PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଆପଣଙ୍କ ଫୋନର ପୁରା ଡାଟା ଚୋରାଇ ନେଉଛି ଏହି ବିପଦଜନକ ଭାଇରସ୍

ନୂଆଦିଲ୍ଲୀ,୨୭।୭: ନିକଟରେ ଆଣ୍ଟିଭାଇରସ ତିଆରି କରୁଥିବା କମ୍ପାନୀ କ୍ୟାସପରସ୍କାଏର ଏକ ରିପୋର୍ଟରୁ ଜଣାପଡିଛି ଯେ, ଭାରତରେ ମାଲଓ୍ବେୟାର ଆକ୍ରମଣ  ଗତ ବର୍ଷ ତୁଳନାରେ ୬୦ ପ୍ରତିଶତ ବଢିଯାଇଛି। ମାଲଓ୍ବେୟାର ଯାହାକି ଏକ ହାନିକାରକ କମ୍ପ୍ୟୁଟର ପୋଗ୍ରାମ ହୋଇଥାଏ ଓ ହ୍ୟାକରଙ୍କ ଦ୍ବାରା ଏହାର ବ୍ୟବହାର ଆପଣଙ୍କ ଲାପଟପ୍ କିମ୍ବା କମ୍ପ୍ୟୁଟରରୁ ଡାଟା ଚୋରି କରିବାର କାମ କରିଥାଏ। ଯେପରିକି ଆପଣଙ୍କ ଦ୍ବାରା ଅନଲାଇନ୍ ଲେଣଦେଣର ସୂଚନା ଏଠାରେ ଆପଣଙ୍କ କ୍ରେଡିଟ କାର୍ଡ କିମ୍ବା ଡେବିଟ୍ କାର୍ଡର ଡିଟେଲ୍ସ।

ଏବେ ନିକଟରେ ମୋବାଇଲ ସିକ୍ୟୁରିଟି ଫର୍ମ ଏପରି ଏକ ଆଣ୍ଡ୍ରଏଡ ମାଲଓ୍ବେୟାରର ସନ୍ଧାନ କରିଛି। ଯାହାକୁ ଆମେ ଭାଇରସ କହିପାରିବା ଓ ଏହାର ନାମ ମୋନୋକେଲ ମାଲଓ୍ବେୟାର( Monokle Malware)। ଏହି ମାଲଓ୍ବେୟର ଆପଣଙ୍କ ଫୋନରେ ଆସିବା ମାତ୍ରେ ଫୋନକୁ ସ୍କାନ କରିଦେଇଥାଏ। ଯଦି ଆପଣଙ୍କ ଫଟୋ, ଭିଡିଓ ଆପଣଙ୍କ ସବୁ ଆପ୍ଲିକେସନ ଯେଉଁଥିରେ ଆପଣଙ୍କ ବ୍ୟାଙ୍କ ଡିଟେଲ୍ସ ସେଭ ରହିଛି ତାକୁ ହ୍ୟାକ୍ କରିଥାଏ।

ସିକ୍ୟୁରିଟି ଫର୍ମର କହିବା ଅନୁସାରେ ମୋନୋକେଲ ମାଲଓ୍ବେୟାର ନାମକ ଏହି ଭାଇରସକୁ ଋଷର ହ୍ୟାକରମାନେ ତିଆରି କରିଛନ୍ତି। ସବୁଠାରୁ ମଜାଦାର କଥା ହେଉଛି ମୋନୋକେଲ ମାଲଓ୍ବେୟାର କେବଳ ଭାଇରସ ନୁହେଁ ବଂର କଷ୍ଟମ ଆଣ୍ଡ୍ରଏଡ ସିର୍ଭିଲାନ୍ସଓ୍ବେର ଟୁଲ। ମୋବାଇଲ ସିକ୍ୟୁରିଟି ଫର୍ମ କହିଛି ଯେ, ମୋନୋକେଲ କୁ ୨୦୧୮ରେ ସନ୍ଧାନ କରାଯାଇଥିଲା। ଏହାକୁ ଋଣ ହ୍ୟାକରମାନେ ତିଆରି କରିଥିଲେ, ଯାହାର ବ୍ୟବହାର ୨୦୧୬ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ବେଳେ ବ୍ୟବହାର କରାଯାଇଥିଲା।

ମୋନୋକେଲ ଭାଇରସର ବ୍ୟବହାର ଲୋକଙ୍କ ଉପରେ ନଜର ରଖିବା ପାଇଁ କରାଯାଉଥିଲା। ରିସର୍ଚ୍ଚଚରଙ୍କ କହିବା ଅନୁସାରେ ମୋନୋକେଲ ଭାଇରସ ରିମୋଟ ଆକ୍ସେସ ଟ୍ରୋଜନ ଫଶନେଲଟି ଓ ସ୍ପେସିଫିକେସନ୍ ସାର୍ଟିଫିକେଟ୍ ଇନଷ୍ଟଲ କରି ୟୁଜ କରି ୟୁଜରଙ୍କ ଡାଟା ଆକ୍ସେସ କରିଥାଏ। ରିସର୍ଚରୁ ଜଣାପଡିଛି ଯେ, ଏପର୍ଯ୍ୟନ୍ତ ଏହି ପ୍ରକାର ଭାଇରସ୍ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ଓ ଏହା ବହୁତ ବିପଦଜନକ।