ନୂଆଦିଲ୍ଲୀ,୨୯/୦୩; ୧୩୨ତମ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତରେ ସମ୍ବେଧାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ଏକଜୁଟ୍ ହେବାକୁ ଅପିଲ୍ କରିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଲୋକଙ୍କୁ ଏକଜୁଟ୍ ହୋଇ ରହି ସଙ୍କଟରୁ ବାହାରକୁ ବାହାରିବାକୁ ପଡ଼ିବ । ଏଭଳି ପ୍ରସଙ୍ଗରେ ରାଜନୀତି ନ କରି ମିଶିକି କାମ କରିବାକୁ ହେବ । କୌଣସି ଗୁଜବ ଉପରେ ବିଶ୍ବାସ କରନ୍ତୁ ନାହିଁ । କେବଳ ସରକାରୀ ତଥ୍ୟ ଉପରେ ବିଶ୍ବାସ କରନ୍ତୁ । ଭୀଷଣ ଯୁଦ୍ଧ ଯୋଗୁଁ ବର୍ତ୍ତମାନର ସମୟ ଅତ୍ୟନ୍ତ ଚ୍ୟାଲେଞ୍ଜ ଏଥିରେ କୌଣସି ସନ୍ଦେହ ନାହିଁ । ମୁଁ ନିଶ୍ଚିତ ଯେ ଆମେ ସବୁବେଳେ ଦେଶର ୧୪୦ କୋଟି ନାଗରିକଙ୍କ ସାମୂହିକ ଶକ୍ତି ମାଧ୍ୟମରେ ଅତୀତର ସଙ୍କଟକୁ ଦୂର କରିଆସିଛୁ, ଏଥର ମଧ୍ୟ ଆମେ ଏହି କଠିନ ପରିସ୍ଥିତିକୁ ବଡ଼ ସଫଳତାର ସହିତ ଦୂର କରିବୁ। କରୋନା ସମୟରେ ସଙ୍କଟରୁ ବାହିଥିଲୁ ଏଥିରୁ ବି ମୁକୁଳିବୁ ବୋଲି ମନ୍ କି ବାତରେ ସମ୍ବୋଧନ କହିଛନ୍ତି ପ୍ରଧାନମନ୍ତ୍ରୀ ।
'ମାର୍ଚ୍ଚ ମାସ ଅତ୍ୟନ୍ତ ଅଶାନ୍ତ'- ପଶ୍ଚିମ ଏସିଆ ଯୁଦ୍ଧ ସଙ୍କଟକୁ ନେଇ ମନ୍ କି ବାତରେ ପ୍ରଧାନମନ୍ତ୍ରୀ କହିଛନ୍ତି,''ଯେଉଁମାନେ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ସେମାନେ ଏହା କରିବା ଉଚିତ୍ ନୁହେଁ । ଏହା ୧୪୦ କୋଟି ନାଗରିକଙ୍କ ସ୍ୱାର୍ଥ ସହିତ ଜଡିତ ଏକ ପ୍ରସଙ୍ଗ । ଏଥିରେ ସ୍ୱାର୍ଥପର ରାଜନୀତିର କୌଣସି ସ୍ଥାନ ନାହିଁ। ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନେ ଦେଶକୁ ବହୁତ କ୍ଷତି ପହଞ୍ଚାଉଛନ୍ତି । ମୁଁ ସମସ୍ତ ଦେଶବାସୀଙ୍କୁ ସଚେତନ ରହିବା ଏବଂ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ନିବେଦନ କରୁଛି । ସରକାର ନିରନ୍ତର ସୂଚନା ପ୍ରଦାନ କରୁଛନ୍ତି । ଏଥିରେ ବିଶ୍ୱାସ କରନ୍ତୁ ଏବଂ କେବଳ ଏହା ଉପରେ ଆଧାରିତ ପଦକ୍ଷେପ ନିଅନ୍ତୁ । ଭାରତ ଏହାର ବିଶ୍ୱ ସମ୍ପର୍କ, ବିଭିନ୍ନ ଦେଶରୁ ସହାୟତା ଏବଂ ଗତ ଦଶନ୍ଧି ମଧ୍ୟରେ ଦେଶ ଯେଉଁ କ୍ଷମତା ସୃଷ୍ଟି କରିଛି ସେଥିପାଇଁ ଏହି ଚ୍ୟାଲେଞ୍ଜଗୁଡ଼ିକର ଦୃଢ଼ ମୁକାବିଲା କରୁଛି । ଏହା ନିସନ୍ଦେହ ଯେ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସ୍ଥିତି । ଆଜି, 'ମନ କି ବାତ' ମାଧ୍ୟମରେ, ମୁଁ ପୁଣି ଥରେ ଦେଶବାସୀଙ୍କୁ ଏକତ୍ରିତ ହୋଇ ଏହି ଚ୍ୟାଲେଞ୍ଜର ସାମ୍ନା କରିବାକୁ ଅନୁରୋଧ କରୁଛି ।''
During the 132nd episode of Mann Ki Baat, PM Modi says, "I am confident that just as we have always overcome past crises, through the collective strength of the country's 140 crore citizens, this time too, we will overcome these difficult circumstances with great success." pic.twitter.com/r8tcLJaLOy
— ANI (@ANI) March 29, 2026
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବର୍ତ୍ତମାନ, ଆମ ପଡ଼ୋଶୀରେ ଗତ ଏକ ମାସ ଧରି ଏକ ଭୟଙ୍କର ଯୁଦ୍ଧ ଚାଲିଛି । ଲକ୍ଷ ଲକ୍ଷ ପରିବାରର ସମ୍ପର୍କୀୟ ଉକ୍ତ ଦେଶରେ ବାସ କରନ୍ତି, ବିଶେଷକରି ଉପସାଗର ଅଞ୍ଚଳରେ କାମ କରୁଛନ୍ତି । ସେଠାରେ ୧ କୋଟିରୁ ଅଧିକ ଭାରତୀୟଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ପାଇଁ ମୁଁ ଉପସାଗର ଦେଶଗୁଡ଼ିକ ପ୍ରତି ବହୁତ କୃତଜ୍ଞ । ଯେଉଁ ଅଞ୍ଚଳରେ ଯୁଦ୍ଧ ଚାଲିଛି ତାହା ଆମର ଶକ୍ତି ଆବଶ୍ୟକତାର ଏକ ପ୍ରମୁଖ କେନ୍ଦ୍ର । ଏହି କାରଣରୁ, ସାରା ବିଶ୍ୱରେ ପେଟ୍ରୋଲ ଏବଂ ଡିଜେଲ ସଙ୍କଟ ସୃଷ୍ଟି ହେଉଛି । କିନ୍ତୁ ଭାରତ ତାର ସାମ୍ନା କରିଛି । ଏହି ମାର୍ଚ୍ଚ ମାସ ବିଶ୍ୱ ସ୍ତରରେ ଅତ୍ୟନ୍ତ ଘଟଣାପୂର୍ଣ୍ଣ ହୋଇଛି । ଅତୀତରେ, ସମଗ୍ର ବିଶ୍ୱ କୋଭିଡ ଯୋଗୁଁ ଦୀର୍ଘ ସମୟ ଧରି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲା । ଆମେ ସମସ୍ତେ ଆଶା କରିଥିଲୁ ଯେ, କୋଭିଡ ସଙ୍କଟରୁ ବାହାରିବା ପରେ, ବିଶ୍ୱ ଏକ ନୂତନ ଆରମ୍ଭ ସହିତ ପ୍ରଗତି ପଥରେ ଆଗକୁ ବଢ଼ିବ, କିନ୍ତୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଏବଂ ସଂଘର୍ଷର ପରିସ୍ଥିତି ଦେଖାଦେଇଛି । ସେଥିରୁ ବି ଭାରତ ମୁକୁଳିବ । "
ଖେଳାଳିଙ୍କୁ ପ୍ରଶଂସା- ମନ୍ କି ବାତ୍ରେ କ୍ରିକେଟର ସଫଳତା କଥା କହି ପ୍ରଧାନମନ୍ତ୍ରୀ କହିଛନ୍ତି, "ଗତ ମାସ ଶେଷରେ, କର୍ଣ୍ଣାଟକରରେ ଏକ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳିଥିଲା, ଯେଉଁଠାରେ ଜମ୍ମୁ ଏବଂ କାଶ୍ମୀର କ୍ରିକେଟ୍ ଦଳ ରଣଜୀ ଟ୍ରଫି ଜିତିଥିଲା । ସବୁଠାରୁ ସନ୍ତୋଷଜନକ ଦିଗ ହେଉଛି ଯେ ସାତ ଦଶନ୍ଧିର ଦୀର୍ଘ ଅପେକ୍ଷା ପରେ, ଏହି ଦଳ ପ୍ରଥମ ରଣଜୀ ଟ୍ରଫି ଟାଇଟଲ ଜିତିଥିଲା । ଏହି ଅଭୂତପୂର୍ବ ସଫଳତା ଖେଳାଳିମାନଙ୍କ ବର୍ଷ ବର୍ଷର ନିରନ୍ତର ପ୍ରୟାସର ପରିଣାମ। ଦଳର ଅଧିନାୟକ ପାରସ ଡୋଗ୍ରା ଅନୁକରଣୀୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଆଜି, ରଣଜୀ ସିଜିନରେ 60 ୱିକେଟ୍ ନେଇଥିବା ଯୁବ କାଶ୍ମୀରୀ ବୋଲର ଆକିବ ନବିଙ୍କ ପ୍ରଦର୍ଶନକୁ ନେଇ ସାରା ଦେଶରେ ଆଲୋଚନା ହେଉଛି । ସେହିପରିଚଳିତ ମାସ ସାରା ଦେଶର କ୍ରିକେଟ୍ ପ୍ରେମୀଙ୍କ ପାଇଁ ବହୁତ ଉତ୍ସାହଜନକ ହୋଇଛି । ଟି-୨୦ ବିଶ୍ୱକପରେ ଭାରତର ଐତିହାସିକ ବିଜୟ ଦେଶ ସାରା ଆନନ୍ଦ ଆଣିଦେଇଛି । ଆମ ଦଳର ଅନୁକରଣୀୟ ସଫଳତା ପାଇଁ ଆମେ ସମସ୍ତେ ଗର୍ବିତ। "
During the 132nd episode of Mann Ki Baat, PM Modi says, "This month of March has been very exciting for cricket fans from across the country. India's historic victory in the T20 World Cup brought joy across the country. We are all proud of our team's exemplary success." pic.twitter.com/lD8zZT4jx1
— ANI (@ANI) March 29, 2026
March 29, 2026— ANI (@ANI)During the 132nd episode of Mann Ki Baat, PM Modi says, "Last month end, an interesting match was witnessed in Karnataka's Hubballi, where Jammu and Kashmir's cricket team won the Ranji Trophy. The most gratifying aspect is that after a long wait of seven decades, this team won… pic.twitter.com/yS16WgJUYf