PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ନିଜକୁ ବିବାହ କଲେ ଏହି ଅଭିନେତ୍ରୀ, ଫଟୋ ସେୟାର କରି ଲେଖିଲେ ଏମିତି କିଛି

ନୂଆଦିଲ୍ଲୀ ୧୮/୦୮: ବିବାହ ଓ ପ୍ରେମ ସମ୍ପର୍କକୁ ନେଇ ଲୋକଙ୍କ ଚିନ୍ତାଧାରା ଏବେ ବଦଳୁଛି । ଆଧୁନିକ ସମାଜରେ ଅନେକ ମହିଳା ଏକାକୀ ଜୀବନ  ବିତାଇବାକୁ ପସନ୍ଦ କରୁଛନ୍ତି । ଟିଭି ଧାରାବାହିକ ‘ଦୀୟା ଔର ବାତୀ  ହମ୍‌’ ଅଭିନେତ୍ରୀ କନିଷ୍କା ସୋନି ଠିକ୍‌ ସେମିତି ଚିନ୍ତାଧାରା ରଖନ୍ତି । ସେଥିପାଇଁ ସେ ନିଜକୁ ବିବାହ କରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । କନିଷ୍କା ନିଜର ଏକ ଫଟୋ ସେୟାର କରିଛନ୍ତି । ଏଥିରେ ସେ  ମଥାରେ ସିନ୍ଦୂର ଲଗାଇଛନ୍ତି ଏବଂ ଗଳାରେ ମଙ୍ଗଳସୂତ୍ର ପିନ୍ଧିଛନ୍ତି ।  ଫଟୋ ସହ ସେ ଯାହା କ୍ୟାପ୍‌ସନ ଲେଖିଛନ୍ତି, ତାହା ଦେଖି ଲୋକେ ଚକିତ ହେଉଛନ୍ତି ।

ସିନ୍ଦୂର ଓ ମଙ୍ଗଳସୂତ୍ର ପିନ୍ଧିଥିବା ଫଟୋ ସେୟାର କରି କନିଷ୍କା ଲେଖିଛନ୍ତି ‘ମୁଁ ନିଜକୁ ହିଁ ବିବାହ କରିଛି ।  ମୁଁ ମୋର ସମସ୍ତ ସ୍ୱପ୍ନ ନିଜେ ପୂରଣ କରିଛି । ଯେଉଁ ବ୍ୟକ୍ତିକୁ ମୁଁ  ଭଲପାଏ, ସେ ମୁଁ ନିଜେ । ମୋତେ କୌଣସି ପୁରୁଷର ଆବଶ୍ୟକତା  ନାହିଁ । ମୁଁ ମୋର ଗିଟାର୍‌ ସହିତ ସର୍ବଦା ଏକାକୀ ଓ ଏକାନ୍ତରେ  ଖୁସି ଅଛି । ମୁଁ ଦେବୀ, ମୁଁ ମଜବୁତ ଓ ଶକ୍ତିଶାଳୀ । ଶିବ ଓ ଶକ୍ତି  ସବୁ କିଛି ମୋ ଭିତରେ ଅଛି । ଧନ୍ୟବାଦ ।’

କନିଷ୍କାଙ୍କର ଏହି  ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସବୁଠି  ତାଙ୍କରି ଚର୍ଚ୍ଚା । ଫ୍ୟାନ୍‌ ତାଙ୍କ ଫଟୋ ଉପରେ ପ୍ରତିକ୍ରିୟା ଦେଇ  ତାଙ୍କ ନିଷ୍ପତ୍ତିକୁ ସାହସିକତା ବୋଲି କହୁଛନ୍ତି । ବାସ୍ତବରେ ସେ  ଖୁବ୍‌ ବୋଲ୍ଡ ପଦକ୍ଷେପ ନେଇଛନ୍ତି । କନିଷ୍କା କହନ୍ତି, ରୋମାଞ୍ଚକର  କାର୍ଯ୍ୟକଳାପ ମୋର ଖୁବ୍‌ ପସନ୍ଦ । ନିଜ ପସନ୍ଦର କାମ କରି ନିଜ  ଦିନକୁ ସ୍ମରଣୀୟ କରିବାକୁ ମୁଁ ଚାହେଁ । କନିଷ୍କା ‘ଦୀୟା ଔର ବାତୀ  ହମ୍‌’, ‘ପବିତ୍ର ରିଶ୍‌ତା’ ଓ ‘ଦେବୀ ଆଦି ପରାଶକ୍ତି’ ଭଳି ଅନେକ  ହିଟ୍‌ ଧାରାବାହିକରେ କାମ କରିଛନ୍ତି । ସେ ଏବେ ହଲିଉଡ୍‌ରେ  ଏଣ୍ଟ୍ରି କରିବାକୁ ଯାଉଛନ୍ତି । ସେଥିପାଇଁ ସେ ଟିଭି ଇଣ୍ଡଷ୍ଟ୍ରି ଛାଡ଼ିଛନ୍ତି ।