PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଇଡା ବ୍ଲକର ଫଟାଟାଙ୍ଗର ଆଶ୍ରମ ଛାତ୍ରୀ ନିବାସରେ ଖାଦ୍ୟ ଖାଇ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ
  • ||
  • ୫ମ ଟେଷ୍ଟ: ଜୋ ରୁଟ୍‌ ଏବଂ ଜନି ବୈୟାରିଷ୍ଟୋଙ୍କ ଶତକୀୟ ଇନିଂସ, ଭାରତକୁ ୭ ଓ୍ବିକେଟରେ ହରାଇ ସିରିଜ ବରାବର୍‌ କଲା ଇଂଲଣ୍ଡ
  • ||
  • ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ଭୁବନେଶ୍ବର ସ୍ଥିତ ଆଚାର୍ଯ୍ୟବିହାର ନିକଟ ଏକ ଭଡାଘରୁ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା, ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ
  • ||
  • ପଟ୍ଟାମୁଣ୍ଡାଇ : ମୋବାଇଲ୍ ଗେମ୍ ହେଲା କାଳ, ଅନଲାଇନ୍ ଗେମ୍ ଖେଳି ୧୦ ହଜାର ଟଙ୍କା ହାରିଯିବାରୁ ଆତ୍ମହତ୍ୟା କଲେ ଯୁବକ
  • ||
  • ସମ୍ଵଲପୁର : ବାଇକ୍‌କୁ ଧକ୍କା ଦେଲା ଅଜଣା ଟ୍ରକ୍, ୨ ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର : ରାଜ୍ୟରେ ନିର୍ମାଣ ହେବ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ, ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୯ କୋଟି ୩୬ ଲକ୍ଷ ମଞ୍ଜୁର
  • ||
  • କୋରାପୁଟ : ପୋଲିସ ପଞ୍ଝାରେ ଦୁଇ ନକଲି ମାଓବାଦୀ, ବ୍ୟବସାୟୀଙ୍କୁ ହତ୍ୟା ଧମକ ଦେଇ ମାଗୁଥିଲେ ୫ ଲକ୍ଷ
  • ||
  • ଝାରସୁଗୁଡା : ଜଙ୍ଗଲ ଭିତରୁ ବାପା ଓ ଝିଅ-ପୁଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଲମତାପୁଟ: କମାଣ୍ଡର ଜିପ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ପୁରୀ: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗି ରାଗ ଶୁଝାଇବେ ଅଭିମାନିନୀ ମା’ ଲକ୍ଷ୍ମୀ ସାଆନ୍ତାଣୀ
  • ||
  • ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଲଘୁଚାପ ବଳୟ ସୃଷ୍ଟି, ୪ ଦିନ ପ୍ରବଳ ବର୍ଷା: ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||

ସ୍ବାମୀଙ୍କୁ ଛାଡପତ୍ର ଦେଇ ଏହି ଅଭିନେତ୍ରୀ ଏବେ ରହୁଛନ୍ତି ନିଜ ବୟଫ୍ରେଣ୍ଡଙ୍କ ସହ

ପ୍ରେମ, ବିବାହ, ବିଚ୍ଛେଦ ବର୍ତ୍ତମାନ ସମୟରେ ଯେପରି ଏକ ସାଧାରଣ ଘଟଣା ପାଲଟିଯାଇଛି। ସାଧାରଣ ଲୋକଙ୍କ ଅପେକ୍ଷା ସେଲିବ୍ରିଟିଙ୍କର ପ୍ରେମ ସମ୍ପର୍କ ଏବଂ ବିହାହ-ବିଚ୍ଛେଦ ସବୁକିଛି ଖୁବ୍ ଚର୍ଚ୍ଚାରେ ରହିଥାଏ। ତେବେ ଆମେ ଆପଣଙ୍କୁ ଟିଭି ଜଗତର ଏଭଳି ଜଣେ ଖାସ୍ ଅଭିନେତ୍ରୀଙ୍କ ସମ୍ପର୍କରେ କହିବାକୁ ଯାଉଛୁ, ଯିଏକି ଖୁବ୍ ହଟ୍ ଏବଂ ନିଜର ଓ୍ବାର୍କିଂ ଲାଇଫ ଅପେକ୍ଷା ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ଜୀବନ ସମ୍ପର୍କିତ ଜରୁରୀ କଥା।ଆମେ କଥା ହେଉଛେ ଟିଭି ଅଭିନେତ୍ରୀ ଜେନିଫର ଓ୍ବିଙ୍ଗେଟଙ୍କ ସମ୍ପର୍କରେ।

ଜେନିଫର ୨୦୧୨ରେ ଟିଭି ଅଭିନେତା କରନ ସିଂହ ​‌ଗ୍ରୋଭରଙ୍କୁ ବିବାହ କରିଥିଲେ।  କରନଙ୍କୁ ଜେନିଫର ବିବାହ କରିଥିବା କଥା ଶୁଣିବା ପରେ ତାଙ୍କ ଫ୍ୟାନମାନେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ କରନ୍ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ସେ ଜେନିଫରଙ୍କୁ ବିବାହ କରିଥିଲେ। ତେବେ ବିବାହର ୪ ବର୍ଷ ପରେ ଦୁହିଁଙ୍କର ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ୍। କାରଣ କରନ୍ ଏବେ ବଲିଉଡର ବ୍ଲାକ ବିଉଟି ବିପାଶା ବସୁଙ୍କ ପ୍ରେମରେ ହୋଇଯାଇଥିଲେ ପାଗଳ। ତାଙ୍କୁ ବିବାହ କରିବାକୁ ମଧ୍ୟ ସ୍ଥିର କରିନେଇଥିଲେ। ଏହି କଥା ଶୁଣିବା ପରେ ଜେନିଫର ଖୁବ୍ ଭାଙ୍ଗିପଡିଥିଲେ। ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ସେ ଲାଇମଲାଇଟ୍ ଠାରୁ ଦୂରେଇ ଯାଇଥିଲେ। ଜେନିଫରଙ୍କୁ ଛାଡପତ୍ର ଦେଇ କରନ୍ ବିବାହ କରିଥିଲେ ବିପାଶାଙ୍କୁ।

କରନ ସିଂହ ଗ୍ରୋଭରଙ୍କୁ ଛାଡପତ୍ର ଦେବାପରେ ଏବେ ଜେନିଫରଙ୍କ ଜୀବନରେ ପୁଣିଥରେ ଫୁଟିଛି ପ୍ରେମର ଫୁଲ। ହଁ ଜେନିଫର ଏବେ ହର୍ଷଦ ଚୋପ୍ରାଙ୍କୁ ଡେଟିଂ କରୁଛନ୍ତି। ଶୁଣିବାକୁ ମିଳୁଛି ଯେ, ଦୁହେଁ ଖୁବ୍ ଶୀଘ୍ର ବିବାହ କରିପାରନ୍ତି। ଏହି ଦୁହିଁଙ୍କୁ ବହୁତ ସମୟ ଏକାଠି ବିତାଉଥିବାର ଦେଖିବାକୁ ମିଳୁଛି। ଏପରିକି ଲୋକେ ମଧ୍ୟ ଦୁହିଁଙ୍କ ଯୋଡିକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରୁଛନ୍ତି ଓ ବିବାହର ଅପେକ୍ଷାରେ ଅଛନ୍ତି।

ଜେନିଫର ଟେଲି ଦୁନିଆର ବହୁତ କ୍ୟୁଟ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ। ସେ ଅନେକ ଗୁଡିଏ ହିଟ୍ ସିରିୟଲରେ କାମ କରିସାରିଛନ୍ତି। ପ୍ରେମ ସମ୍ପର୍କ ଏବଂ ବିବାହ ଭାଙ୍ଗିବା ପରେ ଦର୍ଶକ ଭାବିଥିଲେ ଏଥର ସେ ପୁଣିଥରେ କମ ବ୍ୟାକ୍ କରିବା ସମ୍ଭବ ନୁହେଁ। କିନ୍ତୁ ସେ ଏହାକୁ ଭୁଲ ପ୍ରମାଣ କରି ସୋନି ଟିଭିରେ ପ୍ରସାରିତ ‘ବେହଦ’ ସିରିୟଲରେ ଖୁବ୍ ସୁନ୍ଦର ଅଭିନୟ କରିଥିଲେ ମାୟା ଭୂମିକାରେ। ଏହାପରେ କଲର୍ସ ଟିଭିରେ ପ୍ରସାରିତ ‘ବେପନାହ’ ସିରିୟଲରେ ତାଙ୍କୁ ଜୋୟା ଭୂମିକାରେ ଦର୍ଶକ ଖୁବ୍ ପସନ୍ଦ କରିଥିଲେ।