ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପତଞ୍ଜଳି ଫୁଡ୍‌ସରେ ଏହି ସରକାରୀ କମ୍ପାନୀ ବଢାଇଲା ନିଜର ଅଂଶଧନ , କିଣିଲା ୧.୨୫ ଲକ୍ଷର ସେୟାର

Published By : Prameya | November 26, 2024 9:47 PM

ନୂଆଦିଲ୍ଲୀ : ସରକାରୀ ବୀମା କମ୍ପାନୀ ଏଲଆଇସି ବାବା ରାମଦେବଙ୍କ ନେତୃତ୍ୱାଧିନ କମ୍ପାନୀ ପତଞ୍ଜଳୀ ଫୁଡ୍ସରେ ନିଜର ଅଂଶଧନ ବୃଦ୍ଧି କରିଛି। କମ୍ପାନୀ ଖୋଲା ବଜାରରୁ ଏହି କ୍ରୟ କରିଛି। ଉକ୍ତ ନିବେଶ ପରେ ଏବେ ଏଲଆଇସିର ପତଞ୍ଜଳି ଫୁଡ୍‌ସରେ ମୋଟ୍‌ ସେୟାର ୪.୯୮୬ ପ୍ରତିଶତରୁ ବଢି ୫.୦୨ ପ୍ରତିଶତ ହୋଇ ଯାଇଛି। 

ଏଲଆଇସି ରେଗୁଲେଟରୀକୁ ଦେଇଥିବା ସୂଚନାରେ କହିଛି ଯେ, ପତଞ୍ଜଳି ଫୁଡ୍ସରେ ସେ ନିଜର ସେୟାର ୧,୮୦,୪୮,୩୭୭ ସେୟାରୁ ବୃଦ୍ଧି ପାଇ ୧,୮୧,୭୩,୩୭୭ ସେୟାର ଯାଏ କରିଛି। ଯାହାକି ୫.୦୨୦ ପ୍ରତିଶତ ସହ ସମାନ। କହି ରଖୁଛୁ କି, ଏଲଆଇସି ଓପେନ ମାର୍କେଟ୍‌ରେ ୧୭୬୪.୯୬ ଟଙ୍କା ପ୍ରତି ସେୟାର ହିସାବରେ ୧,୨୫,୦୦୦ ସେୟାର କିଣିଛି। ଏହି କ୍ରୟ ପରେ ଏଲଆଇସି ପାଖରେ ଏବେ ପତଞ୍ଜଳି ଫୁଡ୍ସର ୧,୮୧,୭୩,୩୭୭ ସେୟାର ହୋଇ ଯାଇଛି। 

ପତଞ୍ଜଳି ଫୁଡ୍ସର ନେଟ୍‌ ପ୍ରଫିଟ୍‌ ଦ୍ୱିତୀୟ ତ୍ରୟମାସିକରେ ୩୦୯ କୋଟି ଟଙ୍କା ରହିଛି। ବାର୍ଷିକ ଆଧାରରେ କମ୍ପାନୀର ନେଟ୍‌ ପ୍ରଫିଟ୍‌ରେ ୨୧,୪୦ ପ୍ରତିଶତର ବୃଦ୍ଧି ହୋଇଛି। କହି ରଖୁଛୁ କି, ଗତ ବର୍ଷ ଏହି ତ୍ରୟମାସିକରେ କମ୍ପାନୀର ନେଟ୍‌ ପ୍ରଫିଟ୍‌ ୨୫୪.୫୦ କୋଟି ଟଙ୍କା ରହିଥିଲା। 

ଜୁଲାଇରୁ ସେପ୍ଟେମ୍ୱର ବେଳେ ପତଞ୍ଜଳ ଫୁଡ୍ସର ରେଭନ୍ୟୁ ୮୧୫୪.୨୦ କୋଟି ଟଙ୍କା ରହିଛି। କମ୍ପାନୀର ରେଭନ୍ୟୁ ବାର୍ଷିକ ଆଧାରରେ ୪.୨ ପ୍ରତିଶତ ବଢିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.