ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଲିଯାତ୍ରା ଇତିହାସରେ ପ୍ରଥମ ! ୮ ଦିନରେ ଚାଲିଗଲା ୫ ଜୀବନ, ହୃଦ୍‌ଘାତରେ ୪ ଜଣଙ୍କ ପ୍ରାଣହାନି

Published By : Prameya | November 24, 2024 10:43 AM

କଟକ,୨୪/୧୧: ଚଳିତବର୍ଷ  ବାଲିଯାତ୍ରାରେ ଏକାଧିକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାତ୍ରାର ୮ ଦିନ ଭିତରେ  ପଡ଼ିଆ ଭିତରେ ବିଭିନ୍ନ କାରଣରୁ ୫ ଜଣଙ୍କ  ଜୀବନ ଯାଇଛି । ଜଣେ ଛାତ୍ର ବିଦ୍ୟୁତ୍‌  ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ବେଳେ  ଅନ୍ୟ ୪ ଜଣଙ୍କର ହୃଦ୍‌ଘାତରେ ମୃତ୍ୟୁ  ଘଟିଥିବା ଅଭିଯୋଗ ହୋଇଛି । 

ବାଲିଯାତ୍ରା  ଇତିହାସରେ ଏହା ପ୍ରଥମ ବୋଲି କୁହାଯାଉଛି । ବାଲିଯାତ୍ରା ବୁଲିବାକୁ ଆସିଥିବା ଜଣେ  ଯୁବକଙ୍କର ଶୁକ୍ରବାର ଅକାଳ ମୃତ୍ୟୁ ଘଟିଥିଲା ।  ମୃତ ଯୁବକ ହେଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର  ବ୍ଲକ ତାରା ସିଂ ଥାନା ଅଧୀନ ଗାଲେରୀ ଗ୍ରାମର  ପ୍ରମୋଦ ନାଥ ସାହୁ (୧୮) । ସେ ବି.ଟେକ୍‌  ଛାତ୍ର । ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା  ଜଣାପଡ଼ିଛି । ଶୁକ୍ରବାର ମଧ୍ୟାହ୍ନରେ ପ୍ରମୋଦ  ତାଙ୍କର ୪ ଜଣ ସାଙ୍ଗଙ୍କ ସହ ବାଲିଯାତ୍ରା  ପଡ଼ିଆକୁ ଆସି ବୁଲାବୁଲି କରିଥିଲେ ।  ସାଙ୍ଗମାନେ ଏକାଠି ହୋଇ ବୋଇତ  ଗେଟ୍‌ ସମ୍ମୁଖରେ ସେଲ୍‌ଫି ନେଉଥିଲେ । ଏତିକିବେଳେ ପ୍ରମୋଦ ହଠାତ ଅସୁସ୍ଥ  ହୋଇ ତଳେ ପଡ଼ିଗଲେ । ସାଙ୍ଗମାନେ  ମୁହଁରେ ପାଣି ଛିଞ୍ଚିଲା ପରେ ବି ସେ ଉଠି ନ  ଥିଲେ । ଏହା ଦେଖି ନିକଟସ୍ଥ ଏଡ୍‌ପୋଷ୍ଟରୁ  ପୁଲିସ କର୍ମଚାରୀ ଆସି ତୁରନ୍ତ ଏସ୍‌ସିବି  ନେଇଯାଇଥିଲେ । ଡାକ୍ତର ସେଠାରେ ତାଙ୍କୁ  ମୃତ ଘୋଷଣା କରିଥିଲେ । ହୃଦ୍‌ଘାତରେ  ପ୍ରମୋଦଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ  ଆଶଙ୍କା କରୁଛନ୍ତି । ବ୍ୟବଚ୍ଛେଦ ପରେ  ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି ।  

ଏହା ପୂର୍ବରୁ ଗୁରୁବାର ରାତିରେ ଓର୍‌ମାସ୍‌  ଷ୍ଟଲ୍‌ରେ ପୁରୀ ଗୋପ ବ୍ଲକ ଅନ୍ତର୍ଗତ ଇଚ୍ଛାପୁର  ଗାଁର ୭୬ ବର୍ଷୀୟ ଘନଶ୍ୟାମ ବାରିକଙ୍କର ମୃତ୍ୟୁ ହୋଇଥିଲା । ଷ୍ଟଲ୍‌ ନମ୍ୱର ୨୦୬ରେ କାମ  କରୁଥିବା ବେଳେ ରାତି ପ୍ରାୟ ସାଢ଼େ ୧୦ଟାରେ  ସେ ତଳେ ପଡ଼ିଗଲେ । ଡାକ୍ତରଖାନାରେ ତାଙ୍କୁ  ମୃତ ଘୋଷଣା କରାଗଲା । ସେହିପରି ଶୁକ୍ରବାର  ସକାଳେ ବାଲିଯାତ୍ରା ପଡ଼ିଆର ବୋଇତ ଗେଟ  ନିକଟରେ ରିଂବନ୍ଧ କଡ଼ରୁ ଜଣେ ଦିବ୍ୟାଙ୍ଗ  ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା । ପାଖରେ  ଏକ ଟ୍ରାଇସାଇକେଲ ରହିଥିଲା । ତାଙ୍କ  ପରିଚୟ ମିଳିନି । 

ସେହିପରି ମଙ୍ଗଳବାର  ସନ୍ଧ୍ୟାରେ ଛତିଆ ସୋଲର ସ୍ଥିତ ଉଦାସ  ଆଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଯଜେ୍ଞଶ୍ୱରାନନ୍ଦ  ତଳ ପଡ଼ିଆରେ ଯଜ୍ଞାନୁଷ୍ଠାନ ଓ ମହାନଦୀ  ମହାଆଳତି ସାରିବା ପରେ କିଛି ଶିଷ୍ୟଙ୍କ  ସହ ଓରମାସ୍‌ ଷ୍ଟଲ୍‌ ବୁଲିବାକୁ ଯାଇଥିଲେ ।  ପରେ ଶିଶୁ ସୁରକ୍ଷା ଷ୍ଟଲ୍‌ରେ ବାଲ୍ୟ ବିବାହ  ବନ୍ଦ ସହ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ  ସଚେତନ କରିଥିଲେ । ପରେ ଛାତିରେ ଯନ୍ତ୍ରଣା  ହେବାରୁ ତାଙ୍କୁ ସିଡିଏ ସ୍ଥିତ ଏକ ହସ୍ପିଟାଲ୍‌କୁ  ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା  କରିଥିଲେ । ଯାତ୍ରା ଆରମ୍ଭ ହେବାର ମାତ୍ର ଦୁଇ  ଦିନ ପରେ ଅର୍ଥାତ୍‌ ରବିବାର ରାତିରେ ଜଣେ  ଛାତ୍ର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ  ପଡ଼ିଥିଲେ । ଜଗତସିଂହପୁର ଜିଲ୍ଲା ଜୟବଡ଼ର  ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ  କଟକର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ  ଯୁକ୍ତ ଦୁଇ ପଢୁଥିଲେ । ବିଶ୍ୱପ୍ରକାଶ କିଛି  ସାଙ୍ଗଙ୍କ ସହିତ ବାଲିଯାତ୍ରା ବୁଲିବାକୁ  ଆସିଥିଲେ । ରାତି ପ୍ରାୟ ସାଢ଼େ ୯ଟାରେ  ବିଶ୍ୱପ୍ରକାଶ ରିଂ ବନ୍ଧର ମଝି ବାଡ଼କୁ ଅତିକ୍ରମ  କଲା ବେଳେ ବିଜୁଳି ଲିଚୁ ତାର ସଂସ୍ପର୍ଶରେ  ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.