ଫ୍ରାନ୍ସର ଗବେଷକ ତିଆରି କଲେ ମେସିନ୍, ଯାହା ପ୍ଲାଷ୍ଟିକକୁ ପେଟ୍ରୋଲ ଓ ଡିଜେଲରେ କରୁଛି ପରିଣତ

ପ୍ୟାରିସ,୧୧।୩: ପ୍ଳାଷ୍ଟିକ୍ ଏଭଳି ଏକ ଜିନିଷ, ଯାହା ଲକ୍ଷ ଲକ୍ଷ ବର୍ଷ ଧରି ଶେଷ ହୋଇପାରିବ ନାହିଁ। ବିଶ୍ବର ପ୍ରତି ଦେଶରେ ପ୍ଲାଷ୍ଟିକର ବ୍ୟବହାର କମ୍ କରିବାକୁ ଆନ୍ଦୋଳନ ଚାଲିଚି। ସମୁଦ୍ରରୁ ଲକ୍ଷ ଲକ୍ଷ ଟନ ପ୍ଲାଷ୍ଟିକ୍ ବାହାର କରାଯାଉଚି। କାରଣ ଏହାଦ୍ବାରା ସମୁଦ୍ର ଏବଂ ଏହାଭିତରେ ରହୁଥିବା ଜଳଚର ପ୍ରାଣୀଙ୍କ ଜୀବନ ପ୍ରତି ବିପଦ ରହିଛି। ବିଶେଷଜ୍ଞମାନେ ଏହି ସମସ୍ୟାକୁ ଦୂର କରିବା ପାଇଁ ସବୁପ୍ରକାର ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ଏହି ଅନୁସନ୍ଧାନ ଭିତରେ ଫ୍ରେଞ୍ଚର ଜଣେ ଗବେଷକ ଏଭଳି ଏକ ମେସିନ୍ ଆବିଷ୍କାର କରିଛନ୍ତି ଯାହା ଏକ କିଲୋ ପ୍ଲାଷ୍ଟିକରୁ ଏକ ଲିଟର ପେଟ୍ରୋଲ ଓ ଡିଜେଲ ବାହାର କରିପାରେ।

ଫ୍ରାନ୍ସର ଗବେଷକ କ୍ରିଷ୍ଟୋଫର କ୍ରୋଷ୍ଟିସ୍ ତିଆରି କରିଥିବା ଏହି ମେସିସ୍ ପ୍ଳାଷ୍ଟିକକୁ ଏକ ତରଳ ଇନ୍ଧନ ଭାବରେ କରିବାରେ ସକ୍ଷମ ହୋଇଥାଏ। ଏହି ଇନ୍ଧନକୁ ’କ୍ରୀସାଲିସ୍’ କୁହାଯାଏ। ଏହି ପକ୍ରିୟାରେ ପ୍ଲାଷ୍ଟିକର ଛୋଟ ଛୋଟ ଖଣ୍ଡଗୁଡିକୁ ୪୫୦ ଡିଗ୍ରୀ ସେଲସିୟସରେ ଗରମ କରିବାକୁ ପଡିଥାଏ। ଏତେ ତାପରେ ସେମାନେ ଭିନ୍ନ ଭିନ୍ନ ହାଇଡ୍ରୋ କାର୍ବନରେ ବିଘଟିତ ହୋଇଯାଇଥାନ୍ତି ଯେ ଆହୁରି କାର୍ବନ ମିଳିଥାଏ।

source:https://aajtak.intoday.in
ପକ୍ରିୟାରେ ମେସିନ୍ ଏହି ପ୍ଲାଷ୍ଟିକରୁ ଏକ ତରଳ ପଦାର୍ଥ ବାହାର କରିଥାଏ, ଯେଉଁଥିରେ ୬୫ ପ୍ରତିଶତ ଡିଜେଲ ବାହାରିଥାଏ। ଏହାର ବ୍ୟବହାର ଜେନେରେଟର କିମ୍ବା ବୋଟର ମେସିନ ଚଲାଇବାରେ କାମରେ ଆସିଥାଏ। ଏହା ସହ ୧୦ ପ୍ରତିଶତ ଗ୍ୟାସ ବାହାରିଥାଏ। ଏହାର ବ୍ୟବହାର ହିଟିଙ୍ଗ ପାଇଁ କରାଯାଇପାରେ ଓ ଶେଷରେ ୭ ପ୍ରତିଶତ ବଞ୍ଚିଥିବା କାର୍ବନ ବାହାରିଥାଏ।

ଉଲ୍ଳେଖନୀୟ ଯେ ଏହି ପକ୍ରିୟାରେ ପାୟୋରୋଲିଜିଙ୍ଗ ଅର୍ଥାତ ପ୍ଳାଷ୍ଟିକର ଅଣୁକୁ ଭାଙ୍ଗି ଏହାକୁ ହାଲକା ହାଇଡ୍ରୋକାର୍ବନରେ ପରିବର୍ତ୍ତନ କରାଯାଏ। କ୍ରିଷ୍ଟୋଫର ଏହି କ୍ରିସାଲିସକୁ ବିକଶିତ କରିବା ପାଇଁ ପରିବେଶ ସଂଗଠନ ‘ଆର୍ଥ ଓ୍ବିକ’ ସହିତ କାମ କରିଥିଲେ। ଏହାର ମୂଲ୍ୟ ପ୍ରାୟ ୫୦ ହଜାର ୟୁରୋ। ଟିମର କହିବା ଅନୁସାରେ ଏବେ ଏହି ମେସିନ୍ ପ୍ରତି ମାସ ୧୦ ଟନ୍ ପ୍ଲାଷ୍ଟିକ୍କୁ ଇନ୍ଧନରେ ବଦଳିପାରେ। ଏହାଦ୍ବାରା ସମୁଦ୍ରକୁ ଫୋପଡା ଯାଉଥିବା ଲକ୍ଷ ଲକ୍ଷ ଟନର ପ୍ଲାଷ୍ଟିକ ଆବର୍ଜନା ସମସ୍ୟା ଦୂର ହୋଇପାରିବ। ଏହି ଟିମ୍ ଆଶା ରଖିଛି ୨୦୧୯ ମଧ୍ୟ ଭାଗ ବେଳକୁ ବଡ ସଂସ୍କରଣର ମେସିନ୍ ତିଆରି କରିପାରିବ। ଯାହାକି ପ୍ରତି ଘଣ୍ଟାରେ ୪୦ ଲିଟର ଇନ୍ଧନ ତିଆରି କରିବାରେ ସକ୍ଷମ ହେବ।