ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ସର୍ବିଆରେ କୁହୁଳୁଛି ବାଂଲାଦେଶ ଭଳି ଗୃହଯୁଦ୍ଧ ନିଆଁ; ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ରାଜରାସ୍ତାରେ ଛାତ୍ରଛାତ୍ରୀ

Published By : Swapna Ray | June 30, 2025 1:14 PM

ନୂଆଦିଲ୍ଲୀ, ୩୦।୬: ଏବେ ଏକ ୟୁରୋପୀୟ ଦେଶରେ ଏକ ବଡ଼ ଆନ୍ଦୋଳନର ଖବର ଆସିଛି । ସର୍ବିଆର ଛାତ୍ର ଆନ୍ଦୋଳନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୮ ମାସ ପୂର୍ବେ ସର୍ବିଆର ଏକ ରେଳ ଷ୍ଟେସନରେ ଘଟିଥିବା ଘଟଣାରୁ ଉଠିଥିବା ବିବାଦ ଏବେ ବିଦ୍ରୋହର ନିଆଁରେ ପରିଣତ ହୋଇଛି । ସର୍ବିଆର ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରିବା ପାଇଁ ହଜାର ହଜାର ଛାତ୍ର ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ସର୍ବିଆର ରାଜରାସ୍ତା ଗୃହଯୁଦ୍ଧର ଭୂମି ପାଲଟିଛି । ଭାରତରୁ ୫ ହଜାର ୨୫୦ କିଲୋମିଟର ଦୂରରେ ଏକ ଶାନ୍ତିପ୍ରିୟ ୟୁରୋପୀୟ ଦେଶ ଏବେ ରକ୍ତର ହୋଲି ଖେଳୁଛି । 

ସର୍ବିଆର ରାଜଧାନୀ ବେଲଗ୍ରେଡ୍‌ରେ ହଜାର ହଜାର ଛାତ୍ର ରାସ୍ତାକୁ ଓହ୍ଲାଇଛନ୍ତି । ଗୋଟିଏ ବର୍ଷ ପୂର୍ବେ ବାଂଲାଦେଶରେ ଯେପରି ଘଟିଥିଲା, ସର୍ବିଆରେ ଠିକ୍ ସେହିପରି ଘଟଣା ଘଟୁଛି । ପୋଲିସ ଏବଂ ପ୍ରତିବାଦ କରୁଥିବା ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଜାରି ରହିଛି । ସର୍ବିଆରେ ବିଦ୍ରୋହର ସ୍ଲୋଗାନ୍ ପ୍ରତିଧ୍ୱନିତ ହେଉଛି । ଗୋଟିଏ ପଟେ ସର୍ବିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡର ଭୁସିକଙ୍କ ଉପରେ କ୍ରୋଧିତ ଛାତ୍ରଙ୍କ ଭିଡ଼ ଆଉ ଅନ୍ୟପଟେ ପୋଲିସର ଲାଠିଚାର୍ଜ, ହାତକଡ଼ି ଏବଂ ଲୁହ ବୁହା ଗ୍ୟାସ୍ ମାଡ଼ । 

ଅଣାୟତ୍ତରେ ଛାତ୍ର ଆନ୍ଦୋଳନ 

ତେବେ ଏଠି ପ୍ରଶ୍ୱ ଉଠୁଛି ପୁଟିନଙ୍କ ଘନିଷ୍ଠ ବନ୍ଧୁ ସର୍ବିଆ ରାଷ୍ଟ୍ରପତି ଆଲେକଜାଣ୍ଡାର ଭୁସିକ୍‌ଙ୍କ ୧୨ ବର୍ଷର ସାମ୍ରାଜ୍ୟ କ’ଣ ଭୁଶୁଡ଼ି ପଡ଼ିବ ? ଆଲେକଜାଣ୍ଡାର ଭୁସିକଙ୍କ ଅବସ୍ଥା ଶେଖ୍ ହାସିନାଙ୍କ ପରି ହେବ କି ? ପ୍ରତିବାଦକାରୀମାନେ ଏହାକୁ ସ୍ୱାଧୀନତା ପାଇଁ ଲଢ଼େଇ ବୋଲି କହୁଛନ୍ତି, ସ୍ଲୋଗାନ୍ ମଧ୍ୟ ଦେଉଛନ୍ତି । ସର୍ବିଆରେ ଛାତ୍ର ଆନ୍ଦୋଳନ ୮ ମାସ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହି ଆନ୍ଦୋଳନ ଅଣାୟତ୍ତ ହୋଇଛି ।

୮ ମାସ ପୂର୍ବେ କ’ଣ ହୋଇଥିଲା ? 

୮ ମାସ ପୂର୍ବେ ଏକ ଦୁର୍ଘଟଣା ପରେ ସର୍ବିଆରେ ଗୃହଯୁଦ୍ଧର ଏହି ବିବାଦ ଆରମ୍ଭ ହୋଇଥିଲା । ୧ ନଭେମ୍ବର ୨୦୨୪ରେ, ନୋଭି ସାଦ୍ ସହରର ଏକ ରେଳ ଷ୍ଟେସନର ଛାତ ଭୁଶୁଡ଼ି ପଡ଼ିବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ସର୍ବିଆ ସରକାରଙ୍କ ଅବହେଳା ଏବଂ ଦୁର୍ନୀତି ପାଇଁ ହୋଇଥିବା ନେଇ ଦାବି କରିଥିଲେ ଅନେକ । ଯାହା ଛାତ୍ରଛାତ୍ରୀଙ୍କ କ୍ରୋଧକୁ ଆନ୍ଦୋଳନ ଆଡ଼କୁ ଟାଣିନେଇଥିଲା । ଦେଶର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପ୍ରତିବାଦ କରୁଥିବା ବେଳେ ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିଚାଳିତ ଏହି ଆନ୍ଦୋଳନ ରାଷ୍ଟ୍ରପତି ଭୁସିକ୍‌ଙ୍କ ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ଏକ ଜାତୀୟ ବିଦ୍ରୋହରେ ପରିଣତ ହୋଇଛି । ବର୍ତ୍ତମାନ ଏହି ଆନ୍ଦୋଳନ ଏତେ ମାତ୍ରାରେ ବଢ଼ିଗଲାଣି ଯେ, ଏହି ଚାପରେ ସର୍ବିଆ ପ୍ରଧାନମନ୍ତ୍ରୀ ମିଲୋସ୍ ଭୁଚେବିଚ୍ ଇସ୍ତଫା ଦେଇଛନ୍ତି, କିନ୍ତୁ ରାଷ୍ଟ୍ରପତି ଭୁସିକ୍ ଏବେ ବି କ୍ଷମତାରେ ଅଛନ୍ତି । 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.