PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବଲିଉଡର ଏହି ଅଭିନେତ୍ରୀ ଦେଇଛନ୍ତି ସବୁଠାରୁ ଅଧିକ ରେପ୍ ସିନ୍,ମାତ୍ର ୨୭ ବର୍ଷରେ ହୋଇଥିଲା ମୃତ୍ୟୁ

ଫିଲ୍ମ ଇଣ୍ଡଷ୍ଟ୍ରୀରେ ଛୋଟ କଳାକାରଙ୍କୁ କାମ ମିଳିବା ଏତେ ସହଜ କଥା ନୁହେଁ। ସୁପରଷ୍ଟାର ହେବା ପୂର୍ବରୁ ଛୋଟ କଳାକାରମାନେ ସବୁବେଳେ କୌଣସି ନା କୌଣସି ପ୍ରକାର ସିନ୍ କରିବାକୁ ପ୍ରସ୍ତୁତ ରହିଥାନ୍ତି। ସବୁ ଛୋଟ କଳାକାରଙ୍କୁ କାମ ନମିଳିବାର ଭୟ ମଧ୍ୟ ରହିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି କାମ ନମିଳିବା ଭୟରେ ଫିଲ୍ମରେ ସବୁଠାରୁ ଅଧିକ ରେପ୍ ସିନ୍ ଦେଇଥିଲେ। ଏହି ଅଭିନେତ୍ରୀ ଜଣଙ୍କର ନାଁ ହେଉଛି ନାଜିମା। ସେ ୬୦ ଓ ୭୦ ଦଶକରେ ବଲିଉଡ ଫିଲ୍ମରେ କାମ କରୁଥିଲେ। ନାଜିମା ସବୁଠୁ ଅଧିକ ଫିଲ୍ମରେ ରେପ୍ ସିନ୍ ଦେଇ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କୁ ‘ବେଇମାନ’ ଫିଲ୍ମ ପାଇଁ ୧୯୭୨ରେ ସର୍ପୋଟିଂ ଆକଟ୍ରେସ ଭାବରେ ଫିଲ୍ମଫେୟାର ପାଇଁ ନୋମିନେଟ୍ କରାଯାଇଥିଲା।

ରିପୋର୍ଟ ଅନୁସାରେ, ନାଜିମାଙ୍କ ଇନୋସେଣ୍ଟ ଲୁକ୍ସ ପାଇଁ ଡାଇରେକ୍ଟର ତାଙ୍କୁ ଫିଲ୍ମର ଲିଡ୍ ରୋଲ ଦେଉନଥିଲେ। ତାଙ୍କୁ ଅଧିକାଂଶ ହିରୋ-ହିରୋଇନଙ୍କ ସାନ ଭଉଣୀ ଭୂମିକାରେ ଅଭିନୟ କରିବାକୁ ପଡୁଥିଲା। ପୁରୁଣା ଫିଲ୍ମରେ ଅଧିକାଂଶ ହିରୋ-ହିରୋଇନଙ୍କ ସାନ ଭଉଣୀଙ୍କ ଉପରେ ରେପ୍ ସିନ୍ ହେଉଥିଲା, ତେଣୁ ନାଜିମାଙ୍କ ଭାଗ୍ୟରେ ଏହି ସବୁ ସିନ୍ ପଡିଥିଲା।

ଲିଡ୍ ରୋଲରେ ନାଜିମା କେବଳ ଗୋଟିଏ ଫିଲ୍ମ ‘ଦୟାର-ଏ-ମଦିନା’ରେ କାମ କରିଥିଲେ। ନାଜିମା ଫିଲ୍ମରେ ଛୋଟ ଭଉଣୀ ରୋଲ କେବଳ ଏଥିପାଇଁ କରୁଥିଲେ, କାରଣ ତାଙ୍କୁ ଭୟ ଥିଲା ତାଙ୍କୁ କାମ ମିଳିବା ବନ୍ଦ ହୋଇନଯାଉ। ଏକ ଇଣ୍ଟରଭ୍ୟୁରେ ମଧ୍ୟ ନାଜିମା ନିଜେ କହିଥିଲେ, ମୁଁ ନିଜେ ଜାଣିନି ଡାଇରେକ୍ଟରମାନେ ମୋତେ ଲିଡ୍ ରୋଲ କାହିଁକି ଦିଅନ୍ତି ନାହିଁ। ମୁଁ ଗୋଟିଏ ପରେ ଗୋଟିଏ ଫିଲ୍ମ କେବଳ ଏହି ଆଶାରେ କରିଯାଉଛି।’ ତେବେ ସବୁଠାରୁ ଦୁଃଖର କଥା ହେଉଛି ନାଜିମା ମାତ୍ର ୨୭ ବର୍ଷ ବୟସରେ କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ତାଙ୍କର ଶେଷ ଫିଲ୍ମ ‘ରଙ୍ଗ ଖୁସ’ ଥିଲା, ଯାହାକି ୧୯୭୫ରେ ରିଲିଜ ହୋଇଥିଲା। ଏହାଛଡା ତାଙ୍କର ‘ସନ୍ୟାସୀ’ ଓ ‘ଦୟାର-ଏ-ମଦିନା‘ ଭଳି ମଧ୍ୟ ଫିଲ୍ମ ରହିଛି।