ପ୍ରମୂଖ ଖବର
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶହ ଶହ ଗୃହପାଳିତ ପଶୁଙ୍କ କ୍ଷୁଧା ମେଣ୍ଟାଇବ ମହାକୁମ୍ଭରୁ ସଂଗୃହୀତ ବଳକା ଖାଦ୍ୟ

Published By : Swapna Ray | February 17, 2025 3:45 PM

ନୂଆଦିଲ୍ଲୀ, ୧୭।୨: ମହାକୁମ୍ଭକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୫୦ରୁ ଅଧିକ ମାଗଣା ପ୍ରସାଦ ବ୍ୟବସ୍ଥାରହିଛି  । ଶ୍ରଦ୍ଧାଳୁ ଖାଇବା ପରେ ବହୁ ପରିମାଣର ଖାଦ୍ୟବଳିପଡ଼ୁଛି । ଏହି ବଳକା ଖାଦ୍ୟକୁ ଉପଯୋଗ କରିବାକୁ ଉପଯୋଗ କରିବାକୁ ନିଆରା ଉପାୟ ଆପଣାଯାଇଛି । ଏହି ଖାଦ୍ୟକୁ କୁମ୍ଭର ସଫେଇକର୍ମୀଙ୍କ ସମେତ ୧୦ ହଜାର ପରିବାର ସଂଗ୍ରହ କରୁଛନ୍ତି । ବଳକା ଖାଦ୍ୟକୁ ସେମାନେ ସାଙ୍ଗରେ ନେଉଛନ୍ତି । କୁମ୍ଭରୁ ଫେରିବାବେଳେ ସାଙ୍ଗରେ ନେବା ପାଇଁ ସେମାନେ ଏହି ବଳକା ଖାଦ୍ୟକୁ ଶୁଖାଇ ଏକତ୍ର କରୁଛନ୍ତି । ଏହି ବଳକା ଖାଦ୍ୟ ଶହ ଶହ ଗୃହପାଳିତ ପଶୁଙ୍କ କ୍ଷୁଧା ମେଣ୍ଟାଇବ । ୩ ମାସ ପର୍ଯ୍ୟନ୍ତ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଗଚ୍ଛିତ ରଖିବାକୁ ଯଥେଷ୍ଟ ଖାଦ୍ୟ ସଂଗ୍ରହ କରିବାକୁ ସଫେଇ କର୍ମୀମାନେ ଲକ୍ଷ୍ୟ ରଖିଛନ୍ତି । 

ମହାକୁମ୍ଭରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିହାରର ପ୍ରାୟ ୧୦ ହଜାର ପରିବାର ତମ୍ବୁରେ ରହୁଛନ୍ତି । ସେମାନେ ମେଳା ପରିସର ସଫା କରିବା ଏବଂ ଆଶ୍ରମ ଏବଂ ମଣ୍ଡପଗୁଡ଼ିକର ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାରେ ସାହାଯ୍ୟ କରୁଛନ୍ତି । ଏହି ଶ୍ରମିକମାନେ ବଳକା ଖାଦ୍ୟ ସଂଗ୍ରହ କରନ୍ତି, ଯାହାକୁ ସେମାନେ ସେମାନଙ୍କ ତମ୍ବୁକୁ ଫେରାଇ ଆଣନ୍ତି । ଏହି ଖାଦ୍ୟକୁ ଚାଦରରେ ଶୁଖାଇ ପରବର୍ତ୍ତୀ ବ୍ୟବହାର ପାଇଁ ସଂରକ୍ଷଣ କରନ୍ତି । ଯେଉଁଠାରେ ଅନେକ ଶ୍ରଦ୍ଧାଳୁ ଆସିଥାନ୍ତି ଏବଂ ଏପରି ଖାଦ୍ୟ ଛାଡ଼ି ଯାଆନ୍ତି, ଯାହା ନଷ୍ଟ ହେବା ବଦଳରେ ପଶୁଙ୍କ କ୍ଷୁଧା ମେଣ୍ଟେ । ଗତ ଦେଢ଼ ମାସ ହେଲା ଅଧିକାଂଶ ସଫେଇକର୍ମୀ ଭଣ୍ଡାରା ଓ ଆଶ୍ରମ ତରଫରୁ ମିଳୁଥିବା ଖାଦ୍ୟ ଖାଇ ରହୁଛନ୍ତି । ଭଣ୍ଡାରାରୁ ମିଳୁଥିବା ଭଲ ଖାଦ୍ୟକୁ ନିଜେ ଖାଉଛନ୍ତି । ଟିକିଏ ଖରାପ ହୋଇଥିବା ଖାଦ୍ୟକୁ ତଳେ ପଲିଥିନ୍‌ ବିଛାଇ ଶୁଖାଉଛନ୍ତି । ସଫେଇକର୍ମୀଙ୍କୁ ଦୈନିକ ୪୦୦-୪୫୦ ଟଙ୍କା ମିଳୁଛି । ମହାକୁମ୍ଭରେ ମୋଟ୍ ୯ ହଜାର ୬୦୦ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି । ଏହି ପଦକ୍ଷେପ ମହାକୁମ୍ଭ ସମୟରେ ପରିବାର ଏବଂ ସେମାନଙ୍କ ପଶୁମାନଙ୍କ ପାଇଁ ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.