେବ, ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, ପିତାମାତାଙ୍କ ସହଯୋଗ ମିଳିବ, ମାନସିକ ଶାନ୍ତି, ଶାରୀରିକ ସ୍ଫୁର୍ତ୍ତି ଅନୁଭବ କରିବେ । ଧନିଷ୍ଠା, ଶତଭିଷା ଓ ପୂର୍ବଭାଦ୍ର ନକ୍ଷତ୍ରର ବ୍ୟକ୍ତିମାନେ ଅତ୍ୟନ୍ତ ଭାଗ୍ୟଶାଳୀ ।

ଶୁଭ ରଙ୍ଗ : ନୀଳ ଓ କ୍ରିମ୍ ।

ମୀନ : ନବମ ଚନ୍ଦ୍ର ଯୋଗୁ ଯାତ୍ରା କରିପାରନ୍ତି, ଚାକିରୀ କ୍ଷେତ୍ରରେ ସଫଳତା ପ୍ରାପ୍ତି, ବ୍ୟବସାୟରେ ଲାଭ ମିଳିବ, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ, ଦେବ ଦର୍ଶନ, ମନ ପ୍ରସନ୍ନ ରହିବ କିନ୍ତୁ ପୁତ୍ର ପାଇଁ ସାମାନ୍ୟ ଚିନ୍ତା ଆସିପାରେ, ରୋଗମୁକ୍ତ ହେବେ । ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ, ରେବତୀ ନକ୍ଷତ୍ରର ବ୍ୟକ୍ତିମାନେ ଧୈର୍ଯ୍ୟ ରଖିବେ ।

ଶୁଭ ରଙ୍ଗ : ଗେରୁଆ ଓ ହଳଦିଆ ।

ଜ୍ୟୋତିର୍ବିଦ୍ : ଅନାମିକା,

ଯୋଗାଯୋଗ : ୯୭୭୭୭୧୧୭୩୩